Masthead

କ’ଣ ପାଇଁ ନିଲମ୍ବିତ ହେଲେ ବିଜ୍ଞପ୍ତିରେ ଉଲ୍ଲେଖ ଅଛି: ଶରତ ପଟ୍ଟନାୟକ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): କଂଗ୍ରେସରୁ ବିଦା ହେଲେ ଦୁଇ ହେଭିୱେଟ । ବାରବାଟୀ ବିଧାୟକ ମହମ୍ମଦ ମୋକିମ ଓ ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳଙ୍କୁ ସସପେଣ୍ଡ କରିଛି ଏଆଇସିସି । ପିସିସି ସଭାପତିଙ୍କ ଅଭିଯୋଗ କ୍ରମେ ଏପରି ନିଷ୍ପତି ନିଆଯାଇଛି । କଂଗ୍ରେସ ବିରୋଧି କାର୍ଯ୍ୟ କରିଥିବାରୁ ତାଙ୍କ ନିଲମ୍ବିତ କରାଯାଇଛି ବୋଲି ବିଜ୍ଞପ୍ତିରେ ଦର୍ଶଯାଇଛି । ଏହା ଉପରେ ପ୍ରତିକ୍ରିୟା ରଖି ପିସିସି ସଭାପତି ଶରତ କହିଛନ୍ତି ଯେ, ହାଇକମାଣ୍ଡଙ୍କ ନିଷ୍ପତିକୁ ସ୍ୱୀକାର କରୁଛୁ । ମୁଁ ସେ ସମ୍ପର୍କରେ ଅଧିକ କହିବାକୁ ଚାହୁଁନି ବୋଲି ମତ ବାଢିଛନ୍ତି ଶରତ ପଟ୍ଟନାୟକ । ‘କ’ଣ ପାଇଁ ନିଲମ୍ବିତ ହେଲେ ବିଜ୍ଞପ୍ତିରେ ଉଲ୍ଲେଖ ଅଛି’ । ଶୃଙ୍ଖଳା କମିଟି ରିପୋର୍ଟରେ ଏଆଇସିସି ନିଷ୍ପତ୍ତି ନେଇଛି । ସୂଚନା ଅନୁସାରେ, ପୂର୍ବରୁ ଉଭୟ ନେତା କଂଗ୍ରେସ ଦଳ ବିରୋଧୀ କାର୍ୟ୍ୟରେ ଲିପ୍ତ ଥିବା ନେଇ ପିସିସି ସଭାପତି ଶରତ ପଟ୍ଟନାୟକ ଅଭିଯୋଗ କରିଥିଲେ । ଯାହାକୁ ନେଇ ଉଭୟଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା