Masthead

ତେଲରୁ ଆଦାୟ ହେଲାଣି ଲକ୍ଷେ କୋଟି

ନୁଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ)  :    ତେଲ ଟିକସ ମାଧ୍ୟମରେ କେନ୍ଦ୍ର ସରକାରଙ୍କ ରାଜକୋଷ ଭର୍ତ୍ତି ହେବାରେ ଲାଗିଛି । ଚଳିତ ଆର୍ଥିକ ବର୍ଷର ପ୍ରଥମ ୪ ମାସ ଭିତରେ ତେଲରୁ ଶୁ୍ଳ୍କ ଭାବେ ଲକ୍ଷେ କୋଟି ଟଙ୍କା ଆୟ ହୋଇଛି । ଦେଶରେ ଜିଏସଟି ଲାଗୁ ହେବା ପରେ କେବଳ ପେଟ୍ରୋଲେ,ଜିଜେଲ୍,ପ୍ରାକୃତିକ ଗ୍ୟାସ ଓ ବିମାନ ଇନ୍ଧନରୁ ଉତ୍ପାଦନ ଶୁଳ୍କ ସଂଗ୍ରହ କରାଯାଉଛି । ପୂର୍ବ ଆର୍ଥିକ ବର୍ଷରେ ୬୭,୮୯୫ କୋଟି ଟଙ୍କାର ଟିକସ ମିଳିଥିଲା । ଆଉ ଚଳିତ ବର୍ଷ ତାହା ତୁଳନାରେ ୩୨,୪୯୨କୋଟି ଟଙ୍କା ଅଧିକ ଆୟ ହୋଇଥିଲା । ଏପଟେ ଚଳିତ ବର୍ଷ ତୈଳ ବଣ୍ଡ୍ ବାବଦକୁ କେନ୍ଦ୍ରସରକାର ୧୦ ହଜାର କୋଟି ଠଙ୍କା ଶୁଝିବେ ।

ଦେଶରେ କୋରନା ସଂକ୍ରମଣ ମାମଲା ହ୍ରାସ ପାଉଥିବା ବେଳେ ପେଟ୍ରୋଲ ଓ ଡିଜେଲ ବିକ୍ରି ବଢିବାରେ ଲାଗିଛି । ସେଥିପାଇଁ ତେଲରୁ ଟିକସ ସଂଗ୍ରହ ବୃଦ୍ଧି ପାଉଛି । ତେବେ ଉପା ସରକାରଙ୍କ ଅମଳରେ ୧.୩ ଲକ୍ଷ କୋଟି ଚଙ୍କାର ତୈଳ ବଣ୍ଡ୍ ଜାରି କରାଯାଇଥିଲା । ଉପା ସରକାରଙ୍କ ଏହି ଭୁଲ ପାଇଁ ବର୍ତ୍ତମାନ ତେଲ ଉପରୁ ଟିକସ ଉଠିପାରୁନାହିଁ । ଏ ନେଇ ନିକଟରେ ନିର୍ମଳା ସୀତାରମଣ ଓ ବର୍ତ୍ତମାନର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ କହିଥିଲେ ।

୨୦୧୪ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶାସନ ଭାର ସମ୍ଭାଳିବା ପରଠାରୁ ତେଲରେ ୨୫ ଲକ୍ଷ କୋଟି ଟଙ୍କା ଆୟ କରିସାରିଲେଣି । ଏପଟେ ତେଲ ଉପରେ ଟିକସ କମ୍ କରାଯିବ ନାହିଁ ବୋଲି ଗତ ମାସରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି । ଗତ ମାସରେ ଆର୍ନ୍ତଜାତିକ ବଜାରରେ ଅଶୋଧିତ ତୈଳର ଦାମ୍ ୩୦ ଡଲାର ତଳକୁ ଖସିଥିଲା । ତେବେ ସେହି ସମୟରେ ତାର ଲାଭ ଗ୍ରାହକଙ୍କୁ ଦେବା ପରବର୍ତ୍ତେ ସରକାର ପେଟ୍ରୋଲରେ ଟିକସ ବୃଦ୍ଧି କରିଦେଲେ । ଏବେ ଗ୍ରାହକ ମାନେ ଲିଟର ପିଛା ୩୨ଟଙ୍କା ୯୦ ପଇସାର ଟିକସ ଗଣୁଛନ୍ତି

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା