Masthead

୧୦ ଡିଗ୍ରୀ ଛୁଇଁଲା ରାଜଧାନୀ ପାରଦ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜଧାନୀ ଭୁବନେଶ୍ବରରେ ଅସହ୍ୟ ଥଣ୍ଡା । ସକାଳ ୫ଟା ୩୦ରେ ୧୦ ଡିଗ୍ରୀ ଛୁଇଁଲା ରାଜଧାନୀ ପାରଦ । ଆଜି ରାଜଧାନୀ ତାପମାତ୍ରା ୧୦.୨ ଡିଗ୍ରୀ ରେକର୍ଡ । ଗତ ୪ ଦିନ ତୁଳନାରେ ରାଜଧାନୀରେ ଆଜି ସବୁଠୁ କମ୍‌ ତାପମାତ୍ରା ରେକର୍ଡ । ସେହିଭଳି ଶିମିଳିପାଳରେ ଆଜି ବି ମାଇନସ୍ ତାପମାତ୍ରା ରେକର୍ଡ଼ । ଜି.ଉଦୟଗିରିରେ ୨.୬ ଡିଗ୍ରୀ, ରାଉରକେଳାରେ ୩.୬ ଡିଗ୍ରୀ ରେକର୍ଡ ହୋଇଛି ।  ଝାରସୁଗୁଡାରେ ୬.୨ ଡ଼ିଗ୍ରୀ ଓ କେନ୍ଦୁଝରରେ ୯ଡ଼ିଗ୍ରୀ ରେକର୍ଡ ହୋଇଛି ତାପମାତ୍ରା ।ସେହିପରି ଚତୁର୍ଥ ସ୍ଥାନରେ ଷ୍ଟିଲ ସିଟି ରାଉରକେଲାରେ ୩.୬°C । ରାଜ୍ୟର ସବୁଠାରୁ ଶୀତର ସହର ଏବେ ଷ୍ଟିଲ ସିଟି ରାଉରକେଲା । ଦିନ ୯ଟା ପଯ୍ୟନ୍ତ କୁହୁଡି ଲାଗିରହିଥିବା ବେଳେ ସନ୍ଦ୍ୟା ୭ ହେଲେ ଜନଶୂନ୍ୟ ହୋଇ ପଡ଼ୁଛି ସହର ।

ଗରିବ ଲୋକେ ଖୋଲା ଆକାଶ ତଳେ ପ୍ରବଳ ଶୀତରେ କରୁଛନ୍ତି ରାତ୍ରି ଯାପନ । ଶୀତରୁ ରକ୍ଷାପାଇବା ପାଇଁ ଆଶ୍ରୟ ନେଉଛନ୍ତି ନିଆଁର । ରାଉରକେଲା ଏଥର ନିଜସ୍ଵ ରେକର୍ଡ ଭାଙ୍ଗି ସୃଷ୍ଟି କରିଛି ଶୀତର ନୂତନ ରେକର୍ଡ । ଆଗକୁ ଶୀତର ପ୍ରକୋପ ବଢିବ ବୋଲି କହିଛି ପାଣିପାଗ ବିଭାଗ ।ଅନ୍ୟପଟେ ଶିମିଳିପାଳରେ ତୁଷାର ପାତ,ପ୍ରବଳ ଜାଡରେ ଥରୁଛି ଶିମିଳିପାଳ । ଶିମିଳିପାଳରେ ଆଜିବି -୧° ଡିଗ୍ରୀକୁ ଖସିଲା ପାରଦ, ଜନଜୀବନ ଅସ୍ତବ୍ୟସ୍ତ । ଉପରବାର୍ହାକାମୁଡା, ଦେବସ୍ଥଳୀ, କୁମାରୀ ଓ ଗୁରୁଗୁଡ଼ିଆ ଠାରେ ତୁଷାର ପାତ ହୋଇଥିବା ବେଳେ ହାଡ଼ଭଙ୍ଗା ଶୀତ ସାଙ୍ଗକୁ ଘନକୁହୁଡିର ଧଳା ଚାଦର ତଳେ ଘୋଡେଇ ହୋଇଛି । ଶିମିଳିପାଳ ଅଭ୍ୟାୟରଣ୍ୟ ଏବଂ ପାଦଦେଶରେ ଥିବା ଯଶିପୁର, ଠାକୁରମୁଣ୍ଡା, କରଞ୍ଜିଆ, ରରୁଆଁ ଓ ଶୁକୃଳି ବ୍ଲକ ଅଞ୍ଚଳରେ ଘନ କୁହୁଡି ସାଙ୍ଗକୁ ଶୀତର ଲହରୀ ଜାରି ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବିହାରରେ ଆଜିଠୁ ସମ୍ରାଟ ସରକାର 🔴 ମୃତ୍ୟୁର ୨ ଦିନ ପରେ ବି ଶବକୁ ମିଳୁନି ଶ୍ମଶାନ 🔴 ବରଯାତ୍ରୀ ଗାଡ଼ି ଦୁର୍ଘଟଣା, ଜଣେ ମୃତ 🔴 ପଶ୍ଚିମରେ ଅସମ୍ଭାଳ ତାତି 🔴 ଆଜି ପବିତ୍ର ପଣା ସଂକ୍ରାନ୍ତି 🔴 ୪୫ ଡିଗ୍ରୀ ଛୁଇଁପାରେ ତାତି 🔴 ସାଲାରୀ ବଢାଇବାକୁ ଦାବି, ପୁଲିସ୍-ଶ୍ରମିକ ମୁହାଁମୁହିଁ 🔴 ହର୍ମୁଜ ଉପରେ ବଢିଲା ସଙ୍କଟ 🔴 ଆଜି ଖୋଲିବ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର 🔴 ଗରମ, ଗୁଳୁଗୁଳିରୁ ନିସ୍ତାର ନାହିଁ 🔴 ବିହାରରେ ଆଜିଠୁ ସମ୍ରାଟ ସରକାର 🔴 ମୃତ୍ୟୁର ୨ ଦିନ ପରେ ବି ଶବକୁ ମିଳୁନି ଶ୍ମଶାନ 🔴 ବରଯାତ୍ରୀ ଗାଡ଼ି ଦୁର୍ଘଟଣା, ଜଣେ ମୃତ 🔴 ପଶ୍ଚିମରେ ଅସମ୍ଭାଳ ତାତି 🔴 ଆଜି ପବିତ୍ର ପଣା ସଂକ୍ରାନ୍ତି 🔴 ୪୫ ଡିଗ୍ରୀ ଛୁଇଁପାରେ ତାତି 🔴 ସାଲାରୀ ବଢାଇବାକୁ ଦାବି, ପୁଲିସ୍-ଶ୍ରମିକ ମୁହାଁମୁହିଁ 🔴 ହର୍ମୁଜ ଉପରେ ବଢିଲା ସଙ୍କଟ 🔴 ଆଜି ଖୋଲିବ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର 🔴 ଗରମ, ଗୁଳୁଗୁଳିରୁ ନିସ୍ତାର ନାହିଁ