Masthead

ୟୁକେରୁ ଆସିଲେ, ଓଡ଼ିଶାର ସାପ ଧରାଳିଙ୍କୁ ଭେଟିଲେ

ଭଦ୍ରକ(ବଡ଼ ଖବର ବ୍ୟୁରୋ): କିଙ୍ଗ କୋବ୍ରା ପ୍ରେମରେ ବିଦେଶୀ ଦମ୍ପତ୍ତି । ୟୁକେରୁ ଆସି ସାପ ଧରାଳିଙ୍କୁ ଭେଟିଲେ । ସ୍ୱାମୀ କେମିକାଲ ଇଞ୍ଜିନିୟର ଓ ସ୍ତ୍ରୀ ମେଡିକାଲରେ ସେବୀକା । କିନ୍ତୁ ସାପ ପ୍ରତି ବହୁତ ଭଲପାଇବା । ସେମାନେ ୟୁ ଟ୍ୟୁବରେ ସାପ ଦେଖିଛନ୍ତି ଓ ଚିଡ଼ିଆଖାନାରେ । କିନ୍ତୁ କେବେ ନିଜ ଆଖିରେ ଦେଖି ନାହାନ୍ତି କିଙ୍ଗ କୋବ୍ରା । ସେଥି ପାଇଁ ସୁଦୂର ୟୁକେରୁ ଆସିଛନ୍ତି ଭଦ୍ରକ । ସାପ ଧରାଳି ଆସିଫ କେମିତି ସାପ ଧରୁଛନ୍ତି ଓ ୟୁ ଟୁ୍ୟବରେ ଅପଲୋଡ଼ କରିଥିବା ଭିଡ଼ିଓ ସତ କି ମିଛ ।

ୟୁଟ୍ୟୁବ୍‌ରେ ସାପ ଧରିବା କୌଶଳ ଦେଖି ବ୍ରିଟେନ୍‌(ୟୁକେ) ଦମ୍ପତି ଭଦ୍ରକ ଆସି ସାପଧରାଳି ମିର୍ଜା ଆରିଫଙ୍କୁ ଭେଟିଛନ୍ତି। ଜୀବଜନ୍ତୁଙ୍କୁ ଭଲ ପାଉଥିବା ଏହି ବିଦେଶୀ ଦମ୍ପତି ଭଦ୍ରକରେ ପହଞ୍ଚି ମିର୍ଜାଙ୍କୁ ଭେଟି ତାଙ୍କର ଖୁବ୍‌ ପ୍ରଶଂସା କରିଛନ୍ତି। ୟୁକେର ପୁଲ୍‌ ଓ ସ୍ତ୍ରୀ ସାରା ମିର୍ଜାଙ୍କ ୟୁଟ୍ୟୁବ୍‌ ଚ୍ୟାନେଲରେ ସାପ ଧରିବାର କଳା କୌଶଳ ଦେଖିବା ପରେ ଭଦ୍ରକ ଆସି ତାଙ୍କୁ ଦେଖା କରିବା ପାଇଁ ସ୍ଥିର କରିଥିଲେ। ଭଦ୍ରକରେ ପହଂଚି ତାଙ୍କ ସହ ୪/୫ ଦିନ ରହି ବିଭିନ୍ନ ସ୍ଥାନକୁ ଯାଇ ସାପ ଧରିବାର କୌଶଳ ଦେଖିଥିବାର ପୁଲ୍‌ କହିଛନ୍ତି। ମିର୍ଜାଙ୍କୁ ଦେଖା କରିବା ପାଇଁ ଏତେ ବାଟ ଆସିଥିଲୁ। ତାଙ୍କ ସହ ଦେଖା ହୋଇ ମିଶିବା ପରେ ସ୍ବପ୍ନ ପୂରଣ ହୋଇଛି ବୋଲି ସେ କହିଛନ୍ତି ।

ଭଦ୍ରକର ପୁରୁଣାବଜାର ଅଞ୍ଚଳରେ ମିର୍ଜାଙ୍କ ଘର। ସ୍ତ୍ରୀ, ଦୁଇପୁଅ ଓ ଗୋଟିଏ ଝିଅଙ୍କୁ ନେଇ ତାଙ୍କ ପରିବାର। ଦୀର୍ଘଦିନ ଧରି ବିଭିନ୍ନ ଅଞ୍ଚଳରୁ ଖବର ପାଇ ନିଜ ଜୀବନକୁ ବାଜି ଲଗାଇ ବିଷଧର ସାପ ଉଦ୍ଧାର କରି ଜଙ୍ଗଲରେ ଛାଡ଼ିବା ତାଙ୍କର ନିତିଦିନିଆ କାମ। ଜଙ୍ଗଲ ବିଭାଗ ଅପେକ୍ଷା ଭଦ୍ରକ ଜିଲାରେ ସାପଧରାଳି ଭାବେ ତାଙ୍କୁ ଅଧିକ ଲୋକେ ଫୋନ କଲ୍‌ କରି ଡାକିଥାନ୍ତି। ଏତେଦିନ ଧରି ଲୋକଙ୍କୁ ସେବା ଯୋଗାଉଥିବା ବେଳେ ବନ ବିଭାଗ ଓ ସରକାରଙ୍କ ପକ୍ଷରୁ କୌଣସି ସହାୟତା ମିଳୁ ନଥିବା ସେ କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି