Masthead

ରାସ୍ତା ପାଲଟିଛି ମରଣଯନ୍ତା

ବୀରମହାରାଜପୁର, (ବଡ଼ ଖବର ବ୍ୟୁରୋ): ସ୍ୱାଧୀନତାର ଦୀର୍ଘ ବର୍ଷପରେ ମଧ୍ୟ ଆଜି ବି ଗାଁକୁ ପକ୍କାରାସ୍ତା ନାହିଁ । ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଖଣ୍ଡହତା ଗାଁର ଏ ହେଉଛି ମୁଖ୍ୟ ସମସ୍ୟା । ଖଣ୍ଡହତାରୁ ସୁବଳୟାକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତା ପାଲଟିଛି ମରଣଯନ୍ତା । ଏହି ରାସ୍ତାରେ ବାରମ୍ବାର ଘଟୁଛି ଦୁର୍ଘଟଣା । ତଥାପି କାହାର ନଜର ପଡ଼ୁନାହିଁ ।

ଏହି ରାସ୍ତାରେ ଦୈନିକ ଶହ ଶହ ଲୋକ ଯିବାଆସିବା କରିଥାନ୍ତି। ରେଢ଼ାଖୋଲ, ବୌଦ୍ଧ, ସୋନପୁରକୁ ସଂଯୋଗ କରୁଛି ଏହି ରାସ୍ତା । ଅସରାଏ ବର୍ଷା ହେଲେ ରାସ୍ତାର ଅବସ୍ଥା ବେହାଲ ହୋଇପଡ଼ୁଛି । ପ୍ରତିଦିନ ଘଟୁଛି ଦୁର୍ଘଟଣା । ରବିବାର ମଧ୍ୟ ଏକ ବାଇକ ଦୁର୍ଘଟଣା ଘଟିଛି । ସାଧାରଣ ନିର୍ବାଚନ ସମୟରେ ନିର୍ମାଣ ହୋଇଥିବା ରାସ୍ତାଟି ମାତ୍ର ଦିନ କେଇଟାରେ ବେହାଲ ହୋଇଗଲାଣି । ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଏହି ରାସ୍ତା ଖୁବ୍ କମ ଦିନରେ ଖରାପ ହୋଇଯାଇଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ଅତି ନିମ୍ନମାନର କାମ ହୋଇଥିବା ଅଭିଯୋଗ ହେଉଛି । ଏହି ରାସ୍ତା ତୁରନ୍ତ ମାରାମତି ପାଇଁ ସାଧାରଣରେ ଦାବି ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା