Masthead

ଟେନିସକୁ ସାନିଆଙ୍କ ଅଲବିଦା

ନୂଆଦିଲ୍ଳୀ (ବଡ଼ ଖବର ବ୍ୟୁରୋ): ଭାରତୀୟ ଟେନିସରେ ସାନିଆ ମିର୍ଜା ଯୁଗ ଶେଷ ହୋଇଯାଇଛି। ଦୁଇ ଦଶନ୍ଧି ଧରି ଭାରତୀୟ ଟେନିସର ଗୌରବ ତଥା ସୁପରଷ୍ଟାର ସାନିଆ ମିର୍ଜାଙ୍କ କ୍ୟାରିୟର ଶେଷ ହୋଇଛି । ମଙ୍ଗଳବାର ଏଠାରେ ସାନିଆ ତାଙ୍କ ପେସାଦାର ଜୀବନର ଅନ୍ତିମ ମ୍ୟାଚ୍‌ ଖେଳିଥିଲେ। ଦୁବାଇ ଟେନିସ୍‌ ଚମ୍ପିଆନ୍‌ସିପେସ‌ର ମହିଳା ଡବଲ୍‌ସରେ ଆମେରିକାର ମ୍ୟାଡିସନ୍‌ କେୟିସ୍‌ଙ୍କ ସହ ମିଶି ସାନିଆ ଖେଳିଥିଲେ। ଏହାର ପ୍ରଥମ ରାଉଣ୍ଡରେ ରୁଷୀୟ ଯୋଡ଼ି ଭିକ୍ଟୋରିଆ କୁଦେର୍‌ମେତୋଭା ଓ ଲ୍ୟୁଡ୍‌ମିଲା ସାମ୍‌ସୋନୋଭାଙ୍କଠାରୁ ସାନିଆ-କେୟିସ୍‌ ୪-୬, ୦-୬ରେ ପରାସ୍ତ ହୋଇ ଯାଇଛନ୍ତି। ଏହି ମ୍ୟାଚ ଏକ ଘଣ୍ଟା ଧରି ଚାଲିଥିଲା ।

ଏଥିରେ ସେ ରୋହନ ବୋପାନ୍ନାଙ୍କ ସହ ରନର୍ସଅପ ହୋଇଥିଲେ । ପୂର୍ବରୁ ସାନିଆ ଘୋଷଣା କରିଥିଲେ ଯେ ଏହା ତାଙ୍କର ଅନ୍ତିମ ଅନ୍ତିମ ଡବ୍ଲ୍ୟଟିଏ ଟୁର୍ଣ୍ଣାମେଣ୍ଟ ହେବ। ଗତମାସରେ ଜୀବନର ଅନ୍ତିମ ଗ୍ରାଣ୍ଡସ୍ଲାମ୍‌ ଅଷ୍ଟ୍ରେଲିଆନ୍‌ ଓପନ୍‌ରେ ମହିଳା ଡବଲ୍‌ସର ୨ୟ ରାଉଣ୍ଡରେ ପରାସ୍ତ ହୋଇଥିଲେ। ସାନିଆ ମିର୍ଜା ପ୍ରାୟ ୨ ଦଶନ୍ଧିର ପେସାଦାର ଟେନିସ୍‌ ଜୀବନରେ ୩ଟି ଡବଲ୍‌ସ ଓ ୩ଟି ମିକ୍ସଡ ଡବଲ୍‌ସ; ଏହିପରି ମୋଟ ୬ଟି ଗ୍ରାଣ୍ଡସ୍ଲାମ୍‌ ଟାଇଟଲ ଜିତିଛନ୍ତି। ୨୦୧୩ରେ ସାନିଆ ସିଙ୍ଗଲ୍‌ସରୁ ଅବସର ନେଇଥିଲେ। ସାନିଆ ଟେନିସ୍‌ ଜୀବନରେ ଗୋଟିଏ ସିଙ୍ଗଲ୍‌ସ ଟାଇଟଲ ଜିତିଥିବା ବେଳେ ତାଙ୍କର ସର୍ବୋଚ୍ଚ ମାନ୍ୟତା ଥିଲା ୨୭। ଡବଲ୍‌ସରେ ସାନିଆ ବିଶ୍ବର ୧ନଂ ଖେଳାଳି ହୋଇ ପାରିଥିଲେ। ସେ ଦେଶରେ ମହିଳା ଟେନିସ୍‌ର ବାର୍ତ୍ତାବହ ଥିଲେ।

ସାରାବିଶ୍ବରେ ସେ ଭାରତ ପାଇଁ ଟେନିସ୍‌ରେ ସୁନାମ ଆଣି ପାରିଥିଲେ। ତାଙ୍କ ପରି କୌଣସି ଭାରତୀୟ ମହିଳା ଟେନିସ୍‌ରେ ସଫଳତା ହାସଲ କରିନାହାନ୍ତି। ସାନିଆ ଅର୍ଜୁନ, ପଦ୍ମଶ୍ରୀ, ପଦ୍ମଭୂଷଣ ଓ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର ପାଇଛନ୍ତି। ସେ ପାକିସ୍ତାନୀ କ୍ରିକେଟ୍‌ର ସୋଏବ୍ ମାଲିକଙ୍କୁ ବିବାହ କରିଛନ୍ତି ଏବଂ ତାଙ୍କର ଏକ ପୁତ୍ରସନ୍ତାନ ଅଛି। ସାନିଆ ଓ ସୋଏବ୍‌ ଦୁବାଇରେ ଅବସ୍ଥାନ କରୁଛନ୍ତି। ଉଭୟେ ପରସ୍ପରଙ୍କୁ ଛାଡ଼ପତ୍ର ଦେବା କଥା ଗଣମାଧ୍ୟରେ ଆଲୋଚନା ହୋଇଥିଲେ ହେଁ ଏହାର ସତ୍ୟତା ଜଣା ପଡ଼ିନାହିଁ। ସାନିଆ ତାଙ୍କ ଆତ୍ମଜୀବନୀ ‘ଏସ୍ ଏଗେନ୍‌ଷ୍ଟ ଅଡ୍‌ସ’ରେ ତାଙ୍କ ଟେନିସ ଓ ବ୍ୟକ୍ତିଗତ ଜୀବନର ବହୁତ କଥା ଉଲ୍ଲେଖ କରିଛନ୍ତି। ହାଇଦରାବାଦରେ ସାନିଆ ଏକ ଟେନିସ୍ ଏକାଡେମୀ ଖୋଲିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ