https://youtu.be/dLmnP31dQJk
ସୁନ୍ଦରଗଡ଼ (ବଡ଼ ଖବର ବ୍ୟୁରୋ): ସୁନ୍ଦରଗଡ଼ ରାଇକେଲାରେ ବଡ ଧରଣର ଲୁଟ୍ ହୋଇଛି । କୋଇଡ଼ା ପରିବହନ ସଂସ୍ଥା ଅଫିସରୁ ବନ୍ଧୁକ ମୁନରେ ଲୁଟ । ଗୀତାରାଣୀ ମହାନ୍ତି ମାଇନ୍ସ ଭିତର ପରିବହନ ଅଫିସରୁ ଲୁଟ । ଲୁଟର ଦୃଶ୍ୟ ସିସି ଟିଭିରେ କଏଦ ହୋଇଛି । କୋଇଡ଼ା ପୋଲିସ ଛାନଭିନ ଜାରି ରଖିଛି । ଲୁଟେରାମାନେ ମାରଣାସ୍ତ୍ର ଦେଖାଇ ଏକ ପରିବହନ ସଂସ୍ଥାରୁ ୧୦ ଲକ୍ଷରୁ ଅଧିକ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି ।
ଗତକାଲି ବିଳମ୍ବିତ ରାତି ପ୍ରାୟ ୧୨ଟା ୪୬ରେ ଲୁଟେରାମାନେ ରାଇକେଲାର ଗୀତାରାଣୀ ମହାନ୍ତି ମାଇନ୍ସରେ ଅଫିସରେ ପଶିଥିଲେ । ଏହାପରେ ସେଠାରେ ଥିବା କର୍ମଚାରୀମାନଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରାଇ ୧୦ଲକ୍ଷ ଟଙ୍କା ଲୁଟି ନେଇଥିଲେ । ସିସିଟିଭିରେ ଲୁଟର ଭିଜୁଆଲ କଏଦ ହୋଇଛି । ଲୁଟେରାମାନେ ଟାଙ୍ଗିଆରେ ହାଣି ଅଫିସର ଆସବାବପତ୍ର ନଷ୍ଟ କରିଥିଲେ । ଲୁଟରେ ୫ଜଣ ଦୁର୍ବୃତ୍ତ ସାମିଲ ଥିବା ସୂଚନା ମିଳିଛି ।