Masthead

ଆମ୍ବତୋଟା ସାଜିଛି ବାସ ଗୃହ

ପଦ୍ମପୁର(ବଡ଼ ଖବର ବ୍ୟୁରୋ): ଏବେ ରାଜ୍ୟରେ ଶୀତର ଲହରୀ । ହାଡ଼ ଭଙ୍ଗା ଶୀତରୁ ରକ୍ଷା ପାଇଁ ଲୋକେ କୋଠାଘରେ ରହୁଥିବା ବେଳେ ଆମ୍ବ ତୋଟାରେ ନିଜ ପରିବାର ସହ ମୁଣ୍ତ ଗୁଞ୍ଜିଛନ୍ତି ସୁରେନ୍ଦ୍ର ରାଉତଙ୍କ ପରିବାର । ବରଗଡ଼ ଥାନା ସଁୟା ଗ୍ରାମର ଦୃଶ୍ୟ । ଗ୍ରାମର ବାସିନ୍ଦା ହୋଇ ଥିଲେ ମଧ୍ୟ ରହିବା ପାଇଁ ଘର ଖଣ୍ଡିଏ ନାହିଁ । ଦୁଇ ପୁଅ, ଝିଅ, ମା, ସ୍ତ୍ରୀ, ନାତି, ନାତୁଣୀଙ୍କୁ ନେଇ ୧୬ ପରିବାର । ସର୍ବ ମଙ୍ଗଳା ପୂଜା ବୁଲି ବୁଲି ଦେଖେଇବା ହେଉଛି ତାଙ୍କର ପେଷା । ପୁଅମାନେ ମହାଦେବ ଥାଳ ଧରି ବୁଲିବୁଲି ରୋଜଗାର କରନ୍ତି ।

ଲକଡାଉନ ପୂର୍ବରୁ ପଦ୍ମପୁର ଅଞ୍ଚଳକୁ ଆସି ଫସି ରହିଛନ୍ତିା ପଦ୍ମପୁର ଠାରୁ ୧୩ କିମି ଦୂର ଧୂମାଭଟା ଛକ ଆମ୍ବ ତୋଟା ପଡିଆରେ । ଆମ୍ବ ଗଛମୂଳ ହେଉଛି ସେମାନଙ୍କର ବାସଗୃହ । ସୁରେନ୍ଦ୍ରଙ୍କ ଗୋଡ ଭାଙ୍ଗି ଯିବାରୁ ସେ ଆଶାବାଡି ସାହାର୍ଯ୍ୟରେ ଚଲାବୁଲା କରୁଛନ୍ତି । ସ୍ତ୍ରୀ ସାପ୍ତାହରେ ଗୋଟିଏ ଥର ଗାଁରୁ ଭିକ୍ଷା ମାଗି ଆଣନ୍ତି । ପୁଅମାନେ ଦିନ ମଜୁରିଆ କାମ କରନ୍ତି । କାକରରୁ ବଞ୍ଚିବା ପାଇଁ ପୁରୁଣା ଲୁଗାକୁ ଚାରିପାଖ ଆବଦ୍ଧ କରି ରାତି କାଟୁଛନ୍ତି । ଉପଜିଲ୍ଲାପାଳ ପଦ୍ମପୁର, ବିଡିଓ, ସ୍ଥାନୀୟ ସରପଞ୍ଚମାନେ ପରିବାରକୁ ସାକ୍ଷାତ କରିଥିବାର କହିଛନ୍ତି । ଏବେ ସୟାଁ ଗ୍ରାମକୁ ଫେରିଯିବା ପାଇଁ କହିଛନ୍ତି ସୁରେନ୍ଦ୍ର । ସେଠାରେ ନିଜର ଜାଗା ନ ଥିବାରୁ ଫେରି ଯାଇ ସେଠାରେ କିପରି ବଞ୍ଚିବେ ଚିନ୍ତାରେ ସୁରେନ୍ଦ୍ରଙ୍କ ପରିବାର । ସରକାରଙ୍କର ଆବାଶ ଯୋଜନା ପାଇଁ ଦାବି କରିଛନ୍ତି ପରିବାର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ