Masthead

ପାଦରେ ଚାଲି ଚାଲି ନିମାପଡ଼ା ରୁ ନବୀନ ନିବାସ ଅଭିମୁଖେ ଯାତ୍ରା କୁ ରୋକିଲା ପୋଲିସ । I

ପିପିଲି : ସରପଞ୍ଚଙ୍କ ଅତ୍ୟାଚାରରେ ଅତିଷ୍ଠ ହୋଇ ନବୀନ ନିବାସ ଅଭିମୁଖେ ଦିବ୍ୟାଙ୍ଗ। ସାଙ୍ଗରେ ପୁରା ପରିବାର। 25 କିଲୋମିଟର ବାଟ ଚାଲି ଚାଲି ଯିବା ପରେ ପୁଲିସ ସେମାନଙ୍କୁ ବୁଝାଇ ସୁଝାଇ ଫେରାଇ ଆଣିଛି।
ନ୍ୟାୟ ପାଇଁ ନିମାପଡାରୁ ନବୀନ ନିବାସ। ରାଜରାସ୍ତାରେ ଚାଲି ଚାଲି ଆଗକୁ ବଢୁଛନ୍ତି ଜଣେ ଦିବ୍ୟାଙ୍ଗଙ୍କ ସହ ପୁରା ପରିବାର। ପୁରୀ ଭୁବନେଶ୍ବର ଜାତୀୟ ରାଜପଥରେ ଏ ଦୃଶ୍ୟ ଯେ କେହି ସାଧାରଣ ଲୋକକୁ ବିଚଳିତ କରିଦେଇ ପାରେ। ହାତରେ ପ୍ଲାକାର୍ଡ ଧରି, ସରପଞ୍ଚ ଓ ପୁଲିସ ବିରୋଧରେ ନାରା ଲଗାଇ ରାସ୍ତାରେ ଆଗକୁ ବଢୁଥିବା ଏ ବ୍ୟକ୍ତି ହେଉଛନ୍ତି ପୁରୀ ଜିଲ୍ଲା ନିମାପଡା ଥାନା ବିଜିପୁରର ରମେଶ ଭୋଇ । ସାଙ୍ଗରେ ପତ୍ନୀ ଓ ଝିଅଙ୍କୁ ନେଇ ନ୍ୟାୟ ମାଗିବାକୁ ଚାଲି ଚାଲି ଏମାନେ ଯାଉଛନ୍ତି ନବୀନ ନିବାସ। ରମେଶଙ୍କ ଅଭିଯୋଗ, ଭୂମିହୀନ ହୋଇଥିବାରୁ ଯେଉଁ ସରକାରୀ ଜମିରେ ସେ ରହୁଥିଲେ ତାହାକୁ ନିଜ ଅକ୍ତିଆରକୁ ନେବାକୁ ଚକ୍ରାନ୍ତ କରୁଛନ୍ତି ସରପଞ୍ଚ।ଏମିତିକି ବିନା ନୋଟିସ ରେ ସରପଞ୍ଚ ବାବୁ ଘର ଭାଙ୍ଗିବାକୁ ଜେସିବି ସହିତ ଦେଢସହ ସମର୍ଥକ ଙ୍କୁ ଧରି ପହଂଚି ଥିଲେ । ଘର ମଧ୍ୟ ଭାଙ୍ଗି ଦେବାକୁ ଉଦ୍ୟମ କରୁଛନ୍ତି ସରପଞ୍ଚ ବାବୁ। ଏହାକୁ ବିରୋଧ କରି ଆକ୍ରୋଶର ଶୀକାର ହୋଇଥିବା ରମେଶ ଥାନାରେ ଅଭିଯୋଗ କରିଥିଲେ ବି କିଛି ସୁଫଳ ହୋଇନି। ଯାହାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦାବି ଜଣାଇବାକୁ ଚାହିଁଛନ୍ତି ସେ।
ତେବେ ଚାଲି ଚାଲି ଯାଉଥିବା ଏହି ପରିବାରକୁ ବୁଝେଇ ସୁଝେଇ ଥାନାକୁ ଆଣିଥିଲେ ପିପିଲି ଓ ନିମାପଡା ପୁଲିସ। ଏହାସହ ସରପଞ୍ଚଙ୍କ ବିରୋଧରେ ମାମଲା ରୁଜୁ ପାଇଁ ପୁଲିସ ଦେଇଛି ପ୍ରତିଶ୍ରୁତି। ପୁଲିସ ଠାରୁ ପ୍ରତିଶ୍ରୁତି ପାଇ ଘରକୁ ଫେରିଛନ୍ତି ରମେଶ ଓ ପରିବାର ଲୋକେ କିନ୍ତୁ ପ୍ରତିଶ୍ରୁତି ପୁରଣ ନହେଲେ ପୁଣିଥରେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ପରିବାର ଲୋକେ।ତେବେ ଏହି ପରିବାରକୁ ନ୍ୟାୟ ନ ମିଳିଲେ ଆଗାମୀ ଦିନରେ ଜାତୀୟ ଦଳିତ ସଂଖ୍ୟାଲଘୁ ସହ ରାଜ ରାସ୍ତା କୁ ଓଲାଇବା ନେଇ କହିଛନ୍ତି ରାଜ୍ୟ ସମ୍ପାଦକ ବିଜୟ ସେଠି ।
ଭୂମିହୀନଙ୍କୁ ଜମି ଯୋଗାଇ ଦେବାକୁ ସରକାର କେତେ କଣ ଯୋଜନା କରୁଛନ୍ତି। କିନ୍ତୁ ତଳସ୍ତରରେ ତାହା କେମିତି ଚାଲୁଛି ଏଇ ଘଟଣା ତାହାକୁ ଜଣାଇ ଦେଉଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା