ବାପାକୁ କାନ୍ଧ ଦେଲାନି ପୁଅ

ପାପଡ଼ାହାଣ୍ଡି (ବଡ଼ ଖବର ବ୍ୟୁରୋ): ନିଜ ବାପାର ଶବକୁ କାନ୍ଧ ଦେବାକୁ ଆସିଲା ବଡ ପୁଅ । ଆସିଲେନି ସମାଜ ଲୋକ । ଶେଷରେ ବାଧ୍ୟ ହୋଇ ସାନ ପୁଅ, ଝିଅ ଓ ନାତିନାତୁଣୀ ମାନେ ମିଶି ଶବକୁ କାନ୍ଧ ଦେଇଥିଲେ । ଆଜିବି ରହିଛି ଜାତିପ୍ରଥା ନିୟମ । ଝିଅ ଅନ୍ୟ ଜାତିରେ ବିବାହ କରିବାରୁ ବାପାର ଶବକୁ କାନ୍ଧ ଦେବାକୁ ଆସିଲେନି ସମାଜ ଲୋକ ଓ ନିଜ ବଡ ପୁଅ । ସାନ ପୁଅ ଓ ଝିଅର ନାତିନାତୁଣୀ ମିଶି ଚାରିକାନ୍ଧ ଦେଇ ଶବକୁ ପେତେିଦେଇଛନ୍ତି । ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ କୋଙ୍ଗ୍ରା ଗ୍ରାମରେ ।

ଗ୍ରାମର ଦୁର୍ଯ୍ୟ ମାଝୀଙ୍କ ଗତକାଲି ଦେହାନ୍ତ ହୋଇଥିଲା । ତାଙ୍କର ତିନି ଝିଅ ଓ ଦୁଇ ପୁଅ । ଝିଅ ଜଣେ ଅନ୍ୟ ଜାତିର ପୁଅକୁ ବିବାହ କରିଛି । ଗତକାଲି ତାଙ୍କର ଦେହାନ୍ତ ହେବା ପରେ ସମାଜ ଲୋକ କାନ୍ଧଦେବାକୁ ଆସି ନାହାନ୍ତି । ଅତି ଦୁଃଖର ବିଷୟ ଯେ ତାଙ୍କର ବଡ଼ ପୁଅ ମଧ୍ୟ ବାପାର କାନ୍ଧ ଦେବାକୁ ଆସିଲେ ନାହିଁ । ଯାହାକି ସାନ ପୁଅ ଝିଅ ଓ ନାତିନାତୁଣୀ ମିଶି ଶବକୁ ଶ୍ମଶାନ ନିକଟରେ ନେଇଥିଲେ । ଆଜିବି ଅନ୍ଧ ବିଶ୍ୱାସର ଶିକାର ହୋଇଛନ୍ତି ଲୋକ । ଅନ୍ୟ ଲୋକର କଥାରେ ପଡି ଜାତିପ୍ରଥା ନିୟମକୁ ଚାଲୁ ରଖିଛନ୍ତି । ସେପଟେ ଝିଅମାନେ କହିଚନ୍ତି ଲୋକଙ୍କ ଉପରେ ଭରସା ନ ରଖି ଭଗବାନ ଙ୍କ ଉପରେ ଭରସା ରଖିଥିବା କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!