Before Header

ରାଜଧାନୀରେ ସିଲ୍ ହେଲା ୩ ଡ୍ୟାନ୍ସ ବାର୍

0 21

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜଧାନୀରେ ସିଲ୍ ହେଲା ୩ ଡ୍ୟାନ୍ସ ବାର୍ । କଟକ ରୋଡରେ ଥିବା ୩ ଡ୍ୟାନ୍ସ ବାର ସିଲ୍ ହୋଇଛି । ଏକାମ୍ର, ଲାଇଭ୍ ଟପ୍ ଓ ନଶା ଡ୍ୟାନ୍ସ ବାର୍ ସିଲ୍ ହୋଇଛି । କଟକ ଫ୍ଲାଇଂ ସ୍କ୍ବାଡ୍ ଏବଂ ଅବକାରୀ ବିଭାଗର ମିଳିତରେ ଡ୍ୟାନ୍ସ ବାର୍ ସିଲ୍ ହୋଇଛି। ନାଇଟ କର୍ଫ୍ୟୁ ଉଲ୍ଲଙ୍ଘନ ଏବଂ କୋଭିଡ କଟକଣାକୁ ନ ମାନିବା ପଡ଼ିଲା ମହଙ୍ଗା।

ରାତି ୧୦ଟା ପରେ ଖୋଲା ରଖିଥିବାରୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି ପୋଲିସ । ବିନା ଅନୁମତିରେ ଚାଲିଥିଲା ଡ୍ୟାନ୍ସ ବାର୍। ଆଉ ଅନ୍ୟ ୨ଟି ଡ୍ୟାନ୍ସ ବାରକୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ତେବେ ଘଟଣାରେ ୧୬ଜଣ ବାର୍ ଗାର୍ଲଙ୍କୁ ପଚରାଉଚରା କରି ଛାଡ଼ି ଦିଆଯାଇଛି।

Leave A Reply

Your email address will not be published.