Before Header

ବାଦଲ ଫଟା ବର୍ଷା

0 21

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଦେଶର ଅଧାରୁ ଅଧିକ ରାଜ୍ୟରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି । ମହାରାଷ୍ଟ୍ରର ୭୫୦ ଗାଁ ବନ୍ୟା ଜଳରେ ବୁଢିରହିଛି । ବନ୍ୟା ସ୍ରୋତରେ ୫୦୦ରୁ ଅଧିକ ଗାଈ ଭାସିଯାଇଛନ୍ତି । ଉତ୍ତରପ୍ରଦେଶର ୧୧ ଟି ଡ୍ୟାମର ଜଳସ୍ତର ଉଛୁଳୁଛି । ମହାରାଷ୍ଟ୍ର, ଉତ୍ତରପ୍ରଦେଶ ଓ ଗୁଜୁରାଟରେ ବନ୍ୟା ପରିସ୍ଥିତି ଉଦବେଗଜନକ । ରଙ୍ଗାବାଦ-ଧୂଲେ ରାଜପଥରେ ଭୂସ୍ଖଳନ ଯୋଗୁଁ ଯାନବାହାନ ଚଳାଚଳ ଗୁରୁତର ବାଧାପ୍ରପ୍ତ ହୋଇଛି । ଉତ୍ତରପ୍ରଦେଶର ଗୋରଖପୁର ଜିଲ୍ଲାର ଅନେକ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇପଡିଛି ।

୨୩ ବର୍ଷ ପୂର୍ବେ ଏଭଳି ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଦିଲ୍ଲୀରେ ବର୍ଷା ୧୨ ବର୍ଷର ରେକର୍ଡ ଭାଙ୍ଗିଛି । ତଳିଆ ଅଞ୍ଚଳରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି । ମଧ୍ୟପ୍ରଦେଶ ସ୍ଥିତି ମଧ୍ୟ ଅସମ୍ଭାଳ । ନେମୁଚ, ଭୋପାଳ, ଟିକାମୁଗଡ ସମେତ ୧୬ ରୁ ଅଧିକ ଜିଲ୍ଲା ଗୁରୁତର ପ୍ରଭାବିତ ହୋଇଛି । ଗୁଜୁରାଟରେ ଗତ ୧୦ ଘଣ୍ଟା ମଧ୍ୟରେ ୧୧ ଇଞ୍ଚ ବର୍ଷା ହୋଇଛି । ଗଙ୍ଗା ନଦୀରେ ବନ୍ୟା ଆସିବା ଯୋଗୁଁ ବିହାରରେ ୨୨ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି ।

Leave A Reply

Your email address will not be published.