Masthead

ବିଶିଷ୍ଟ ଶିଳ୍ପପତି ଅନୀଲ ଅମ୍ବାନୀ ଦେଵାଳିଆ !

ଋଣ ସୁଝିବାକୁ ସୁନା ବିକିଲେ ବିଶିଷ୍ଟ ଶିଳ୍ପପତି ଅନୀଲ ଅମ୍ବାନୀ । ଲଣ୍ଡନ କୋର୍ଟକୁ ଦେଲେ ବୟାନ୍ । କହିଲେ ସବୁସୁନା ବିକି ମିଳିଥିଲା ପ୍ରାୟ ୧୦ କୋଟି, ଏବେ ହାତ ଖାଲିି ।ଋଣ ସୁଝିବାକୁ ଓକିଲ ଫିସ୍ ଦେବାକୁ ସୁନା ବିକିଲେ ବିଶିଷ୍ଟ ଶିଳ୍ପପତି ଅନୀଲ ଅମ୍ବାନୀ । ଲଣ୍ଡନ କୋର୍ଟଂକୁ ଏପରି ଚକିତ କରିଦେଲା ପରି ବୟାନ୍ ଦେଇଛନ୍ତି ଭାରତର ବିଶିଷ୍ଟ ଶିଳ୍ପପତି ଅନୀଲ ଅମ୍ବାନୀ। ଲଣ୍ଡନ କୋର୍ଟରେ ସେ କହିଛନ୍ତି ତାଙ୍କ ନିକଟରେ ଥିବା ସମସ୍ତ ସୁନା ଗହଣା ସେ ବିକ୍ରି କରିଦେଇଛନ୍ତି । କେବଳ ଋଣ ସୁଝିବାକୁ ଓ ଆଇନଗତ ଲଢେଇରେ ଓକିଲଙ୍କ ଟଙ୍କା ଦେବାକୁ ସେ ଏପରି ପଦକ୍ଷେପ ନେଇଛନ୍ତି ।
ଏହାକୁ ବିକ୍ରି କରିବା ପରେ ତାଙ୍କୁ ଏଥିରୁ ପ୍ରାୟ ୧୦ କୋଟି ଟଙ୍କା ମିଳିଥିଲା । ହେଲେ ଏବେ ତାଙ୍କ ହାତ ଖାଲି । ପାଖରେ କିଛି ବି ନାହିଁ । ଗୋଟିଏ କାରକୁ ବାଦଦେଲେ ପାଖରେ ନାହିଁ କୌଣସି ସମ୍ପତି ନାହିଁ । ଗତ ଜାନୁଆରୀରୁ ଜୁନ୍ ମାସ ମଧ୍ୟରେ ଅନୀଲ ଆମ୍ବାନୀ ଏହି ସୁନା ବିକ୍ରି କରିଦେଇଥିଲେ । ଏବେ ସେ କେବଳ ଏକ ସାଧାରଣ ଜୀବନ ଜିଉଁଛନ୍ତି । ଲଣ୍ଡନ କୋର୍ଟରେ ବର୍ତମାନ ଅନୀଲ ଆମ୍ଵାନୀ କହିଛନ୍ତି ସାରା ବିଶ୍ୱରେ ତାଙ୍କର ଆଉ କୌଣସି ସ୍ଥାନରେ ସମ୍ପତି ନାହିଁ । ଚୀନ୍ ବ୍ୟାଙ୍କର ଋଣ ଖିଲାପି ମାମଲାରେ ଲଣ୍ଡନ କୋର୍ଟରେ ଭିଡିଓ କନଫରେସିଙ୍ଗ ଜରିଆରେ ହାଜର ହୋଇ ଏପରି ବୟାନ୍ ରଖିଛନ୍ତି ଅନୀଲ । କୋର୍ଟଙ୍କ ଏକ ପ୍ରଶ୍ନରେ ନିଜ କ୍ରଡିଟ କାର୍ଡରେ ତାଙ୍କ ମା ବିଦେଶରେ ସପିଂ କରିଥିଵା ନେଇ କହିଛନ୍ତି । ସେହିପରି ନିଜ ଘରର ଵକେୟା ଵିଲ୍ ପ୍ରାୟ ୬୧ ଲକ୍ଷ ଟଙ୍କା ଦେଇନଥିଵା କହିଛନ୍ତି ଅନୀଲ ।
ଭାରତର ଏହି ବିଜନେସ୍ ଟାଇକୁନ୍ ଏବେ ଦେବାଳିଆ ସ୍ଥିତିରେ ରହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ