ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଏବେ ବି ପଡି ରହିଛି ଅନେକ ଶବ । ମୃତକଙ୍କ ଏବେବି ମିଳୁ ନାହିଁ ପରିଚୟ । ପରିଚୟ ମିଳୁନଥିବା ମୃତଦେହର ଦିଲ୍ଲୀରେ ହେବ ଡିଏନଏ ଟେଷ୍ଟ । ଅଚିହ୍ନା ଏବଂ ଦ୍ୱନ୍ଦ ସୃଷ୍ଟି କରୁଥିବା ମୃତଦେହର ଡିଏନଏ ଟେଷ୍ଟ କରାଯିବ । ରିପୋର୍ଟ ଆସିବା ପରେ ପରିବାରକୁ ମୃତଦେହ ହସ୍ତାନ୍ତର କରାଯିବ ବୋଲି ଏମ୍ସ ନିର୍ଦ୍ଦେଶକ କହିଛନ୍ତି । ଏମସରେ ଚିହ୍ନଟ ହେଉଥିବା ମୃତଦେହ ସେମାନଙ୍କ ପରିବାରକୁ ହସ୍ତାନର ହୋଇଛି । ସେପଟେ ଡିଏନଏ ଟେଷ୍ଟ ପାଇଁ ୩୦ ସାମ୍ପୁଲ ଦିଲ୍ଲୀ ପଠାଯାଇଛି ।
ଏବେବି କିଛି ଲୋକଙ୍କ ପରିଚୟ ମିଳିପାରୁନାହିଁ । ବଡିର ମାର୍କ ଅନୁସାରେ ମୃତଦେହ ଚିହ୍ନଟ କରାଯାଉଛି । ସମ୍ପୂର୍ଣ ପରିଚୟ ଦେଖି ଭେରିଫିକେସନ କରି ଶବ ହସ୍ତାନ୍ତର କରାଯାଉଛି ବୋଲି କହିଛନ୍ତି ଏମ୍ସ ନିର୍ଦ୍ଦେଶକ । ଅନ୍ୟପଟେ ଏବେ ବି ନିଜ ଆତ୍ମୀୟଙ୍କୁ ଖୋଜୁଛନ୍ତି ପରିବାର ଲୋକେ । କିଏ ସ୍ୱାମୀକୁ ଖୋଜୁଛି ତ ଆଉ କିଏ ସ୍ତ୍ରୀକୁ । କିଏ ଭାଇକୁ ଖୋଜୁଛି ତ ଆଉ କିଏ ଭଉଣୀକୁ । ଆଉ କିଏ ନିଜ ନିଜ ପରିବାର ଲୋକଙ୍କୁ ।