Masthead

ପଦ ପାଇଁ ଚିନ୍ତାରେ ଗେହଲଟ

ଜୟପୁର(ବଡ଼ ଖବର ବ୍ୟୁରୋ):     ଗତ ଶନିବାର କ୍ୟାପଟେନ ଅମରିନ୍ଦର ସିଂହ ପଞ୍ଜାବର ମୁଖମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ତେବେ ଏହି ଘଟଣା ପରେ ଏବେ ଚିନ୍ତାରେ ପଡିଯାଇଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ତାଙ୍କୁ ଏବେ ନିଜ ପଦ ଚିନ୍ତା ଘାରିଛି ବୋଲି କହିଛନ୍ତି ବିଜେପି ଅଧ୍ୟକ୍ଷ ସତୀଶ ପୁନିଆ । ସେ କହିଛନ୍ତି ଯେ ପଞ୍ଜାବରେ ଘଟିଥିବା ଘଟଣାରୁ ଜଣାପଡୁଛି କଂଗ୍ରେସର ବରିଷ୍ଠ ନେତାମାନଙ୍କର ଦଳ ପ୍ରତି ଥିବା ମୋହ ଭାଙ୍ଗିଗଲାଣି । ଦଳ ଭିତରେ ଗଣତନ୍ତ୍ର ନାହିଁ । ତେବେ ଏ ନେଇ ଏବେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ନିଜ ଚୌକି ଚିନ୍ତା ଲାଗିଛି ।

ସେପଟେ କ୍ୟାପଟେନ ଅମରିନ୍ଦର ସିଂହ ଶନିବାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇସାରିବା ପରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ତାଙ୍କ ଉଦ୍ଦେଶ୍ୟରେ ଏକ ଟ୍ୱିଟ କରିଥିଲେ । ତେବେ ଟ୍ୱିଟରେ ଗେହଲଟ କହିଥିଲେ, ମୋର ଆଶା କ୍ୟାପଟେନ ଅମରିନ୍ଦର ସିଂହ ଏମିତି କିିଛି ନିଷ୍ପତି ନେବେ ନାହିଁ, ଯାହା କଂଗ୍ରେସ ଦଳକୁ କ୍ଷତି ପହଞ୍ଚାଇବ । ସେ ନିଜେ କହିଥିଲେ ଯେ ଦଳ ତାଙ୍କୁ ଦୀର୍ଘ ୯ବର୍ଷ ଧରି ମୁଖ୍ୟମନ୍ତ୍ରୀ କରି ରଖିଥିଲା ।

ତେବେ ବର୍ତ୍ତମାନ ଦେଶ ଫାସିଷ୍ଟ ଶକ୍ତିଙ୍କ ଯୋଗୁଁ ଯେଉଁ ଦିଗରେ ଯାଉଛି, ତାହା ସମସ୍ତ ଦେଶବାସୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ଏଭଳି ସମୟରେ ଦେଶର ହିତ ପାଇଁ କଂଗ୍ରେସ ଦଳର ସଦସ୍ୟ ଭାବେ ଆମ ସମସ୍ତଙ୍କର ଦାୟିତ୍ୱ ବଢିଯାଇଛି ବୋଲି ସେ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ