Masthead

ପୂରଣ ହେଲା ନୀରଜଙ୍କ ଆଉ ଏକ ସ୍ୱପ୍ନ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):    ନିକଟରେ ଟୋକିଓ ଅଲମ୍ପିକ୍ସରେ ସ୍ୱର୍ଣ୍ଣପଦକ ଜିତି ଭାରତପାଇଁ ଗୌରବ ଆଣିଥିଲେ ସୁନା ପୁଅ ନୀରଜ ଚୋପ୍ରା । ଟୋକିଓ ଅଲମ୍ପିକ୍ସରେ ସ୍ୱର୍ଣ୍ଣ ଜିତି ନିଜର ସୁବୁଠୁ ବଡ ସ୍ୱପ୍ନ ସାକାର କରିଥିଲେ । ଆଉ ଏବେ ନୀରଜଙ୍କର ଆଉ ଏକ ସ୍ୱପ୍ନ ପୂରଣ ହୋଇଛି । ସେ ନିଜ ପିତାମାତାଙ୍କୁ ବିମାନରେ ଯାତ୍ରା କରାଇ ନିଜ ଖୁସି ସୋସିଆଲ ମିଡିଆରେ ସେୟାର କରିଛନ୍ତି । ତେବେ ସୂଚନା ଅନୁସାରେ ନିଜ ପିତାମାତାଙ୍କୁ ଫ୍ଲାଇଟରେ ବସାଇବା ନିରଜଙ୍କର ସ୍ୱପ୍ନ ଥିଲା । ଆଉ ଏବେ ନିରଜ ଏହି ସ୍ୱପ୍ନକୁ ପୂରଣ କରିଛନ୍ତି ।

ନୀରଜ ଟୋକିଓ ଅଲମ୍ପିକ୍ସରେ ୮୭.୫୯ ମିଟର ଜାଭେଲିନ ଥ୍ରୋ’ ରେ ଆଥଲେଟିକ୍ସ ଇତିହାସରେ ଭାରତ ପାଇଁ ପ୍ରଥମ ପଦକ ଜିତିଥିଲେ । ଏହା ପରେ ନୀରଜ ଆଜି ସମସ୍ତଙ୍କ ପାଇଁ ଏକ ଷ୍ଟାର ପାଲଟି ଯାଇଛନ୍ତି । ତେବେ କ୍ରୀଡା ଜଗତରେ କମାଲ କରିଥିବା ନୀରଜଙ୍କୁ ଏବେ ନୂଆ ନୂଆ ବିଜ୍ଞାପନ ପାଇଁ ଅଫର ଆସୁଛି । ଶୁଣିବାକୁ ମିଳୁଛି ଯେ ଏବେ ପ୍ରତି ବିଜ୍ଞାପନରେ ନୀରଜ ୧ରୁ ୫ କୋଟି ପ୍ରାପ୍ୟ ନେଉଛନ୍ତି । ଅଲମ୍ପିକ୍ସରେ ସ୍ୱର୍ଣ୍ଣ ଜିତିବା ପରେ ଏବେ ନୀରଜଙ୍କ ପାଖରେ ଅନେକ ବିଜ୍ଞାପନ ରହିଛି ବୋଲି ସୂଚନା ମିଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା