Masthead

ବିକାଶ ଆଳରେ ଲକ୍ଷ ଲକ୍ଷ ଟଙ୍କା ହରିଲୁଟ

କୋଣାର୍କ (ବଡ଼ ଖବର ବ୍ୟୁରୋ): କୋଣାର୍କ ସୂର୍ଯ୍ୟ ମନ୍ଦିରର ପାରିପାର୍ଶ୍ବିକ ବିକାଶ କାମ ଜୋରସୋରରେ ଆଗେଇ ଚାଲିଥିବା ବେଳେ, ବିକାଶର ଆଳରେ ଚାଲିଛି ଲକ୍ଷ ଲକ୍ଷ ଟଙ୍କା ହରିଲୁଟ। ସୂର୍ଯ୍ୟ ମନ୍ଦିର ମୁଖ୍ୟ ଫାଟକ ଠାରୁ ବାମ କଡ଼ଦେଇ ଟିକେଟ କାଉଣ୍ଟର ପାର୍ଶ୍ୱର ଚଲାପଥ ରାସ୍ତାକୁ ସୌନ୍ଦର୍ଯ୍ୟ କରଣ କରିବା ପାଇଁ ବିଛା ଯାଉଛି ଫେବର ବ୍ଲକ। ମାତ୍ର ଅଭିଯୋଗ ଅନୁସାରେ ଏହି କାମ ସବୁ ନିମ୍ନମାନର ମ୍ୟାଟେରିଆଲ ବ୍ୟବହାର କରି କରାଯାଉଥିବା ବେଳେ ଠିକାଦାର ମୁନାଫା କମାଇବାରେ ବ୍ୟସ୍ତ।

ପୂର୍ବରୁ ସୂର୍ଯ୍ୟ ମନ୍ଦିରର ରକ୍ଷଣାବେକ୍ଷଣ ପାଇଁ ସେହି ନିର୍ଦ୍ଦିଷ୍ଟ ଠିକାଦାର କାମ ହାତେଇବା ପରେ ଏବେ ପୁଣି ଥରେ ବିଭାଗୀୟ ଅଧିକାରୀଙ୍କୁ ହାତବାରିସ କରି ଟେଣ୍ଡର ପ୍ରକ୍ରିୟାରେ ସୌନ୍ଦର୍ଯ୍ୟକରଣ କାମକୁ ଚଞ୍ଚକତା କରି ହାତେଇ ନେଇଛନ୍ତି। ନିମ୍ନମାନର ସମସ୍ତ ମ୍ୟାଟେରିଆଲ ବ୍ୟବହାର କରି ଠିକାଦାର ଏଠି ମାଲେମାଲ ହେଉଥିବା ବେଳେ ସୌନ୍ଦର୍ଯ୍ୟକରଣ ନାଁରେ ସୌନ୍ଦର୍ଯ୍ୟର ଅବକ୍ଷୟ ହେଉଥିବା ଅଭିଯୋଗ ଆଣିଛନ୍ତି କୋଣାର୍କ ଅଞ୍ଚଳବାସୀ। ତେବେ ବିକାଶ ମୂଳକ କାର୍ଯ୍ୟରେ ଠିକାଦାରଙ୍କ ଏପରି ମନମାନୀକୁ ରାଜ୍ୟସରକାର କଣ ପାଇଁ ଅଣଦେଖା କରୁଛନ୍ତି ତାକୁ ନେଇ ଏବେ ସନ୍ଦେହ ସୃଷ୍ଟି ହୋଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ