ଚୋରାବାଲି ବ୍ୟବସାୟକୁ କେନ୍ଦ୍ର କରି ବିଜେଡି ନେତାଙ୍କୁ ହତ୍ୟା

ଗଞ୍ଜାମ(ବଡ଼ ଖବର ବ୍ୟୁରୋ):  ଗଞ୍ଜାମ ଜିଲ୍ଲାର ଧରାକୋଟ ଥାନା ଅନ୍ତର୍ଗତ ବରୀଗୁଡା ଗ୍ରାମର ବିଜେଡ଼ି ନେତା ଅନିଲ ମହାନ୍ତି ଓରଫ (କୋକ)ଙ୍କୁ ନିର୍ମମ ଭାବେ ଗୋଡ଼ାଇ ଗୋଡ଼ାଇ ହତ୍ୟା କରଯାଇଛି। ମୃତ ଅନିଲ ମହାନ୍ତି ସୋରଡ଼ା ବିଧାୟକଙ୍କ ଦୃଢ଼ ସମର୍ଥକ ବୋଲି ଚର୍ଚ୍ଚା ହେଉଛି। ଏହି ହତ୍ୟାକାଣ୍ଡ ବାଲି ବ୍ୟବସାୟ ଓ ପୂର୍ଵ ଶତ୍ରୁତାକୁ ନେଇ ହୋଇଥିବା ଚାର୍ଚ୍ଚା ହେଉଛି। ଅନିଲ ମହାନ୍ତି ନାମରେ ପୂର୍ବରୁ ଏକ ମାମଲା ଧରାକୋଟ ଥାନାରେ ରହିଛି।

ଗତ କାଲି ଆସିକା ବରଗାଁ ର ଗ୍ୟାଙ୍ଗ ଷ୍ଟାର ସୁନିଲ ନାହାକକୁ କୋଦଳା ଥାନା ଦାନପୁର ଗାଁ ରେ ଗୋଡ଼ାଇ ଗୋଡ଼ାଇ ହତ୍ୟା କରିଥିଲେ। ସୁନିଲ ହତ୍ୟାର ଚବିଶି ଘଣ୍ଟା ନପୁରୁଣୁ ପୁଣି ଧରାକୋଟ ଥାନା ଇଲାକାର ବରୀଗୁଡାରେ ଅନିଲ ମହାନ୍ତିକୁ ସମାନ ଢାଞ୍ଚାରେ ହତ୍ୟା କରାଯାଇଛି। ଏବେ ଗଞ୍ଜାମ ଅଶାନ୍ତ ଗୋଟେ ପରେ ଗୋଟେ ମୁଣ୍ଡ ଗଡୁଛି। ରୀତିମତ ମଦ ଓ ବାଲି ବ୍ୟବସାୟରେ ନେତା ଠାରୁ ଆରମ୍ଭ କରି ଅପରାଧିମାନେ ସମ୍ପୃକ୍ତ ଅଛନ୍ତି ବୋଲି ଖବର ପ୍ରକାଶ ପାଉଛି ।

ଏହି ଦୁଇ ବ୍ୟବସାୟରେ ପ୍ରଚୁର ଲାଭ ଥିବା ଯୋଗୁଁ ନେତା ଓ ମାଫିଆ ମାନେ ସକ୍ରିୟ ହୋଇ ବାହୁ ବଳରେ ମୁଠା ମୁଠା ଟଙ୍କା ଆଦାୟ କରି ଜଣେ ଜଣେ କୁବେର ହେବା ଫଳରେ ଶତ୍ରୁତା ବଢ଼ି ମୁଣ୍ଡ ଗଡୁଥିବା ଚର୍ଚ୍ଚା ହେଉଛି। ଗଞ୍ଜାମ ଜିଲ୍ଲାରେ ଏବେ ଆଇନଶୃଙ୍ଖଳା ନିୟନ୍ତ୍ରଣ ବହାରକୁ ଚାଲି ଯାଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଚୋରା ବାଲି ଓ ଚୋରା ମଦ ବ୍ୟବସାୟରେ ଲଗାମ ନ ଲାଗିଲେ ଗଞ୍ଜାମ ଜିଲ୍ଲା ଅଵସ୍ଥା ଆଗକୁ ପୁଣି ବିଗିଡ଼ିବାର ଯିବାର ସମ୍ଭାବନା ରହିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ