ନିଦ୍ରିତ ସ୍ୱାମୀଙ୍କୁ ହତ୍ୟା କଲା ସ୍ତ୍ରୀ

ସୁନ୍ଦରଗଡ଼ (ବଡ଼ ଖବର ବ୍ୟୁରୋ) ସ୍ୱାମୀ-ସ୍ତ୍ରୀର ସମ୍ପର୍କ ଯୁଗ ଯୁଗର । ଅଗ୍ନିକୁ ସାକ୍ଷୀରଖି ଦୁହେଁ ଦୁହିଁଙ୍କ ହାତ ଧରିଥିଲେ । ଜଣକ ଉପରେ ପତର ପଡିଲେ ଅନ୍ୟ ଜଣକ ଦେହରେ ପଥର ପଡୁଥିଲା । ହେଲେ ସବୁ ବଦଳିଗଲା । ସ୍ତ୍ରୀ ଭୁଲିଗଲା ସମ୍ପର୍କ । ପାଲଟିଲା ରାକ୍ଷସୀ । ଆଉ ନିଦ୍ରିତ ସ୍ୱାଙ୍କୁ କଲା ହତ୍ୟା । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ତଳସରା ଥାନା ବାଲିଶଙ୍କରା ଶୁଖା ମହାଦେବ ଡୁଙ୍ଗରିପଡ଼ାରେ । ମୃତକ ହେଲେ ପ୍ରକାଶ କୁଜୁର ।

ସୂଚନା ଅନୁସାରେ ଶନିବାର କୌଣସି କଥାକୁ ନେଇ ସ୍ଵାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଉତକ୍ଷିପ୍ତ ହୋଇ ସ୍ବାମୀ ସ୍ତ୍ରୀକୁ ମାଡ଼ ମାରିଥିଲେ। ପରେ ଉଭୟ ଚୁପ ହୋଇ ଯାଇଥିଲେ। ରାତିରେ ସ୍ବାମି ପ୍ରକାଶ ଖଟରେ ଶୋଇଯିବା ପରେ, ସ୍ତ୍ରୀ ଏକ ଲୁହା ପାଇପରେ ତାଙ୍କ ମୁଣ୍ଡକୁ ପ୍ରହାର କରିଥିଲା। କ’ଣ ଘଟୁଛି ଜାଣିବାକୁ ପ୍ରକାଶକୁ ସୁଯୋଗ ଦେଇ ନଥିଲା ସ୍ତ୍ରୀ। ପ୍ରହାର ପରେ ପ୍ରହାର କରିବା ପରେ ପ୍ରକାଶଙ୍କ ପ୍ରାଣ ଚାଲିଯାଇଥିଲା। ଖବର ପାଇ ତଳସରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରି ବ୍ୟଵଚ୍ଛେଦ ପାଇଁ ପଠାଇଵା ସହ ରକ୍ତଭିଜା ଲୁହା ପାଇପକୁ ଜବତ କରି ତଦନ୍ତ ଚଳାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!