Masthead

ରୋଗପ୍ରତିରୋଧକ ଓ ଶକ୍ତିବର୍ଦ୍ଧକ ବାଉଁଶରେ ତିଆରି କୁକିଜ ।

ଆପଣ ଜାଣି ଖୁସିହେଵେ ଭାରତର ତ୍ରିପୁରାରେ ପ୍ରଥମ ଥର ଲଞ୍ଚ ହୋଇଛି ଏହି ବାମ୍ବୋ କୁକିଜ୍‌ । ବାଉଁଶ ଗଛର ଶାଖାକୁ ଛେଚି ଏହା ସହ ଅନ୍ୟ କେତେକ ସାମଗ୍ରୀ ମିଶାଇ ଏହି କୁକିଜ୍‌ ପ୍ରସ୍ତୁତ କରାଯାଏ । ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଳବ କୁମାର ବାଉଁଶ କୁକିଜ୍‌ ଲଞ୍ଚ କରିଛନ୍ତି ।
ଏ ଅବସରରେ ସେ କହିଛନ୍ତି, ବାଉଁଶରେ ପ୍ରସ୍ତୁତ କୁକିଜ୍‌ରେ କ୍ୟାଲୋରି ମାତ୍ରା କମ୍‌ ଥାଏ । ଏହା ମଧୁମେହ ଓ କର୍କଟ ଭଳି ରୋଗରୁ ସୁରକ୍ଷା ଦେବାରେ ମଧ୍ୟ ସାହାଯ୍ୟ କରେ । ବାଉଁଶ କୁକିଜ୍‌ ପ୍ରସ୍ତୁତ କରିବା ପାଇଁ ବାଉଁଶ ଶାଖାରେ ଅଟା, ଓ ବଟର ମିଶାଯାଏ । ବାଉଁଶ ଶାଖାରେ ପ୍ରୋଟିନ୍‌, ଭିଟାମିନ୍‌, ଫସ୍‌ଫରସ, କପର, ଜିଙ୍କ, ମ୍ୟଗ୍ନେସିୟମ୍‌ ଓ କର୍କଟରୋଧୀ ଗୁଣ ରହିଛି । ଏହା ରୋଗପ୍ରତିରୋଧ ଶକ୍ତି ବଢ଼ାଇବାରେ ମଧ୍ୟ ସାହାଯ୍ୟ କରେ । ବାଉଁଶ ବିସ୍କୁଟ ପ୍ରସ୍ତୁତ କରିବା ପାଇଁ ବାଉଁଶର ଯେଉଁ ପ୍ରକାର ବ୍ୟବହାର କରାଯାଏ, ତାକୁ ମୂଲି ଓ ତେରାଇ ବାଉଁଶ କୁହାଯାଏ । ଆମ ରାଜ୍ୟର ଆଦିଵାସୀ ଅଧ୍ୟୁଷିତ ଅଞ୍ଚଳରେ ସାଧାରଣତ କଅଁଳ ଗଜା ଵାଉଁଶରୁ କରଡି ପ୍ରସ୍ତୁତ କରି ଖାଦ୍ୟ ରୂପେ ଵ୍ୟଵହାର କରିଥାନ୍ତି । ସେହିପରି କରଡି଼ରୁ ଆଚାର ମଧ୍ୟ ପ୍ରସ୍ତୁତ କରାଯାଇଥାଏ ।

ପୂର୍ବୋତ୍ତର ଭାରତ, ନେପାଳ, ଥାଇଲ୍ୟାଣ୍ଡ, ମ୍ୟାଁମାର, ବାଂଲାଦେଶ, ଜାପାନ, ଚୀନ୍‌ ଓ ତାଇୱାନ ଭଳି ଦେଶରେ ବାଉଁଶରେ ପ୍ରସ୍ତୁତ କୁକିଜ୍‌ର ଚାହିଦା ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା