Masthead

ବାଲେଶ୍ୱର ଜିଲ୍ଲାର ୨ଟି ସ୍ଥାନରେ ଏଟିଏମରୁ ଲୁଟ୍‌

ସୋରୋ (ବଡ଼ ଖବର ବ୍ୟୁରୋ): ଗ୍ୟାସ କଟରରେ ଏଟିଏମକୁ କାଟି ଲୁଟ । ୩୨ଲକ୍ଷରୁ ଅଧିକ ଟଙ୍କା ଲୁଟିନେଲେ ଲୁଟେରା । ବାଲେଶ୍ୱର ଜିଲ୍ଲା ଖଇରା ତୁଡ଼ିଗଡିଆ ବଜାର ଥିବା ଏକ୍ସିସ ବ୍ୟାଙ୍କରୁ ଗତକାଲି ବିଳମ୍ବିତ ରାତିରେ ଦୁଇଟି ଗାଡିରେ ୬ରୁ ଅଧିକ ଲୁଟେରା ଆସିଥିବା ନେଇ ସ୍ଥାନୀୟ ଲୋକମାନେ ସୂଚନା ଦେଇଛନ୍ତି । ଲୁଟରେମାନେ ବିଳମ୍ବିତ ରାତିରେ ଗ୍ୟାସ କଟର ମାଧ୍ୟମରେ ଏଟିମକୁ ତାଡି ଏଟିମରେ ଥିବା ୨୦ଲକ୍ଷ ଟଙ୍କା ଲୁଟ ହୋଇଥିବା ନେଇ ସୂଚନା ମିଳିଛି ।

ଲୁଟ ପରେ ଲୁଟେରାମାନେ ଦୁଇଟି ବୋମା ଫୁଟାଇଥିବା ନେଇ ସ୍ଥାନୀୟ ବାସିନ୍ଦାମାନେ କହିଛନ୍ତି । ସ୍ଥାନୀୟ ଲୋକ ଉଠିବାରୁ ଲୁଟେରାମାନେ ଗାଡି ନେଇ ଫେରାର ହୋଇଯାଇଥିଲେ । ଲୋକ ମାନେ ପୋଲିସକୁ ଖବର ଦେବା ପରେ ପୋଲିସ ପହଁଚି ଛାନଭିନ ଆରମ୍ଭ କରିଛି । ସେହିପରି ସୋର ମଙ୍ଗଳପୁର ବଜାର ରେ ଥିବା ପିଏନବିରୁ ମଧ୍ୟ ଗତକାଲି ବିଳମ୍ବିତ ରାତିରେ ଗ୍ୟାସ କଟର ରେ କାଟି ୧୨ ଲକ୍ଷ ଟଙ୍କା ଚୋରି ହୋଇଥିବା ଜଣା ପଡିଛି। ସୋର ପୋଲିସ ଖବର ପାଇ ତଦନ୍ତ କରୁଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ