Masthead

ବିନାଦର୍ଶକରେ ଖେଳାଯିବ ଜୁନିୟର ହକି ବିଶ୍ୱକପ୍

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ):  ନଭେମ୍ବର ୨୪ ତାରିଖରୁ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଛି ପୁରୁଷ ଜୁନିୟର ହକି ବିଶ୍ୱକପ । ତେବେ ଏହି ବିଶ୍ୱକପ ଦର୍ଶକ ବିନା ଖେଳାଯିବ । ଏ ନେଇ ହକି ଇଣ୍ଡିଆ ଓ ଅନ୍ତର୍ଜାତୀୟ ହକି ଫେଡେରେସନ ମିଳିତ ଭାବେ ନିଷ୍ପତି ନେଇଛନ୍ତି । ସବୁ ମ୍ୟାଚ ବିନା ଦର୍ଶକରେ ଖେଳାଯିବ । ଏ ନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ତ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ , ଗୃହ ମନ୍ତ୍ରୀଳ, ଯୁବ ଓ କ୍ରିଡ଼ା ବ୍ୟାପାର ମନ୍ତ୍ରାଳୟ, ଏଫଆଇଚ୍ ଓ ହକି ଇଣ୍ଡିଆ କୋଭିଡ ଗାଇଡଲାଇନ ଓ ପ୍ରୋଟୋକଲକୁ ଦୃଷ୍ଟିରେ ରଖି ଦର୍ଶକଙ୍କ ବିନା ମ୍ୟାଚ କରାଇବାକୁ ମିଳିତ ଭାବେ ନିଷ୍ପତ୍ତି ନେଇଛନ୍ତି ।

ତେବେ ଭାଗ ନେଉଥିବା ଟିମ ଗୁଡିକ ହେଲା ଆୟୋଜକ ଭାରତ, ଆର୍ଜେଣ୍ଟିନା, ବେଲଜିୟମ, କାନାଡା, ଚିଲି, ଇଜିପ୍ଟ ,ଫ୍ରାନ୍ସ, ଜର୍ମାନୀ, କୋରିଆ, ମାଲେସିୟା, ପାକିସ୍ତାନ, ପୋଲାଣ୍ଡ ଦକ୍ଷିଣ ଆଫ୍ରିକା, ସ୍ପେନ, ନେଦରଲ୍ୟାଣ୍ଡସ୍ ଓ ଆମେରିକା । ପାଞ୍ଚ ଦିନିଆ ଫୁଲ ଷ୍ଟେଜ ମ୍ୟାଚ ପରେ ନଭେମ୍ବର ୩୦ ତାରିଖରୁ କ୍ଲାସିଫିକେସନ ମ୍ୟାଚ ଖେଳାଯିବ । ଏହା ପରେ ଡିସେମ୍ବର ୧ରେ କ୍ୱାର୍ଟରଫାଇନାଲ, ସେମିଫାଇନାଲ ମ୍ୟାଚ ଡିସେମ୍ବର ୩ରେ ଏବଂ ଫାଇନାଲ ଡିସେମ୍ବର ୫ ତାରିଖରେ ଅନୁଷ୍ଠିତ ହେବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ