Masthead

ଶିମିଳିପାଳରେ -୧ ଡିଗ୍ରୀ ପାରଦ

ମୟୂରଭଞ୍ଜ(ବଡ଼ ଖବର ବ୍ୟୁରୋ): ଶିମିଳିପାଳରେ ତୁଷାରପାତ । -୧ ଡିଗ୍ରୀକୁ ଖସିଲା ପାରଦ । ଉପରବାର୍ହାକାମୁଡ଼ା, ଦେବସ୍ଥଳୀ, କୁମାରୀ ଓ ଗୁରୁଗୁଡ଼ିଆଠାରେ ତୁଷାରପାତ ହୋଇଛି । ହାଡ଼ଭଙ୍ଗା ଶୀତ ସାଙ୍ଗକୁ ଘନକୁହୁଡ଼ିର ଧଳା ଚାଦର ତଳେ ଘୋଡ଼େଇ ହୋଇଛି ଶିମିଳିପାଳ ଅଭ୍ୟାୟରଣ୍ୟ । ପାଦଦେଶରେ ଥିବା ଯଶିପୁର, ଠାକୁରମୁଣ୍ଡା, କରଞ୍ଜିଆ, ରରୁଆଁ ଓ ଶୁକୃଳି ବ୍ଲକ୍ ଅଞ୍ଚଳରେ ଘନ କୁହୁଡ଼ି ସାଙ୍ଗକୁ ଶୀତର ଲହରୀ ଜାରି ରହିଛି । ଶୁକ୍ରବାର ସକାଳ ୬ଟା ସୁଦ୍ଧା ଶିମିଳିପାଳର ଉପର ବାରାକାମୁଡ଼ାରେ ସର୍ବନିମ୍ନ ତାପମାତ୍ରା -୧ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଚହଲା ଓ ଗୁରୁଗୁଡ଼ିଆରେ ୨ ଡିଗ୍ରୀ ଏବଂ ବରେହିପାଣିଠାରେ ୫ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ କରାଯାଇଛି । ଏନେଇ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ପକ୍ଷରୁ ସୂଚନା ଦିଆଯାଇଛି ।

ବୁଧବାର ଓ ଗୁରୁବାର ଦୁଇ ଦିନ ଧରି ଉପରବାରହାକାମୁଡାରେ ତାପାମାତ୍ରା ଶୂନ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ୨୪ ଘଣ୍ଟାରେ ତାପାମାତ୍ରା ମାଇନାସ ୧ ଡିଗ୍ରୀରେ ରହିଥିବା ନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ତଥା ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ଡ.ପ୍ରକାଶ ଚାନ୍ଦ ଗୋଗିନେନୀ ସୂଚନା ପ୍ରଦାନ କରିଛନ୍ତି । ଫଳରେ ଶିମିଳିପାଳ ସଂଲଗ୍ନ ଜନବସତି ସମେତ ଜିଲାବ୍ୟାପି ଶୀତର ଜାଡ ଅସମ୍ଭାଳ କରିଦେଇଛି । ଶୀତ କଷ୍ଟକୁ ଲାଘବ କରିବା ପାଇଁ ଲୋକେ ଗରମ ପୋଷାକ ଘୋଡାଇ ରହିବା ସହ ନିଆଁ ଜାଳି ଶୀତକଷ୍ଟକୁ ଲାଘବ କରୁଛନ୍ତି ।

ଜିଲାରେ ପ୍ରଦୂଷିତ ବାୟୁ ଏବଂ ଜଳବାୟୁ ପରିବର୍ତ୍ତନର ପ୍ରଭାବ ବର୍ଷତମାମ ଦେଖିବାକୁ ମିଳିଛି । ଖରାଦିନେ ଉତପ୍ତ ସହର ଭାବେ ବାରିପଦା ରେକର୍ଡ କରିଥିବା ବେଳେ ଚଳିତ ବର୍ଷ ୬ମାସ ଧରି ଅନବରତ ବର୍ଷା ଲାଗିରହିଥିଲା । ଏପରିକି ଶୀତ ଦିନେ ସହରର ତାପମାତ୍ରା ୧୦ଡିଗ୍ରୀ ତଳେ ରହୁଥିବା ବେଳେ ତାପମାତ୍ରା କ୍ରମଶଃ ହ୍ରାସ ପାଇ ମାଇନାସରେ ପହଞ୍ଚିଛି । ୨୦୧୪ରୁ ଶିମିଳିପାଳରେ ଶିମିଳିପାଳରେ ୧୩ବର୍ଷ ମଧ୍ୟରେ ତାପମାତ୍ରା ମାଇନାସକୁ ଆସିନଥିବା ବେଳେ ଚଳିତ ବର୍ଷ ପାରଦ କମିଥିବାରୁ ଉପରବାରହାକାମୁଡା ଅଂଚଳରେ ତୁହିନର ଆସ୍ତରଣ ପଡିଛି । ତାପମାତ୍ରା

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୋଷାଳି ଭବନର ତଳ ମହଲାରେ ନିଆଁ 🔴 ରାଜ୍ୟସଭା ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି 🔴 ୨ ବଙ୍ଗ ଅଧିକାରୀଙ୍କୁ ମାଡ଼, ଶତାଧିକ ଅଟକ 🔴 ଇନଷ୍ଟାଗ୍ରାମରେ ମୋଦିଙ୍କ ରେକର୍ଡ 🔴 ପ୍ରୟାଗରାଜରେ ଶ୍ରୀଜଗନ୍ନାଥ ମନ୍ଦିର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ 🔴 ୨୩ ଜିଲାରେ ଝଡ଼ବର୍ଷା ସମ୍ଭାବନା 🔴 ଓଡ଼ିଶା ଆସୁଛନ୍ତି ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ଟିମ 🔴 ଗିରଫ ହେଲେ ଖଣି ଅଧିକାରୀ 🔴 ବାପାକୁ କାନ୍ଧ ଦେଲାନି ପୁଅ 🔴 ଭିଜିଲାନ୍ସ ଇତିହାସରେ ରେକର୍ଡ, ବାବୁଙ୍କ ଘରୁ ମିଳିଲା ୪ କୋଟି 🔴 ତୋଷାଳି ଭବନର ତଳ ମହଲାରେ ନିଆଁ 🔴 ରାଜ୍ୟସଭା ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି 🔴 ୨ ବଙ୍ଗ ଅଧିକାରୀଙ୍କୁ ମାଡ଼, ଶତାଧିକ ଅଟକ 🔴 ଇନଷ୍ଟାଗ୍ରାମରେ ମୋଦିଙ୍କ ରେକର୍ଡ 🔴 ପ୍ରୟାଗରାଜରେ ଶ୍ରୀଜଗନ୍ନାଥ ମନ୍ଦିର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ 🔴 ୨୩ ଜିଲାରେ ଝଡ଼ବର୍ଷା ସମ୍ଭାବନା 🔴 ଓଡ଼ିଶା ଆସୁଛନ୍ତି ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ଟିମ 🔴 ଗିରଫ ହେଲେ ଖଣି ଅଧିକାରୀ 🔴 ବାପାକୁ କାନ୍ଧ ଦେଲାନି ପୁଅ 🔴 ଭିଜିଲାନ୍ସ ଇତିହାସରେ ରେକର୍ଡ, ବାବୁଙ୍କ ଘରୁ ମିଳିଲା ୪ କୋଟି