Masthead

ହାଜର ହେଲା ବାଳକ, କହିଲା ‘ମୁଁ ଜୀବିତ’

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ନିଜ ହତ୍ୟା ମାମଲାର ଶୁଣାଣି ବେଳେ ସୁପି୍ରମକୋର୍ଟରେ ହାଜର ହେଲେ ବାଳକ । ବାଳକ କହିଲା ‘ମୁଁ ଜୀବିତ’ । ସୁପ୍ରିମ୍‌କୋର୍ଟରେ ଏକ ସ୍ୱତନ୍ତ୍ର ଲିଭ୍ ପିଟିସନର ଶୁଣାଣି ସମୟରେ ଏକ ନାଟକ ଦେଖିବାକୁ ମିଳିଥିଲା। ପିଲିଭିତର ଜଣେ ୧୧ ବର୍ଷୀୟ ବାଳକ ଖଣ୍ଡପୀଠରେ ହାଜର ହୋଇ ବିଚାରପତିମାନଙ୍କୁ କହିଥିଲା ଯେ ତା’ ‘ହତ୍ୟା’ ସମ୍ପର୍କିତ ମାମଲା ମିଥ୍ୟା ଏବଂ ସେ ଜୀବିତ ଅଛି। ନାବାଳକ ଜଣକ ଦାବି କରିଥିଲା ଯେ ତା’ ବାପା ତା’ ହତ୍ୟା ମାମଲାରେ ତା’ର ଅଜା ଓ ମାମୁମାନଙ୍କୁ ମିଛରେ ଫସାଇଛନ୍ତି। ଆବେଦନକୁ ଗ୍ରହଣ କରି ସୁପ୍ରିମ୍‌କୋର୍ଟ କହିଛନ୍ତି ଯେ, ପରବର୍ତ୍ତୀ ନିର୍ଦ୍ଦେଶ ପର୍ୟ୍ୟନ୍ତ ଆବେଦନକାରୀଙ୍କ ବିରୋଧରେ କୌଣସି ଦୃଢ଼ ପଦକ୍ଷେପ ନିଆଯିବ ନାହିଁ।

କୋର୍ଟ ଉତ୍ତରପ୍ରଦେଶ ସରକାର, ପିଲିଭିତର ପୁଲିସ ଅଧୀକ୍ଷକ ଏବଂ ନେଉରିଆ ଥାନା ଅଧିକାରୀଙ୍କୁ ନୋଟିସ ଜାରି କରିଛନ୍ତି। ଓକିଲ କୁଲଦୀପ ଜୌହରି କହିଛନ୍ତି, ପୁଅର ମା’ଙ୍କୁ ବାପା ନିର୍ମମ ଭାବେ ମାଡ଼ ମାରିବା ପରେ ୨୦୧୩ ଫେବ୍ରୁଆରି ମାସରୁ ପିଲାଟି ଅଜାଙ୍କ ସହ ରହୁଥିଲା। ୨୦୧୦ ଫେବ୍ରୁଆରିରେ ବିବାହ କରିଥିବା ତା’ ମା’ ୨୦୧୩ ମାର୍ଚ୍ଚରେ ବାପାଙ୍କ ମାଡ଼ରେ ଆହତ ହୋଇ ପ୍ରାଣ ହରାଇଥିଲେ। ତାଙ୍କ ମୃତ୍ୟୁପରେ ଅଜା ତାଙ୍କ ଜ୍ୱାଇଁଙ୍କ ବିରୋଧରେ ଏତଲା ଦେଇଥିଲେ। ଏହି ସମୟରେ ଜ୍ୱାଇଁ ନିଜ ପୁଅକୁ ନେବାକୁ ଦାବି କରିବାରୁ ଉଭୟ ପକ୍ଷ ପରସ୍ପର ବିରୋଧରେ ମାମଲା ରୁଜୁ କରିବା ସହ ତୀବ୍ର ଆଇନଗତ ଲଢ଼େଇ ଆରମ୍ଭ ହୋଇଥିଲା। ଚଳିତ ବର୍ଷ ପ୍ରାରମ୍ଭରେ ଜ୍ୱାଇଁ ପୁଅର ହତ୍ୟା ଅଭିଯୋଗ ଆଣିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ