Masthead

ଜଙ୍ଗଲ ରୁ ଜଣେ ମହିଳା ଙ୍କ ଗଳିତ ମୃତ ଦେହ ଉଦ୍ଧାର।

ବଡ଼ ଖବର ବ୍ୟୁରୋ ।
ମୟୂରଭଞ୍ଜ : ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ଅମରଦା ପଞ୍ଚାୟତ ଢିଲା ଜଗତପୁର ଗାଁ ନିକଟସ୍ଥ ଏକ ଜଙ୍ଗଲରୁ ମୃତଦେହ ଠାବ। ଏକ ଗଛ ରେ ରଶୀ ଲଗାଇ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି । ମୃତଦେହ ପାଖାପାଖି ୨ ଦିନ ତଳର ହେବ ବୋଲି ଜଣାପଡୁଛି ।ତେବେ ମୃତ ମହିଳା ଙ୍କ ର ନାମ ଦୁର୍ଗୀ ମୁର୍ମୁ, ବୟସ ୩୫ ବର୍ଷ ବୋଲି ଜଣାପଡିଛି।ଢିଲା ଜଗତପୁର ଗାଁର ବିନୋଦ ଟୁଡୁ ଙ୍କ ଝିଅ ।ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ମଧ୍ୟ ଅଛନ୍ତି। ଜଙ୍ଗଲ ମଧ୍ୟରେ ମୃତ ଦେହ ଗଛରେ ଝୁଲୁଥିବା ର ଦେଖି ଗାଁ ଲୋକମାନେ ନିକଟସ୍ଥ ଥାନାରେ ଖବର ଦେଇଥିଲେ।। ଘଟଣା ସ୍ଥଳରେ ରାସଗୋବିନ୍ଦପୁର ପୋଲିସ ପହଞ୍ଚି ମୃତ ଦେହକୁ ଜବତ କରି କେସ ନଂ ୩୦/୨୦୨୦ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ତେବେ ମୃତ ମହିଳା ଙ୍କ ଶବ ଗଛରୁ ଉଦ୍ଧାର ସମୟରେ ଗଛ ତଳେ ପୁରୁଷ ଲୋକର ଚପଲ ହଳେ ମିଳିବା ଘଟଣା କୁ ସନ୍ଦେହ ଭିତରକୁ ଠେଲିଦେଇଛି ବୋଲି ଆଲୋଚନା ହେଉଥିବା ଦେଖାଯାଇଛି । ପ୍ରଶ୍ନ ଉଠେ ଜଣେ ପୁରୁଷ ଲୋକର ଚପଲ ଜଙ୍ଗଲ ମଧ୍ୟରେ ମିଳିବା ପୁଣି ମୃତ ମହିଳା ଙ୍କ ଘଟଣା ସ୍ଥଳରେ ମିଳିଵା କୁ ନେଇ ହତ୍ୟା ନା ଆତ୍ମହତ୍ୟା ବୋଲି ପ୍ରଶ୍ନ ଉଠିଛି । ରାସଗୋବିନ୍ଦପୁର ପୋଲିସ ର ତଦନ୍ତ ପରେ ପ୍ରକୃତ କାରଣ ଜଣାପଡିବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ