Masthead

ଗୀତ ଗାଇ ଚର୍ଚ୍ଚାରେ କ୍ୟାପଟେନ ଅମରିନ୍ଦର

ଚଣ୍ଡିଗଡ(ବଡ଼ ଖବର ବ୍ୟୁରୋ):   ଜଣାପଡିଛି ଯେ ସେ ଏକ ସମାରୋହରେ ଗୀତ ଗାଇଛନ୍ତି । ଅମରିନ୍ଦର ସିଂହ ଶନିବାର ଚଣ୍ଡିଗଡ ସ୍ଥିତ ନିଜ ୧୯୪୭ ଏନଡିଏ କୋର୍ସର ବ୍ୟାଚ ସହ ଦେଖାସାକ୍ଷାତ କରିଥିଲେ । ତେବେ ସେ ତାଙ୍କ ବ୍ୟାଚମେଣ୍ଟଙ୍କୁ ଭେଟିବା ପରେ ବେଶ ଉତ୍ସାହିତ ହୋଇ ଗୀତ ଗାଇଥିଲେ । ଯାହାର ଏକ ଭିଡିଓ ନଜର ଆସିଛି । ସୂଚନା ଅନୁସାରେ କ୍ୟାପଟେନଙ୍କ ପରାମର୍ଶଦାତା ରବିନ ଠୁକରାଲ ଏହି ଭିଡିଓକୁ ପୋଷ୍ଟ କରିଥିଲେ । ଭିଡିଓରେ ପଞ୍ଜାବର ପୂର୍ବାତନ ମୁଖ୍ୟମନ୍ତ୍ରୀ ବଲିଉଡର ଲୋକପ୍ରିୟ ଗୀତ ‘ଗୋରେ ଗୋରେ’ ଗୀତ ଗାଉଥିବାର ଦେଖିବାକୁ ମିଳିଥିଲା ।

କ୍ୟାପଟେନଙ୍କ ସହ ତାଙ୍କ ସହପାଠୀମାନେ ମଧ୍ୟ ଯୋଗ ଦେଇଥିବାର ଦେଖିବାକୁ ମିଳିଛି । ତେବେ ଏହି ଭେଟଘାଟ କ୍ୟାପଟେନଙ୍କ ମୋହଲି ସ୍ତିତ ମହିନ୍ଦର ବାଗ୍ ଫାର୍ମହାଉସରେ ହୋଇଥିଲା । କ୍ୟାପଟେନ ଅମରିନ୍ଦର ଗତ କିଛି ଦିନ ଧରି ଏବେ ଖୁବ୍ ଚର୍ଚ୍ଚାରେ ଅଛନ୍ତି ।ସୂତ୍ରରୁ ଜଣାପଡିଥିଲା ଯେ, ନବଜୋତସିଂହ ସିଦ୍ଧୁ ଏବଂ ତାଙ୍କ ସହଯୋଗୀଙ୍କ ସହ କନ୍ଦଳ ପରେ କ୍ୟାପଟେନ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । କିନ୍ତୁ ଅମରିନ୍ଦର ସ୍ପଷ୍ଟ କରିଥିଲେ, ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ଅର୍ଥ ନୁହେଁ ଯେ ସେ ସବୁ ଦିନ ପାଇଁ ରାଜନୀତିରୁ ବିଦାୟ ନୋଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୪ରୁ ରାଜ୍ୟରେ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର 🔴 ୧୩ରେ ଲଘୁଚାପ, ୧୫ରେ ଅବପାତ ସମ୍ଭାବନା 🔴 ପାର୍ବଣ ଆରମ୍ଭରୁ ମହଙ୍ଗା ମାଡ଼; ବଢ଼ିଲା କମର୍ସିଆଲ LPG ସିଲିଣ୍ଡରର ଦର 🔴 ଲସ୍କର-ଏ-ତୋଏବାର ଆତଙ୍କୀ ମହମ୍ମଦ ଆସିଫ ନିହତ 🔴 ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର; ୩ ଦିନ ସମ୍ପୂର୍ଣ୍ଣ ମାଗଣା ଦର୍ଶନ 🔴 ନବନିର୍ମାଣ କୃଷକ ସଂଗଠନର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା 🔴 ପୁରୀରେ ଖଜା ଗୋଦାମରେ ରେଡ୍ 🔴 ହନୁମାନ ଛକରେ ଗୁଳିକାଣ୍ଡ 🔴 ଘାଇ ଆଣିଲା ବିପଦ 🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’ 🔴 ୪ରୁ ରାଜ୍ୟରେ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର 🔴 ୧୩ରେ ଲଘୁଚାପ, ୧୫ରେ ଅବପାତ ସମ୍ଭାବନା 🔴 ପାର୍ବଣ ଆରମ୍ଭରୁ ମହଙ୍ଗା ମାଡ଼; ବଢ଼ିଲା କମର୍ସିଆଲ LPG ସିଲିଣ୍ଡରର ଦର 🔴 ଲସ୍କର-ଏ-ତୋଏବାର ଆତଙ୍କୀ ମହମ୍ମଦ ଆସିଫ ନିହତ 🔴 ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର; ୩ ଦିନ ସମ୍ପୂର୍ଣ୍ଣ ମାଗଣା ଦର୍ଶନ 🔴 ନବନିର୍ମାଣ କୃଷକ ସଂଗଠନର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା 🔴 ପୁରୀରେ ଖଜା ଗୋଦାମରେ ରେଡ୍ 🔴 ହନୁମାନ ଛକରେ ଗୁଳିକାଣ୍ଡ 🔴 ଘାଇ ଆଣିଲା ବିପଦ 🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’