Masthead

ଶରୀରକୁ ସୁସ୍ଥ ରଖିବାର ଉପାୟ: ସଜନା ଶାଗ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):ଶରୀରକୁ ସଦା ସୁସ୍ଥ ରଖିବା ନିହାତି ଜରୁରି । କିନ୍ତୁ ଆଜିର ବ୍ୟସ୍ତବହୁଳ ଜିବନରେ ଆମେ ସଠିକ ଭାବେ ଆମ ଶରୀରର ଜତ୍ନ ନେଉ ନାହାନ୍ତି । ଯଦି ଶରୀରରେ ରକ୍ତର ପରିମାଣ କମ ହୁଏ ତେବେ ଖୁବ ସହଜରେ ଆମକୁ ଅନେକ ରୋଗ ଆକ୍ରାନ୍ତ କରିଥାଏ ।

ମନୁଷ୍ୟ ଶରୀରକୁ ସୁସ୍ଥ ରଖିବା ପାଇଁ ଅନେକ ପନିପରିବା, ଫଳମୁଳ ଖାଇଥାଏ । ସିଏ ସଜନା ଛୁଇଁ ହେଉ କି ସଜନା ଶାଗ ଉଭୟ ଆମ ଶରୀର ପାଇଁ ବହୁ ଫଳପ୍ରଦ । ପ୍ରତ୍ର୍ୟେକ ଶାଗରେ କିଛି ନା କିଛି ଔଷଧୀୟ ଗୁଣ ରହିଛି । ଆୟୁର୍ବେଦିକ ଔଷଧ ତିଆରିରେ ଅନେକ ଫଳ, ପତ୍ର, ଫୁଲ ବ୍ୟବହାର କରାଯାଏ । ବର୍ତ୍ତମାନ ସମୟରେ ସଜନା ଶାଗଟି ସବୁଠାରୁ ଅଧିକ ସ୍ୱାସ୍ଥ୍ୟକର ଖାଦ୍ୟରେ ସାମିଲ ହୋଇଛି । କୋଭିଡ ସମୟରେ ମଧ୍ୟ ଲୋକମାନେ ଇମୁ୍ୟନିଟି ପାୱାର ବୃଦ୍ଧି ପାଇଁ ଅଧିକ ମାତ୍ରାରେ ଖାଉଥିଲେ ।

ସଜନା ଶାଗ ଓ ଛୁଇଁ ରେ ଭରପୂର ପ୍ରଟିନ, କ୍ୟାଲସିୟମ୍, ଆଇରନ, ଅମିନୋ ଏସିଡ, ଭିଟାମିନ ଏ ବଂ ସି ରହିଛି । ତେଣୁ ବର୍ଷା ଦିନେ ସଜନା ଛୁଇଁ ଏବଂ ଶାଗ ଖାଇବା ସ୍ୱାସ୍ଥ୍ୟ ପ୍ରତି ଫଳପ୍ରଦ । ଏଥିରେ ମଧ୍ୟ ଆଣ୍ଟିଫଙ୍ଗଲ, ଆଣ୍ଟିଭାଇରାଲ, ଏବଂ ଆଣ୍ଟିଡ୍ରିପ୍ରେସେଣ୍ଟ ଗୁଣ ରହିଛି । ପତ୍ରଠାରୁ ନେଇ ଫଳ ପର୍ଯ୍ୟନ୍ତ ଏହାର ପ୍ରତ୍ୟେକ ଅଂଶ ରେ ଔଷଧ ଲୁଚି ରହିଛି । ଆପଣ ବି ଏହାର ଫାଇଦା ଉଠାଇ ପାରିବେ । ଡାଇବେଟିସ, କ୍ୟାନସର, ହାର୍ଟ, ଚକ୍ଷୁ ରୋଗ ଏବଂ ଗଣ୍ଠି ରୋଗ ଭଳି ଅନେକ ଗମ୍ଭୀର ରୋଗର ମାତ୍ରାକୁ କମାଇବାର ଶକ୍ତି ଅଛି । ସୁସ୍ଥ ରହିବା ପାଇଁ ଆପଣବି ନିଜ ହେଲଦି ଫୁଡରେ ଏହାକୁ ସାମିଲ କରନ୍ତୁ ଏବଂ ସୁସ୍ଥ ରୁହନ୍ତୁ ।

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା