Masthead

ଜାରୀ ହେଲା ମହିଳା ସହାୟତା ନଂ ୧୮୧

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ନାରୀମାନଙ୍କ ସୁରକ୍ଷା ପାଇଁ ବଢ଼ିଲା କଟକଣା । ଏଣିକି ମହିଳାଙ୍କୁ ସାହାଯ୍ୟ କରିବ ହେଲ୍ପ ଲାଇନ୍ ନମ୍ବର୍ । ବାଲେଶ୍ୱର ଏଫ୍ଏମ୍ କଲେଜ ଛାତ୍ରୀ ଆତ୍ମାହୁତି ପରେ ମହିଳା ମାନଙ୍କ ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯାଇଛି । ମହିଳା ସହାୟତା ନଂ ୧୮୧ ମହିଳା ମାନଙ୍କ ସୁରକ୍ଷା ପାଇଁ ଜାରି କରାଯାଇଛି ।

ନାରୀମାନେ ଯଦି କୌଣସି ପରିସ୍ଥିତିରେ ଅସୁବିଧାର ସମ୍ମୁଖୀନ ହୁଅନ୍ତି, ତେବେ ମହିଳା ସହାୟତା ନମ୍ବର୍ ୧୮୧କୁ ଯୋଗାଯୋଗ କରିପାରିବେ । ଯାହା ମହିଳା ମାନଙ୍କୁ ସବୁ ପରିସ୍ଥିତିରେ ସହାୟତା କରିବ । ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରୀ ଓ ମହିଳା କର୍ମଚାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି । ସମସ୍ତ ବିଶ୍ୱବିଦ୍ୟାଳୟ ରେଜିଷ୍ଟ୍ରାର ଓ କଲେଜ ଅଧ୍ୟକ୍ଷଙ୍କୁ ଉଚ୍ଚ ଶିକ୍ଷା ବିଭାଗରୁ ଚିଠି । ମହିଳା କର୍ମଚାରୀ ଓ ଛାତ୍ରୀଙ୍କ ସୁରକ୍ଷା ପାଇଁ ଆଣ୍ଟି ରାଗିଂ କମିଟି, ଆଣ୍ଟି ରାଗିଂ ସ୍କ୍ୱାଡ଼୍, ଆଣ୍ଟି ରାଗିଂ ସେଲ୍ ରହିବ । ଶିକ୍ଷାନୁଷ୍ଠାନରେ ସଚେତନତା କର୍ମଶାଳା ଆୟୋଜନ ପାଇଁ ନିଦେ୍ର୍ଦଶ ।

ଯୌନ ଉତ୍ପୀଡ଼ନ ନିବାରଣ ସମ୍ପର୍କିତ ଉଜିସି ଗାଇଡ୍ ଲାଇନ୍ ପାଳନ ପରାମର୍ଶ । ଏପରି କର୍ମଶାଳାରେ ଛାତ୍ରଛାତ୍ରୀ,ଶିକ୍ଷକ ଓ କର୍ମଚାରୀ ଯୋଗଦେବେ । ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଆଇସିସି ସଦସ୍ୟମାନେ ଯୋଗଦେବେ । କର୍ମଶାଳା ଆୟୋଜନ କରି ୩ ଦିନ ଭିତରେ ଜଣାଇବାକୁ କଡ଼ା ନିଦେ୍ର୍ଦଶ ଦେଇଛି ଉଚ୍ଚ ଶିକ୍ଷା ବିଭାଗ । ଅପରାହ୍ନ ସାଢେ ୫ଟା ପରେ ମହିଳାମାନେ କୌଣସି ମହିଳା କର୍ମଚାରୀ କିମ୍ବା ରିସର୍ଚର ଅଫିସରେ କାମ କରିବେ ନାହିଁ । ଅତି ଜରୁରୀ ସ୍ଥିତିରେ ବିଭାଗୀୟ ମୁଖ୍ୟଙ୍କ ଅନୁମତି ନେଇ କାମ କରିପାରିବେ । ଗତକାଲି ରେଭେନ୍ସା ଆଣ୍ଟି ରାଗିଂ କମିଟିର ବୈଠକରେ ଏଭଳି ନିଷ୍ପତି ନିଆଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ