Masthead

ଭୋଜିରୁ ଗଣ୍ଡଗୋଳ ପରେ ଗୁଳିମାଡ

ଆସିକା (ବଡ଼ ଖବର ବ୍ୟୁରୋ): ଗାଁ ଗଣ୍ଡଗୋଳର ସମାଧାନ କରିବାକୁ ଯାଇଥିବା ସମିତି ସଭ୍ୟ ଉପରକୁ ଗୁଳିମାଡ । ଗୁଳିକାଣ୍ଡରେ ସମିତି ସଭ୍ୟ ଗୁରୁତର ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି ।ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅଧିନ ଗରେଇଝୁଳି ଗାଁରେ ସାମାନ୍ୟ ବଚସାରୁ ଗୁଳିକାଣ୍ଡ ହୋଇଥିବା ଅଭିଯୋଗ ହୋଇଛି । ବୁଧବାର ରାତିରେ କେନ୍ଦୁବାଡି ସମିତିସଭ୍ୟ ନରେନ୍ଦ୍ର ସ୍ୱାଇଁଙ୍କୁ ଗୁଳିମାଡ ହୋଇଛି ।  ଗୁଳିମାଡର କାରଣ ଅସ୍ପଷ୍ଟ ରହିଛି । ଖବର ପାଇ ପୋଲସରା ପୋଲିସ ବୁଗୁଡା ଥାନା ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି । ଘଟଣା ଘଟିବା ପରେ ସ୍ଥାନୀୟ ଲୋକେ ତାଙ୍କୁ ପ୍ରଥମେ ବୁଗୁଡା ମେଡିକାଲକୁ ନେଇଥିଲା । ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।

ଗୋଟିଏ ବାଇକରେ ତିନି ଜଣ ଅଜଣା ଦୁବୃର୍ତ୍ତ ଆସି ତାଙ୍କୁ ଗୁଳିମାଡ କରିଥିବା ଜଣାଯାଇଛି । ସମିତିସଭ୍ୟ ନରେନ୍ଦ୍ର ସ୍ୱାଇଁ ନିଜ ଇଟାଭାଟିରେ ଏକ ଭୋଜି କାମରେ ରହିଥିଲେ । ଗରାଇଝୋଳୀ ଗ୍ରାମରେ କିଛି ଯୁବକ ମଦ୍ୟାପାନ କରି ଉନ୍ମତକାଣ୍ଡ କରୁଥିଲେ । ଏହି ଖବର ପାଇ ସମିତିସଭ୍ୟ ନରେନ୍ଦ୍ର ସ୍ୱାଇଁ ଗ୍ରାମରେ ପହଁଚି ଥିଲେ । ସେମୋନଙ୍କୁ କାହିଁକି ଏମିତି ହେଉଛି ବୋଲି ତାଗିଦ କରିଥିଲେ । ଏହାପରେ ତାଙ୍କୁ ଗୁଳିମାଡ କରାଯାଇଥିଲା । ଘଟଣା ଘଟିବା ପରେ ଗୁଳିମାଡ କରିଥିବା ଦୁବୃର୍ତ୍ତମାନେ ଫେରାର ରହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା