୧୦ ଡିଗ୍ରୀ ଛୁଇଁଲା ରାଜଧାନୀ ପାରଦ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜଧାନୀ ଭୁବନେଶ୍ବରରେ ଅସହ୍ୟ ଥଣ୍ଡା । ସକାଳ ୫ଟା ୩୦ରେ ୧୦ ଡିଗ୍ରୀ ଛୁଇଁଲା ରାଜଧାନୀ ପାରଦ । ଆଜି ରାଜଧାନୀ ତାପମାତ୍ରା ୧୦.୨ ଡିଗ୍ରୀ ରେକର୍ଡ । ଗତ ୪ ଦିନ ତୁଳନାରେ ରାଜଧାନୀରେ ଆଜି ସବୁଠୁ କମ୍‌ ତାପମାତ୍ରା ରେକର୍ଡ । ସେହିଭଳି ଶିମିଳିପାଳରେ ଆଜି ବି ମାଇନସ୍ ତାପମାତ୍ରା ରେକର୍ଡ଼ । ଜି.ଉଦୟଗିରିରେ ୨.୬ ଡିଗ୍ରୀ, ରାଉରକେଳାରେ ୩.୬ ଡିଗ୍ରୀ ରେକର୍ଡ ହୋଇଛି ।  ଝାରସୁଗୁଡାରେ ୬.୨ ଡ଼ିଗ୍ରୀ ଓ କେନ୍ଦୁଝରରେ ୯ଡ଼ିଗ୍ରୀ ରେକର୍ଡ ହୋଇଛି ତାପମାତ୍ରା ।ସେହିପରି ଚତୁର୍ଥ ସ୍ଥାନରେ ଷ୍ଟିଲ ସିଟି ରାଉରକେଲାରେ ୩.୬°C । ରାଜ୍ୟର ସବୁଠାରୁ ଶୀତର ସହର ଏବେ ଷ୍ଟିଲ ସିଟି ରାଉରକେଲା । ଦିନ ୯ଟା ପଯ୍ୟନ୍ତ କୁହୁଡି ଲାଗିରହିଥିବା ବେଳେ ସନ୍ଦ୍ୟା ୭ ହେଲେ ଜନଶୂନ୍ୟ ହୋଇ ପଡ଼ୁଛି ସହର ।

ଗରିବ ଲୋକେ ଖୋଲା ଆକାଶ ତଳେ ପ୍ରବଳ ଶୀତରେ କରୁଛନ୍ତି ରାତ୍ରି ଯାପନ । ଶୀତରୁ ରକ୍ଷାପାଇବା ପାଇଁ ଆଶ୍ରୟ ନେଉଛନ୍ତି ନିଆଁର । ରାଉରକେଲା ଏଥର ନିଜସ୍ଵ ରେକର୍ଡ ଭାଙ୍ଗି ସୃଷ୍ଟି କରିଛି ଶୀତର ନୂତନ ରେକର୍ଡ । ଆଗକୁ ଶୀତର ପ୍ରକୋପ ବଢିବ ବୋଲି କହିଛି ପାଣିପାଗ ବିଭାଗ ।ଅନ୍ୟପଟେ ଶିମିଳିପାଳରେ ତୁଷାର ପାତ,ପ୍ରବଳ ଜାଡରେ ଥରୁଛି ଶିମିଳିପାଳ । ଶିମିଳିପାଳରେ ଆଜିବି -୧° ଡିଗ୍ରୀକୁ ଖସିଲା ପାରଦ, ଜନଜୀବନ ଅସ୍ତବ୍ୟସ୍ତ । ଉପରବାର୍ହାକାମୁଡା, ଦେବସ୍ଥଳୀ, କୁମାରୀ ଓ ଗୁରୁଗୁଡ଼ିଆ ଠାରେ ତୁଷାର ପାତ ହୋଇଥିବା ବେଳେ ହାଡ଼ଭଙ୍ଗା ଶୀତ ସାଙ୍ଗକୁ ଘନକୁହୁଡିର ଧଳା ଚାଦର ତଳେ ଘୋଡେଇ ହୋଇଛି । ଶିମିଳିପାଳ ଅଭ୍ୟାୟରଣ୍ୟ ଏବଂ ପାଦଦେଶରେ ଥିବା ଯଶିପୁର, ଠାକୁରମୁଣ୍ଡା, କରଞ୍ଜିଆ, ରରୁଆଁ ଓ ଶୁକୃଳି ବ୍ଲକ ଅଞ୍ଚଳରେ ଘନ କୁହୁଡି ସାଙ୍ଗକୁ ଶୀତର ଲହରୀ ଜାରି ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ