ଆଧାର ଅଛି ତ ଭୟ ନାହିଁ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆପଣଙ୍କ ପାଖରେ ଆଧାର କାର୍ଡ ଅଛି କି? ଯଦି ହଁ, ତେବେ ଆପଣଙ୍କୁ ଆଦୌ ଟଙ୍କା ପାଇଁ ବ୍ୟସ୍ତ ହେବାକୁ ପଡିବ ନାହିଁ । କାରଣ ବର୍ତ୍ତମାନ ଆପଣ ଆଧାର ସାହାଯ୍ୟରେ ଟଙ୍କା ଉଠାଇ ପାରିବେ । କିନ୍ତୁ ଏଥିପାଇଁ ଆପଣଙ୍କର ଆଧାର କାର୍ଡ ବ୍ୟାଙ୍କ ଆକାଉଣ୍ଟ ସହିତ ଲିଙ୍କ୍ କରିବା ଆବଶ୍ୟକ । ଗ୍ରାହକମାନେ ଆଧାର ଇନବିଲ୍ଡ  ପେମେଣ୍ଟ ସିଷ୍ଟମ ସେବା ମାଧ୍ୟମରେ ବ୍ୟାଙ୍କରେ ଜମା ହୋଇଥିବା ଟଙ୍କା ଉଠାଇ ପାରିବେ । ବର୍ତ୍ତମାନ କୋଟି କୋଟି ଲୋକ ଏଟିଏମ୍ କାର୍ଡ କିମ୍ବା ପିନ୍ ବିନା ବ୍ୟାଙ୍କିଙ୍ଗ୍ କାରବାର କରୁଛନ୍ତି ।

ଆପଣ ଆପଣଙ୍କର ଏଟିଏମ୍ କମ ଡେବିଟ୍ କାର୍ଡ ସାହାଯ୍ୟରେ ଏଟିଏମକୁ ଯାଇ ଟଙ୍କା ଉଠାଉଛନ୍ତି । କିନ୍ତୁ ଆପଣ ନିଜର ଆଧାର କାର୍ଡ ସାହାଯ୍ୟରେ ଏହା ମଧ୍ୟ କରିପାରିବେ । ଆଧାର ଆଧାରରେ ଥିବା ଏଟିଏମ୍ ମେସିନ୍ ମାଧ୍ୟମରେ ଆପଣ ନଗଦ ଟଙ୍କା ଉଠାଇ ପାରିବେ ।
ନଗଦ ଟଙ୍କା ଉଠାଇବା ବ୍ୟତୀତ ଆପଣ ଏକ ନଗଦ ଜମା, ବାଲାନ୍ସ ଚେକ୍, ମିନି ଷ୍ଟେଟମେଣ୍ଟ ଚେକ କରିପାରିବେ । ଏପରିକି କରିଥିବା ଋଣ ମଧ୍ୟ ଆଧାର ମାଧ୍ୟମରେ ପରିଶୋଧ କରିପାରିବେ । କେବଳ ଏତିକି ନୁହେଁ ଏହା ମାଧ୍ୟମରେ ପାନ୍ କାର୍ଡ, ଇ-କେୱାଇସି ଓ ଋଣ ବିତରଣ ଭଳି ସୁବିଧା ମଧ୍ୟ ଯୋଗାଇ ଦିଆଯିବ ।

ଆଧାର ଆଧାରିତ ଦେୟକୁ ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ ଦ୍ୱାରା ପ୍ରସ୍ତୁତ କରାଯାଇଛି । ଏହା ମାଧ୍ୟମରେ ବ୍ୟାଙ୍କ ଓ ଆର୍ଥିକ ସଂସ୍ଥାଗୁଡ଼ିକ ସେମାନଙ୍କର ସେବା ଯୋଗାଇବା ପାଇଁ ଆଧାର ନମ୍ବର ଓ ଚିପ୍ ପ୍ରମାଣ ଭାବେ ବ୍ୟବହାର କରିଥାନ୍ତି । ଏହା ମଧ୍ୟ ଆରବିଆଇର ମାନ୍ୟତା ପାଇଛି । ଏହି ବ୍ୟବସ୍ଥା ଅନୁଯାୟୀ ଆପଣଙ୍କର ଫିଙ୍ଗର ପ୍ରିଣ୍ଟ ଓ ମୋବାଇଲ୍ ନମ୍ବର ଆପଣଙ୍କ ଡେବିଟ୍ କାର୍ଡ ପରି କାମ କରେ । ଏଥିପାଇଁ ଆପଣଙ୍କୁ କୌଣସି ଦେୟ ଦେବାକୁ ମଧ୍ୟ ପଡିବ ନାହିଁ ।

ଆଧାର ମାଇକ୍ରୋ ଏଟିଏମ୍ ଏକ ପରିବର୍ତ୍ତିତ ଉପକରଣ ଭାବରେ କାର୍ୟ୍ୟ କରେ । ଏହାର ଉଦ୍ଦେଶ୍ୟ ହେଉଛି ପିନଲେସ୍ ବ୍ୟାଙ୍କିଂକୁ ପ୍ରୋତ୍ସାହିତ କରିବା । ଏହି ଦ୍ଵାରା କୌଣସି କାରବାର ଉପରେ ଦେୟ ଲାଗିବ ନାହିଁ । ଏଟିଏମ୍ ପରି ଏଥିରେ କ୍ୟାସ-ଇନ୍ ଓ କ୍ୟାସ-ଆଉଟ୍ ରହିବ ନାହିଁ । କିନ୍ତୁ ଆଧାର ମାଇକ୍ରୋ ଏଟିଏମ୍ ଅପରେଟର ଦ୍ୱାରା ପରିଚାଳିତ ହେବ । ଯଦି ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆଧାର ସହିତ ଲିଙ୍କ୍ କରିଛନ୍ତି । ତେବେ ଆପଣ ମଧ୍ୟ ଏହି ସୁବିଧାର ଲାଭ ଉଠାଇ ପାରିବେ । ଯଦି ଲିଙ୍କ୍ କରିନାହାନ୍ତି ତେବେ ଆପଣ ଶାଖାକୁ ଯାଇ ଆଧାର ସହିତ ଆପଣଙ୍କର ଆକାଉଣ୍ଟକୁ ଲିଙ୍କ୍ କରିପାରିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ