Masthead

ଇନଷ୍ଟାଗ୍ରାମରେ ମୋଦିଙ୍କ ରେକର୍ଡ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ଇନଷ୍ଟାଗ୍ରାମରେ ମୋଦିଙ୍କ ରେକର୍ଡ । ୧୦୦ ମିଲିୟନ ଛୁଇଁଲା ଫଲୋଅର୍ସ ସଂଖ୍ୟା। ପ୍ରଥମ ବିଶ୍ୱନେତା ଭାବେ ରଚିଲେ ଇତିହାସ । ଇନଷ୍ଟାରେ ସବୁଠୁ ଲୋକପ୍ରିୟ ନେତା ଭାବେ ସେ ରେକର୍ଡ କରିଛନ୍ତି । ପଛରେ ପଡିଗଲେ ବିଶ୍ୱର ଟପ୍ ନେତା । ଗତ ୧୨ ବର୍ଷ ହେଲା ତାଙ୍କ ପ୍ରୋଫାଇଲ୍ ଏବଂ ଆକାଉଣ୍ଟ ବିଶ୍ୱରେ ଏକ ସବୁଠୁ ଏନଗେଜିଂ ଆକାଉଣ୍ଟ ଭାବେ ପ୍ରତିଷ୍ଠା ଅର୍ଜନ କରିଛି । ୨୦୧୪ରେ ପ୍ରଧାନମନ୍ତ୍ରୀ ଇନଷ୍ଟାଗ୍ରାମରେ ଯୋଗ ଦେଇଥିଲେ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କଠୁ ମୋଦିଙ୍କ ଦୁଇଗୁଣା ଅଧିକ ଫଲୋଅର୍ସ ଅଛନ୍ତି । ବିଶ୍ୱର ଟପ୍ ୫ ବଡ ନେତାଙ୍କ ଇନଷ୍ଟା ଫଲୋଅର୍ସଙ୍କ ସଂଖ୍ୟା ଠାରୁ ଅଧିକ ମୋଦିଙ୍କ ଫଲୋଅର୍ସ।

ସେହିପରି ଫଲୋଅର୍ସ ତାଲିକାରେ ଡୋନାଲ୍ଡ ଟ୍ରମ୍ପ୍ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ତାଙ୍କର ମୋଟ୍ ଫଲୋଅର୍ସ ହେଲେ ୪୩.୨ ମିଲିୟନ । ସେହିପରି ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରାବୋଓ୍ୱୋ ସୁବାୟାନଟୋଙ୍କ ଫଲୋଅର୍ସ ସଂଖ୍ୟା ୧୫ ମିଲିୟନ। ବ୍ରାଜିଲ ରାଷ୍ଟ୍ରପତିଙ୍କ ଫଲୋଅର୍ସ ସଂଖ୍ୟା ୧୪.୪ ମିଲିୟନ ହୋଇଥିବା ବେଳେ ତୁର୍କୀ ରାଷ୍ଟ୍ରପତି ତେୟିପ୍ ଏଡ୍ରୋଗାନଙ୍କ ଫଲୋଅର୍ସ ସଂଖ୍ୟା ୧୧.୬ ମିଲିୟନ। ଏତଦ୍ ବ୍ୟତୀତ ଆର୍ଜେଣ୍ଟିନା ରାଷ୍ଟ୍ରପତି ଜାଭିଏର୍ ମିଲେଇଙ୍କ ମୋଟ୍ ୬.୪ ମିଲିୟନ ଫଲୋଅର୍ସ ରହିଛନ୍ତି । ଭାରତରେ ମଧ୍ୟ ମୋଦିଙ୍କ ଫଲୋଅର୍ସ ଏବଂ ଅନ୍ୟ ନେତାଙ୍କ ଫଲୋଅର୍ସ ଅନେକ ଫରକ ରହିଛି। ଏହି ପରିସଂଖ୍ୟାନରୁ ସ୍ପଷ୍ଟ ଜଣାପଡୁଛି ଯେ, ମୋଦୀଙ୍କ ଫଲୋଅର୍ସ ସଂଖ୍ୟା ଟ୍ରମ୍ପଙ୍କ ତୁଳନାରେ ଦୁଇ ଗୁଣରୁ ଅଧିକ ।

କେବଳ ବିଶ୍ୱସ୍ତରରେ ନୁହେଁ, ଭାରତୀୟ ରାଜନେତାଙ୍କ ମଧ୍ୟରେ ମଧ୍ୟ ମୋଦୀ ଏବଂ ଅନ୍ୟମାନଙ୍କ ମଧ୍ୟରେ ଆକାଶ ପାତାଳ ପାର୍ଥକ୍ୟ ରହିଛି । ଭାରତରେ ମୋଦୀଙ୍କ ପରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୧୬.୧ ମିଲିୟନ ଫଲୋଅର୍ସ ସହ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ସେହିପରି କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରାୟ ୧୨.୬ ମିଲିୟନ ଫଲୋଅର୍ସ ସହ ତୃତୀୟ ସ୍ଥାନରେ ରହିଛନ୍ତି । ପ୍ରଧାନମନ୍ତ୍ରୀଙ୍କର ଏହି ସଫଳତା ତାଙ୍କର ଗ୍ଲୋବାଲ୍ ଆପିଲ୍ ଏବଂ ବିଶେଷ କରି ଯୁବପିଢ଼ିଙ୍କ ସହ ତାଙ୍କର ସିଧାସଳଖ ଯୋଗାଯୋଗକୁ ଦର୍ଶାଉଛି । ତାଙ୍କର ପ୍ରତ୍ୟେକ ପୋଷ୍ଟରେ ଲକ୍ଷ ଲକ୍ଷ ଲାଇକ୍ ଏବଂ କମେଣ୍ଟ ଆସିଥାଏ, ଯାହା ତାଙ୍କୁ ସବୁଠାରୁ ‘ଏନଗେଜିଂ’ ଲିଡରରେ ପରିଣତ କରିଛି । ଗ୍ଲୋବାଲ ରେଟିଂରେ ମଧ୍ୟ ସେ ପ୍ରାୟତଃ ଶୀର୍ଷରେ ରୁହନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦିଲ୍ଲୀରେ ଦୁଇମୁଖୀ ପ୍ରତିବାଦ, ସିଜେପି ସହ କୃଷକଙ୍କ ଆନ୍ଦୋଳନ 🔴 ସୁନା ବେଶରେ ଦର୍ଶନ ଦେଉଛନ୍ତି ମା’ 🔴 ରୁଷ୍‌ର ମିସାଇଲ ମାଡ, ୪ଭାରତୀୟ ମୃତ 🔴 ଓଏସଆରଟିସି ଜଗନ୍ନାଥ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ 🔴 ଆଜି ଶରଧାବାଲିରେ ତିନି ରଥଙ୍କ ଦକ୍ଷିଣ ମୋଡ଼ 🔴 ମଝି ନଦୀରୁ ଟାୱାର ଉପରୁ ଉଦ୍ଧାର ହେଲେ ଯୁବକ 🔴 ବାଦଲ ଫଟା ବର୍ଷା, ଗଲାଣି ୪୩ରୁ ଅଧିକ ଲୋକଙ୍କ ଜୀବନ 🔴 ଜଗତ ଦେଖିବ ଜଗାର କଳି 🔴 ୬ ଜିଲ୍ଲାରେ ପ୍ରବଳ ବର୍ଷା ଆଲର୍ଟ 🔴 ଭୟାବହ ବନ୍ୟାରେ ଥରହର ଜମ୍ମୁ-କାଶ୍ମୀର, ୧୧ ମୃତ 🔴 ଦିଲ୍ଲୀରେ ଦୁଇମୁଖୀ ପ୍ରତିବାଦ, ସିଜେପି ସହ କୃଷକଙ୍କ ଆନ୍ଦୋଳନ 🔴 ସୁନା ବେଶରେ ଦର୍ଶନ ଦେଉଛନ୍ତି ମା’ 🔴 ରୁଷ୍‌ର ମିସାଇଲ ମାଡ, ୪ଭାରତୀୟ ମୃତ 🔴 ଓଏସଆରଟିସି ଜଗନ୍ନାଥ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ 🔴 ଆଜି ଶରଧାବାଲିରେ ତିନି ରଥଙ୍କ ଦକ୍ଷିଣ ମୋଡ଼ 🔴 ମଝି ନଦୀରୁ ଟାୱାର ଉପରୁ ଉଦ୍ଧାର ହେଲେ ଯୁବକ 🔴 ବାଦଲ ଫଟା ବର୍ଷା, ଗଲାଣି ୪୩ରୁ ଅଧିକ ଲୋକଙ୍କ ଜୀବନ 🔴 ଜଗତ ଦେଖିବ ଜଗାର କଳି 🔴 ୬ ଜିଲ୍ଲାରେ ପ୍ରବଳ ବର୍ଷା ଆଲର୍ଟ 🔴 ଭୟାବହ ବନ୍ୟାରେ ଥରହର ଜମ୍ମୁ-କାଶ୍ମୀର, ୧୧ ମୃତ