Masthead

ଏବେବି ପାକିସ୍ତାନରେ ଖୋଲା ବୁଲୁଛନ୍ତି ୨୬/୧୧ ଆକ୍ରମଣକାରୀ: ଜାଭେଦ ଅଖତର

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ପାକିସ୍ତାନ ମାଟିରେ ପାକିସ୍ତାନକୁ ଭତ୍ସର୍ନା । ଦମ୍ ଦେଖାଇଲେ ଜାଭେଦ ଅଖତର । ଦେଶର ଖ୍ୟାତିନାମା ସ୍କ୍ରିପ୍ଟ ରାଇଟର ଜାଭେଦ ଅଖତର ପାକିସ୍ତାନକୁ କଡା ଶବ୍ଦରେ ଭସôର୍ନା କରିଛନ୍ତି । ଲାହୋରର ଏକ କାର୍ଯ୍ୟକ୍ରମରେ ମନେପକାଇ ଦେଇଛନ୍ତି କି ୨୬/୧୧ ଆତଙ୍କବାଦୀ ଆକମ୍ରଣର ଅଭିଯୁକ୍ତ ଏବେବି ଖୋଲା ଖୋଲି ବୁଲୁଛନ୍ତି । ଏହାକୁ ନେଇ ଏବେ ଭାରତରେ ଜାଭେଦଙ୍କୁ ବେଶ ପ୍ରଶଂସା କରାଯାଉଛି । ସୁଚନା ଅନୁସାରେ, ପାକିସ୍ତାନରେ ନାମୀଦାମୀ ଉର୍ଦ୍ଧୁ ଶାୟର ଫୈଜ ଅହମ୍ମଦ ଫୈଜଙ୍କ ସ୍ମୃତିରେ ଆୟୋଜିତ ଏକ ସମାରୋହରେ ସାମିଲ ହେବାକୁ ଜାଭେଦ ଅଖତର ସେଠାରେ ପହଞ୍ଚିଥିଲେ । ଜଣେ ବ୍ୟକ୍ତି ଜାଭେଦଙ୍କୁ ପ୍ରଶ୍ନ କରିଥିଲେ, ଆପଣ ତ ଅନେକ ଥର ପାକିସ୍ତାନ ଯାଉଛନ୍ତି, ଯେତେବେଳେ ଆପଣ ସ୍ୱଦେଶ ଫେରନ୍ତି ସେତେବେଳେ ଆପଣ ଆପଣଙ୍କ ଲୋକଙ୍କୁ କୁହନ୍ତି କି ସେମାନେ ଭଲ ଲୋକ, ସେମାନେ କେବଳ ଆମ ଉପରେ ବୋମା ବର୍ଷଣ କରୁ ନାହାନ୍ତି ବରଂ ଆମକୁ ଭଲପାଇବା ସହ ଶୁଭେଚ୍ଛା ବି ଦେଉଛନ୍ତି ।

ଏହାର ଜବାବରେ ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ କଥା ମନେପକାଇ ଜାଭେଦ ଅଖତର କହିଥିଲେ, ଆସନ୍ତୁ ଆମେ ପରସ୍ପରକୁ ଦୋଷ ଦେବା ନାହିଁ, ଏହାଦ୍ୱାରା କୌଣସି ପ୍ରସଙ୍ଗର ସମାଧାନ ହୋଇ ନ ଥାଏ । ଜୋ ଗରମ ହେ ଫିଜା, ଓ କମ ହୋନା ଚାହିଏ । ଆମ ଉପରେ ଆକ୍ରମଣ ହୋଇଛି, ଆମେ ତ ମୁମ୍ବାଇ ଲୋକ । ଆମେ ଦେଖିଛୁ ସେଠାରେ କେମିତି ଆକ୍ରମଣ ହୋଇଛି । ସେମାନେ ନା ନରୱେରୁ ଆସିଥିଲେ ନା ମିଶ୍ରରୁ । ସେହି ଲୋକେ ଆଜିବି ଆପଣଙ୍କ ଦେଶରେ ଖୋଲା ଖୋଲି ବୁଲୁଛନ୍ତି । ଆଉ ଯଦି ଏହି ଅଭିଯୋଗ ହିନ୍ତୁସ୍ତାନୀଙ୍କ ହୃଦୟରେ ରହିଛି ତେବେ ଆପଣ ଏହାକୁ ଭୁଲ ବୁଝିବା ଉଚିତ ନୁହେଁ । କାରଣ ଏବେବି ୨୬/୧୧ ଆତଙ୍କବାଦୀ ଆକ୍ରମଣର ଅଭିଯୁକ୍ତ ଆପଣଙ୍କ ଦେଶରେ ବୁଲୁଛନ୍ତି । ତେଣୁ ଯଦି କୌଣସି ଭାରତୀୟ ଏହାକୁ ନେଇ ଅଭିଯୋଗ କରନ୍ତି ତେବେ ଆପଣ ଭୁଲ ବୁଛିବା କଥା ନୁହେଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗାନ୍ଧୀମାର୍ଗରେ ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ 🔴 ଦେଶ ପାଳୁଛି ୭୯ତମ ସ୍ୱାଧୀନତା ଦିବସ 🔴 ପ୍ରଣବଙ୍କ ଭାଇ ନାଁରେ ଅନାସ୍ଥା 🔴 ଲାଞ୍ଚ ନେବା ବେଳେ ମାଡି ବସିଲା ଭିଜିଲାନ୍ସ 🔴 ଭିସୁଟ୍‌ର ଡ୍ରେସ୍ କୋଡ୍‌, ଛାତ୍ରୀଙ୍କୁ ଦୁପଟା ମନା 🔴 ସାପ କାମୁଡ଼ାରେ ୪ଜଣଙ୍କ ମୃତ୍ୟୁ 🔴 ୩ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା 🔴 ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ରାହୁରେଖାଲାଗି ନୀତି, ୪ ଘଣ୍ଟା ଦର୍ଶନ ବନ୍ଦ 🔴 ଆଜି ବସିବ ରାଜ୍ୟ କ୍ୟାବିନେଟ 🔴 ଶ୍ରୀମନ୍ଦିର ଉଡ଼େଇଦେବାକୁ ଧମକ! 🔴 ଗାନ୍ଧୀମାର୍ଗରେ ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ 🔴 ଦେଶ ପାଳୁଛି ୭୯ତମ ସ୍ୱାଧୀନତା ଦିବସ 🔴 ପ୍ରଣବଙ୍କ ଭାଇ ନାଁରେ ଅନାସ୍ଥା 🔴 ଲାଞ୍ଚ ନେବା ବେଳେ ମାଡି ବସିଲା ଭିଜିଲାନ୍ସ 🔴 ଭିସୁଟ୍‌ର ଡ୍ରେସ୍ କୋଡ୍‌, ଛାତ୍ରୀଙ୍କୁ ଦୁପଟା ମନା 🔴 ସାପ କାମୁଡ଼ାରେ ୪ଜଣଙ୍କ ମୃତ୍ୟୁ 🔴 ୩ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା 🔴 ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ରାହୁରେଖାଲାଗି ନୀତି, ୪ ଘଣ୍ଟା ଦର୍ଶନ ବନ୍ଦ 🔴 ଆଜି ବସିବ ରାଜ୍ୟ କ୍ୟାବିନେଟ 🔴 ଶ୍ରୀମନ୍ଦିର ଉଡ଼େଇଦେବାକୁ ଧମକ!