Masthead

ଜାଲ ନୋଟ୍ କାରବାର, ୭ ଗିରଫ

ବାରିପଦା(ବଡ଼ ଖବର ବ୍ୟୁରୋ): ମୟୂରଭଞ୍ଜରେ ଜାଲ  ନୋଟ କାରବାର । ଜାଲ ନୋଟ୍ କାରବାରରେ, ୭ ଜଣ ଗିରଫ ହୋଇଛନ୍ତି । 10 ଲକ୍ଷରୁ ଅଧିକ ଟଙ୍କାର ଠକେଇ ହୋଇଥିବା ଅଭିଯୋଗ ହୋଇଛି। ଅପହରଣ ମାମଲାର ତଦନ୍ତ ବେଳେ ସାମନାକୁ ଆସିଲା ଜାଲ ନୋଟ କାରବାର ଘଟଣା। ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତ ହେଉଛନ୍ତି ବଡ଼ସାହି ଅଞ୍ଚଳର । ସୂଚନା ଅନୁସାରେ ରଙ୍ଗା ମାଟିଆ ଅଂଚଳର ରାଜେନ୍ଦ୍ର ବେହେରାକୁ ଅପହରଣ କରାଯାଇଥିବାର ଅଭିଯୋଗ କରିଥିଲେ ତାଙ୍କ ବାପା । ଘଟଣାର ତଦନ୍ତ କରି ପୋଲିସ ୩ଜଣଙ୍କୁ ଗିରଫ କରିଥିଲା। ପରେ ଜାଲ ନୋଟ କାରବାର କଥା ସାମ୍ନାକୁ ଆସିଥିଲା ।

ରାଜେନ୍ଦ୍ର ବେହେରା କିଛି ଲୋକଙ୍କ ଠାରୁ ୩ଲକ୍ଷ ଟଙ୍କା ନେଇ କିଛି ଦିନ ପାରେ ୧୦ଲକ୍ଷ ଟଙ୍କା ଫେରସ୍ତ କରିବାର କହିଥିଲେ। ରାଜେନ୍ଦ୍ର ସେହି ବ୍ୟକ୍ତିଙ୍କୁ ଜାଲ ନୋଟ ଦେଇଥିଲେ । ତେବେ ଟଙ୍କା ସବୁ ଜାଲ୍ ଜଣାପଡ଼ିବା ପରେ ସେମାନେ ରାଜେନ୍ଦ୍ରକୁ ଅପହରଣ କରିଥିଲେ। ଜାଲ ନୋଟ୍ ମାମଲାରେ ୪ ଜଣଙ୍କୁ ଗିରଫ କରିଥିବା ବେଳେ ଅପହରଣ ମାମଲାରେ ୩ ଜଣଙ୍କୁ ଗିରଫ କରିଛି ପୋଲିସ। ଗୋଟିଏ ବାଇକ୍, ଗୋଟିଏ ବୋଲେରୋ ଏବଂ ଗୋଟିଏ ସ୍କୋର୍ପିଓ ଗାଡ଼ି ସମେତ ୩ ବିଡ଼ା ନକଲି ନୋଟ ଓ ୩ ଟି ମୋବାଇଲ ଜବତ କରାଯାଇଛି।ତେବେ ଜାଲ ନୋଟ କାରବାର ରେ ଆଉ ଜଣେ ଅଭିଯୁକ୍ତ ଫେରାର ଥିବାର ସୁଚନା ଦେଇଛି ପୋଲିସ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା