Masthead

ବରଗଡ଼ ବନ୍ଦ, ପୋଲିସ ସହ ଧସ୍ତାଧସ୍ତି

ବରଗଡ଼ (ବଡ଼ ଖବର ବ୍ୟୁରୋ): ଆଜି ୧୨ ଘଂଟିଆ ବରଗଡ଼ ସହର ବନ୍ଦ । କୁର୍ଲା ଜଙ୍ଗଲରୁ ଉଦ୍ଧାର ଯୁବତୀଙ୍କୁ ନ୍ୟାୟ ଦାବିରେ ବନ୍ଦ ପାଳନ । ସକାଳ ୬ରୁ ସନ୍ଧ୍ୟା ୬ ଯାଏଁ ସବୁ ଦୋକାନ ବନ୍ଦ ରହିବ । ସଚେତନ ନାଗରିକ ମଂଚ ସହ ବିରୋଧୀଙ୍କ ପକ୍ଷରୁ ବନ୍ଦ ଡାକରା । ଟାଉନରେ ଥିବା ସମସ୍ତ ଦୋକାନ ବଜାର ବନ୍ଦ । କେବଳ ଅତ୍ୟାବଶ୍ୟକ ଜରୁରୀ ସେବା କୁ ଏହି ବନ୍ଦରୁ ବାଦ୍ ଦିଆଯାଇଛି । ବରଗଡ଼ ପୋଲିସର ଅବହେଳା , ଘଟଣାକୁ ଆଠ ଦିନରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ଏବେ ପର୍ଯ୍ୟନ୍ତ ମୁଖ୍ୟ ଅଭିଯୁକ୍ତ କୁ ଧରି ପାରିନାହିଁ ପୋଲିସ ।

ଗତ କାଲି ମୁଖ୍ୟ ଅଭିଯୁକ୍ତକୁ ଫେରାର କରାଇବାରେ ସହଯୋଗ କରିଥିବା ୩ ଜଣ ଅଭିଯୁକ୍ତ ଙ୍କୁ ବରଗଡ଼ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଏବେ ବି ମୁଖ୍ୟ ଅଭିଯୁକ୍ତ ଫେରାର ଅଛି । ବନ୍ଦ ପାଳନରେ ସଚେତନ ନାଗରିକ ମଞ୍ଚ ସହ ବିରୋଧୀ ସାମିଲ ଏହାକୁ ଦୃଷ୍ଟିରେ ରଖି ପୂର୍ବରୁ କରାଯାଇଥିବା ଆହ୍ୱାନ ମୁତାବକ ବରଗଡର ବିଭିନ୍ନ ଛକ ଗୁଡିକରେ ପିକେଟିଂ କରି ରାସ୍ତାରୋକ ମଧ୍ୟ କରାଯାଇଛି । ବରଗଡ଼ ରାୟପୁର ଜାତୀୟ ରାଜପଥରେ ଶହ ଶହ ଗାଡି ମଟର ଅଟକି ରହିଛି ।

ଟାୟାର୍ ଜାଳି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଖୁବ୍ ଶୀଘ୍ର ମୁଖ୍ୟ ଅଭିଯୁକ୍ତକୁ ଗିରଫ ସହ ପୀଡ଼ିତା ଙ୍କୁ ନ୍ୟାୟ ପ୍ରଦାନ ପାଇଁ ଦାବି କରିଛନ୍ତି ବିଭିନ୍ନ ସଙ୍ଗଠନ । ସେପଟେ ୧୨ ଘଣ୍ଟିଆ ବରଗଡ଼ ସହର ବନ୍ଦ ପାଳନ ବେଳେ ଅପ୍ରୀତିକର ସ୍ଥିତି ଦେଖାଦେଇଛି । କୋର୍ଟ ସମ୍ମୁଖରେ ପୋଲିସ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି । କୋର୍ଟ ଖୋଲିବା ନିଷ୍ପତ୍ତିକୁ ବିରୋଧ କରି ପୋଲିସ ସହ ଧସ୍ତାଧସ୍ତି ହୋଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ