ନ୍ୟୁୟର୍କ ଲୋକଙ୍କଠାରୁ ଭାରତୀୟଙ୍କ ଖାଦ୍ୟ ମହଙ୍ଗା, ପଢନ୍ତୁ ପୂରା ଖବର

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଭାରତୀୟମାନେ ଖାଦ୍ୟ ଏବଂ ପାନୀୟକୁ ବହୁତ ଭଲ ପାଆନ୍ତି । ଭାରତୀୟଙ୍କ ଖାଦ୍ୟ ଏବଂ ପାନୀୟ ଖର୍ଚ୍ଚକୁ ନ୍ୟୁୟର୍କ ସହିତ ତୁଳନା କଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଭାରତୀୟମାନେ ଦୈନିକ ଆୟର ହାରାହାରି ୩.୫ ପ୍ରତିଶତ ଖାଇବାରେ ଖର୍ଚ୍ଚ କରନ୍ତି । ଅନ୍ୟପକ୍ଷରେ, ନ୍ୟୁୟର୍କ ନାଗରିକମାନେ ସେମାନଙ୍କର ଦୈନିକ ଆୟର ମାତ୍ର ୦.୬ ପ୍ରତିଶତ ଖାଇବାରେ ଖର୍ଚ୍ଚ କରନ୍ତି, ଯାହା ଜଣେ ଭାରତୀୟଙ୍କ ତୁଳନାରେ ବହୁତ କମ୍ । ମିଳିତ ଜାତିସଂଘ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ (ଡବ୍ଲୁଏଚପି) ଦ୍ୱାରା ଶୁକ୍ରବାର ପ୍ରକାଶିତ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି।
ରିପୋର୍ଟ ଅନୁଯାୟୀ, ସବୁଠାରୁ ସୁଦାନର ଲୋକମାନେ ଖାଇବା ବାବଦରେ ଅଧିକ ଖର୍ଚ୍ଚ କରିଥାନ୍ତି । ସେଠାର ଲୋକମାନେ ଦୈନିକ ଆୟର ହାରାହାରି ୧୮୬ ପ୍ରତିଶତ ଖାଇବାରେ ଖର୍ଚ୍ଚ କରନ୍ତି ।
ଖାଦ୍ୟ ଖର୍ଚ୍ଚରେ ବିଶ୍ୱର ୩୬ଟି ଦେଶ ତାଲିକାରେ ଭାରତ ୨୮ତମ ସ୍ଥାନରେ ରହିଛି। ସାହାରା ଶ୍ରେଷ୍ଠ ୨୦ ମଧ୍ୟରୁ ୧୭ ତମ ସ୍ଥାନରେ ରହିଛି। ଏଥିରେ କୁହାଯାଇଛି ଯେ ଏହି ଦେଶଗୁଡିକର ଅଧିକାଂଶ ଖାଦ୍ୟ ସାମଗ୍ରୀ ବାହାରୁ ଆମଦାନୀ ହୋଇଥାଏ । ଫଳରେ ବିଶ୍ୱରେ ଏହି ଦେଶଗୁଡ଼ିକ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ । ଏହି କାରଣରୁ ଏହି ଦେଶରେ ଅନାହାର ଭଳି ସମସ୍ୟା ବଢିବାରେ ଲାଗିଛି । ସାଧାରଣ ଲୋକଙ୍କ ପାଇଁ ଦିନକୁ ଦୁଇଥର ଖାଦ୍ୟ ସଂଗ୍ରହ କରିବା ମଧ୍ୟ କଷ୍ଟକର ।

ରିପୋର୍ଟରେ କୁହାଯାଇଛି ଯେ ଖାଦ୍ୟରେ ବିକାଶଶୀଳ ତଥା ବିକଶିତ ଦେଶର ଲୋକଙ୍କ ଦୈନନ୍ଦିନ ଆୟରେ ବହୁତ ଭିନ୍ନତା ରହିଛି। ବିକାଶଶୀଳ ଦେଶର ଲୋକମାନଙ୍କୁ ବିକଶିତ ଦେଶ ଅପେକ୍ଷା ଖାଦ୍ୟ ପାଇଁ ଅଧିକ ପରିଶ୍ରମ କରିବାକୁ ପଡ଼ିଥାଏ । ଏଥିସହ ଜଳବାୟୁ ପରିବର୍ତ୍ତନ ଯୋଗୁ ଅନେକ ଦେଶରେ ଖାଦ୍ୟ ପାଇଁ ଲୋକଙ୍କୁ ବହୁତ ସଂଗ୍ରାମ କରିବାକୁ ପଡିଥାଏ । ଯେଉଁ ଦେଶର ଲୋକମାନେ ଚାଷ ଉପରେ ନିର୍ଭରଶୀଳ, ଜଳବାୟୁ ପରିବର୍ତ୍ତନ ସେମାନଙ୍କ ପାଇଁ କାଳ ହୋଇଥାଏ । ଫସଲ ଅମଳ ମଧ୍ୟ ହ୍ରାସ ପାଇଥାଏ । ଫସଲ ଉପରେ ନିର୍ଭରଶୀଳ ଲୋକମାନେ ବହୁ କଷ୍ଟରେ ପରିବାର ଚଳାନ୍ତି । ଖାଦ୍ୟଶସ୍ୟ ଏବଂ ଅନ୍ୟାନ୍ୟ ସାମଗ୍ରୀ କିଣିବାକୁ ସେମାନେ ସମ୍ପୂଣ୍ଣ ଅସମର୍ଥ ।
ବର୍ତ୍ତମାନ ବିଶ୍ୱ ମହାମାରୀ କରୋନା ସ୍ୱଳ୍ପ ଆୟ କରୁଥିବା ଲୋକଙ୍କ ପାଇଁ ନୂଆ ଆହ୍ୱାନ ସୃଷ୍ଟି କରିଛି। ବେରୋଜଗାରୀ ବୃଦ୍ଧି, ଅର୍ଥନୈତିକ ମନ୍ଥରତା ଏବଂ ବ୍ୟବସାୟର ଅସ୍ଥିରତା ଯୋଗୁଁ ଲୋକମାନେ ପୁଷ୍ଟିକର ଖାଦ୍ୟ ପାଇବା କଷ୍ଟକର ହୋଇପଡିଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଚୌଦ୍ୱାର ଜେଲ କଳି ବଢାଇଲା ଅଡ଼ୁଆ 🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 ଚୌଦ୍ୱାର ଜେଲ କଳି ବଢାଇଲା ଅଡ଼ୁଆ 🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’