Masthead

ରାତି ଅଧିଆ ପ୍ରେମିକା ପାଖକୁ ଯାଇ ଛେଚା ଖାଇଲେ ଯୁବକ, ଜୋତା ମାଳ ପିନ୍ଧି ରାତି ସାରା ବନ୍ଧା ହେଲେ

ଚାନ୍ଦବାଲି (ବଡ଼ ଖବର ବ୍ୟୁରୋ): ଯୁବକଙ୍କୁ ପ୍ରେମ କରିବା ପଡିଲା ମହଙ୍ଗା। ରାତି ଅଧିଆ ଧରା ପଡି ନିର୍ଦ୍ଧୁମ ଛେଚା ଖାଇଲେ । ଵାଂଶଡା ଥାନାରେ ଅଭିଯୋଗ ପରେ ଗିରଫ ହେଲେ ଯୁବକ। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅଧିନସ୍ଥ ବାଂଶଡା ଥାନା ଯଶୀପୁର ପଞ୍ଚାୟତ ଶୁଭଦିଆ ଗାଁରେ। ଶୁଭଦିଆ ଗାଁର ଧନେଶ୍ଵର ନାୟକଙ୍କ ପୁଅ ଦେବାଶିଷ ନାୟକ, ସେହି ଗାଁର ଜନୈକ ଯୁବତୀଙ୍କୁ ପ୍ରେମ କରୁଥିଲେ।

ଯୁଵକ ଜଣକ ରାତି ଅଧରେ ଝିଅକୁ ଦେଖା କରିବାକୁ ଘରକୁ ଆସି ପରିବାର ଲୋକଙ୍କ ହାତରେ ଧରା ପଡିଥିଲେ। ପରିବାର ଲୋକେ ଯୁବକଙ୍କୁ ଧରି ଜୋତା ମାଳ ପକାଇ ନିର୍ଦ୍ଧୁମ ଛେଚି ଥିଲେ। ରାତି ତମାମ ଜୋତାମାଳ ପିନ୍ଧାଇ ସକାଳେ ଦାଣ୍ଡ ଆଗରେ ବାନ୍ଧି ରଖିଲେ। ଖବର ପାଇ ଵାଂଶଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକକୁ ଉଦ୍ଧାର କରିଥିଲେ। ଯୁବତୀଙ୍କ ପରିବାର ପକ୍ଷରୁ ପୁଅ ବାହା ହେବାକୁ ଜିଦ୍ ଧରି ଥିବାବେଳେ ଅନ୍ୟପଟେ ଯୁବକଙ୍କୁ ବାନ୍ଧି ଜୋତା ମାଳ ପିନ୍ଧାଇଵା ଘଟଣାରେ ବାହାଘର କରିବାକୁ ପୁଅ ଘର ଲୋକେ ରୋକ୍ ଠୋକ୍ ମନା କରି ଥିଲେ। ଅପମାନିତ ହୋଇ ପୁଅ ଘର ଲୋକେ ରାଜି ନ ହେବାରୁ ଝିଅର ପରିବାର ଲୋକେ ଝିଅକୁ ପୁଷ୍କର୍ମ କରିଥିବା ଵାଂଶଡା ଥାନାରେ ଅଭିଯୋଗ କରିଥିଲେ।

ଅନ୍ୟପଟେ ପୁଅକୁ ଫସାଇ ଏମିତି ବଦନାମ କରିଥିବା ପୁଅ ଘର ଲୋକେ ମଧ୍ୟ ବାଂଶଡା ଥାନାରେ ପାଲୋଟା ଅଭିଯୋଗ କରିଥିଲେ । ପୋଲିସ ଉଭୟ ଘଟଣା ଉପରେ ମାମଲା ରୁଜୁ କରିଛି। ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତ ଦେବାଶିଷ ନାୟକକୁ ଗିରଫ କରି ଡାକ୍ତରୀ ମାଇନା କୋର୍ଟ ଚାଲାଣ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ