ଏକାମ୍ରକ୍ଷେତ୍ରରେ ଅଦ୍ଭୁତ ଲୀଳା, ୮ ମାସ ପାଇଁ ଜଣେ ଆଉ ୪ ମାସ ପାଇଁ ଆଉ ଜଣେ ରାଜା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜଧାନୀ ଭୁବନେଶ୍ୱର । ପାୱାରଫୁଲ ଲୋକମାନଙ୍କ ବାସସ୍ଥଳୀ କହିଲେ କିଛି ଭୁଲ ହେବନି । ସହରକୁ ଚଳାଇବା ପାଇଁ ଅଛନ୍ତି ଅନେକ ନୀତି ନିୟମ ପ୍ରଣେତା । କିନ୍ତୁ ସେମାନଙ୍କ ଉପରେ ଆଉ ଏକ ରାଜା ଅଛନ୍ତି ଯିଏ ଏହି ଏକାମ୍ର କ୍ଷେତ୍ରକୁ ଶାସନ କରିଥାନ୍ତି । ସେ ହେଉଛନ୍ତି ପ୍ରଭୁ ଶ୍ରୀ ଲିଙ୍ଗରାଜ । ତାଙ୍କରି ଶାସନ ନୀତିରେ ଚାଲିଛି ଏକାମ୍ରକ୍ଷେତ୍ର । କାରଣ ସେ ହେଉଛନ୍ତି ଏହି ରାଜ୍ୟର ରାଜା । ତାଙ୍କରି ଇଚ୍ଛାରେ, ତାଙ୍କରି ନିଦେ୍ର୍ଦଶରେ ଭୁବନେଶ୍ୱରରେ ସମସ୍ତ କାମ ହୋଇଥାଏ ବୋଲି ଲୋକଙ୍କ ମନରେ ଧାର୍ମିକ ବିଶ୍ୱାସ ରହିଛି । ଯେମିତି ଶ୍ରୀକ୍ଷେତ୍ରରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ନେଇ ନୀତିକାନ୍ତି ଚାଲିଥାଏ, ସେହିପରି ଭୁବନେଶ୍ୱରରେ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ନୀତିକୁ ନେଇ କରାଯାଇଥାଏ ପରମ୍ପରା । । ଏଠି ୧୨ ବର୍ଷରେ ବିଭିନ୍ନ ପରମ୍ପରା ହୋଇଥାଏ । ଏସବୁ ମଧ୍ୟରେ ଏକ ରୋଚକ କଥା ରହିଛି ।

୧୨ ମାସରୁ ୮ ମାସ ପର୍ଯ୍ୟନ୍ତ ରାଜା ହୋଇଥାନ୍ତି ପ୍ରଭୁ ଶ୍ରୀ ଲିଙ୍ଗରାଜ । ଆଉ ୪ ମାସ ସେ ରାଜ୍ୟଭାର ଆଉ ଜଣଙ୍କୁ ଅର୍ପଣ କରନ୍ତି । ସେ ରାଜା ହେଉଛନ୍ତି ପ୍ରଭୁ ଶ୍ରୀ ପର୍ଶୁରାମେଶ୍ୱର । ଯେତେବେଳେ ଦେବ ଶୟନ ନୀତି ହୁଏ ସେତେବେଳେ ଏକାମ୍ରକ୍ଷେତ୍ରର ଆଉ ଏକ ପ୍ରମୁଖ ଦେବତା ପର୍ଶୁରାମଦେବଙ୍କ ମନ୍ଦିରକୁ ଯାଆନ୍ତି । ଲିଙ୍ଗରାଜଙ୍କ ଶୟନ ସମୟରେ ୪ ମାସ ପ୍ରଭୁ ପର୍ଶୁରାମଦେବ ଏକାମ୍ରକ୍ଷେତ୍ରର ଭଲଭନ୍ଦ ବୁଝିବା ଦାୟିତ୍ୱଭାର ନେଇଥାନ୍ତି। ୪ମାସ ପରେ ଦେବୋଉତ୍ଥାପନ ନୀତି ହୋଇଛି । ବିଶ୍ରାମ ନେଇ ଶୟନରୁ ଉଠିସାରିଛନ୍ତି ପ୍ରଭୁ ଶ୍ରୀ ଲିଙ୍ଗରାଜ । ଏବଂ ପ୍ରଭୁ ପର୍ଶୁରାମଙ୍କ ଠାରୁ ପୁର୍ନବାର ଦାୟିତ୍ୱ ଗ୍ରହଣ କରିଛନ୍ତି । ଏଣିକି ଆଗାମୀ ୮ ମାସ ଯାଏଁ ରାଜା ଶ୍ରୀ ଲିଙ୍ଗରାଜଙ୍କର ଆଶିଷରେ ଏକାମ୍ରକ୍ଷେତ୍ର ପରିଚାଳିତ ହେବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ