Masthead

ମିଳୁନି ଆବାସ: ଦୁର୍ଦ୍ଦିନରେ ଖଡ଼ିଆ ପରିବାର

ବିଶୋଇ (ବଡ଼ ଖବର ବ୍ୟୁରୋ): ମୁଣ୍ଡ ଗୁଞ୍ଜିବାକୁ ସୁରକ୍ଷିତ ଘରଟିଏ ନାହିଁ । ଘର ତୋଳିବାକୁ ସମ୍ବଳ ବି ନାହଁ । ପଲିଥିନ୍ ଢଙ୍କା ସାଙ୍ଗକୁ କାଠ ବାଉଁଶ ଘେରା ଭଙ୍ଗା ଦଦରା ଝାଟିମାଟି ପରିତ୍ୟକ୍ତ ଘରେ ଅସୁରକ୍ଷିତ ପରିବେଶ ଓ ଦାରିଦ୍ର୍ୟର କଠୋର ପ୍ରହାର ମଧ୍ୟରେ ଜୀବନ ଜିଇଁବାକୁ ସଙ୍ଘର୍ଷ କରୁଛନ୍ତି ଏକ ଖଡ଼ିଆ ପରିବାର। ମୟୂରଭଞ୍ଜ ଜିଲ୍ଲା ବାମନଘାଟି ଉପଖଣ୍ଡ ବିଶୋଇ ବ୍ଲକ ଯୋଡ଼ିଆ ପଞ୍ଚାୟତ ଦେହୁରୀ ସାହିରୁ ଆସିଛି ଏପରି ଚିତ୍ର। ପରିବାର କହିଲେ ସୁଶାନ୍ତ ଦେହୁରୀ, ତାଙ୍କ ସ୍ତ୍ରୀ ମାଧୁରୀ ଓ ଏମାନଙ୍କ ୩ ଶିଶୁସନ୍ତାନ। ସରକାରୀ ସହାୟତା କହିଲେ କେବଳ ରାସନ କାର୍ଡ। ଜମିବାଡ଼ି ବୋଲି କିଛିନାହିଁ । ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ବିକ୍ରି ସାଙ୍ଗକୁ ପର ଘରେ କୁଲି ମଜୁରି କଲେ ଘର ଚଳେ। ବଣଜଙ୍ଗଲ ଘେରା ତଥା ସରୀସୃପଙ୍କ ଅବାଧ ବିଚରଣ ମଧ୍ୟରେ ଦୀର୍ଘ ବର୍ଷ ଧରି ପରିବାର ସହ ଉକ୍ତ ଘରେ ଜୀବନକୁ ବାଜି ଲଗାଇ ରହିବାକୁ ବାଧ୍ୟ ହେଉଛନ୍ତି । କେତେବେଳେ କ’ଣ ଘଟିବ ତାହା ଭଗବାନଙ୍କୁ ଜଣା। ସରକାରୀ ଆବାସ ପାଇଁ ବହୁବାର ପଞ୍ଚାୟତ, ବ୍ଲକରେ ଆବେଦନ ନିବେଦନ କରିଥିଲେ ହେଁ କେହି କର୍ଣ୍ଣପାତ କରୁ ନ ଥିବା ଅଭିଯୋଗ କରିଛନ୍ତି। ତେବେ ସତନ୍ତ୍ର ଅନୁଦାନପ୍ରାପ୍ତ ଖଡ଼ିଆ ଜନଜାତିଙ୍କ ବିକାଶ ଦିଗରେ କିଏ ବାଧକ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏ ନେଇ ସରପଞ୍ଚ, ବିଡିଓଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ। ଗ୍ରାମବାସୀଙ୍କ କହିବା ଅନୁଯାୟୀ ଦେହୁରୀ ସାହିରେ ଅନେକ ଅସହାୟ ପରିବାରକୁ ଆଜିପର୍ୟ୍ୟନ୍ତ ସରକାରୀ ଘର ଖଣ୍ଡେ ମିଳିପାରି ନାହିଁ । ବାରମ୍ବାର ଅଭିଯୋଗ କଲେ ମଧ୍ୟ କେହି ଶୁଣୁନାହାନ୍ତି । ଏଥିପ୍ରତି ଜିଲ୍ଲା ପ୍ରଶାସନ ଏବଂ ବ୍ଲକ ପ୍ରଶାସନ ଦୃଷ୍ଟି ଦେବାକୁ ଗ୍ରାମବାସୀ ଗୁହାରି କରିଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ