Masthead

ଅବସର ପୂର୍ବରୁ ୬ ବର୍ଷରେ ୧୨ ବିଚାରପତି ଛାଡ଼ିଛନ୍ତି ପଦ

ମୁମ୍ବାଇ ବଡ଼ ଖବର ବ୍ୟୁରୋ): ୨୦୧୭ ମସିହାରୁ ଆଜି ପର୍ଯ୍ୟନ୍ତ ୧୨ ଜଣ ବିଚାରପତି ଅବସର ପୂର୍ବରୁ ପଦ ଛାଡିଲେଣି । ଅବସର ପୂର୍ବରୁ ପଦ ଛାଡୁଥିବା ବିଚାରପତି ପଦ ଛାଡିବା ନେଇ କାରଣ ମଧ୍ୟ ଦର୍ଶାଇଛନ୍ତି । କେହି କେହି ନିଜ ଇଚ୍ଛାରେ ପଦ ଛାଡିଥିବା କଥା କହିଛନ୍ତି ତ କିଛି ବିଚାରପତି ବ୍ୟକ୍ତିଗତ କାରଣରୁ ପଦ ଛାଡିଥିବା ଦର୍ଶାଇଛନ୍ତି । ସେବାରେ ଥିବାବେଳେ କେତେଜଣ ବିଚାରପତି ସ୍ବତନ୍ତ୍ର ପରିସ୍ଥିତିରେ ଇସ୍ତଫା ଦେଇଥିବାବେଳେ ଅନେକ ଅନ୍ୟ ହାଇକୋର୍ଟକୁ ସ୍ଥାନାନ୍ତର କିମ୍ବା ପ୍ରଧାନ ବିଚାରପତି ଭାବରେ ପଦୋନ୍ନତି ମନା କରିବାକୁ ନିଷ୍ପତ୍ତି ନେଇଥିଲେ। ବାର୍‌ ଏବଂ ବେଞ୍ଚର ରିପୋର୍ଟ ଅନୁଯାୟୀ, ୨୦୧୭ ପରଠାରୁ ୧୨ଜଣ ବିଚାରପତି ଅବସର ନେବା ପୂର୍ବରୁ ଏହି ପଦ ଛାଡିଛନ୍ତି ଏବଂ ସର୍ବାଧିକ ସଂଖ୍ୟକ ମାମଲା ବମ୍ବେ ହାଇକୋର୍ଟରୁ ଆସିଛି।

ବମ୍ବେ ହାଇମୋର୍ଟର ଜଷ୍ଟିଶ ରୋହିତ ଦେବ ଅଗଷ୍ଟ ୪ରେ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ରିଟାୟରମେଣ୍ଟର ୨ ବର୍ଷ ପୂର୍ବରୁ ସେ ପଦ ଛାଡିବାକୁ ନିଷ୍ପତ୍ତି ନେଇଥିଲେ। ଇସ୍ତଫା ଘୋଷଣା ସମୟରେ ଉପସ୍ଥିତ ଜଣେ ଓକିଲଙ୍କ କହିବାନୁସାରେ, ଜଷ୍ଟିସ ଦେବ ଇସ୍ତଫା ଦେବାର କାରଣ ସ୍ପଷ୍ଟ କରିନାହାଁନ୍ତି, କିନ୍ତୁ ସେ କହିଛନ୍ତି ଯେ ସେ ନିଜ ଆତ୍ମ ସମ୍ମାନ ବିରୋଧରେ କାର୍ୟ୍ୟ କରିପାରିବେ ନାହିଁ। ସେ ୨୦୨୫ରେ ଅବସର ନେବାକୁ ଯାଉଥିଲେ। ଅବସର ପୂର୍ବରୁ ଯେଉଁମାନେ ଏହି ପଦ ଛାଡିଛନ୍ତି ସେମାନଙ୍କ ମଧ୍ୟରେ ଜଷ୍ଟିସ ରାହୁଲ ଦେବ ହେଉଛନ୍ତି ଦ୍ୱାଦଶ ବିଚାରପତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ