Masthead

ନିଲାମ ହେବ ଦେଶର ୩୯ଟି ଖଣି, ଓଡ଼ିଶାରୁ ୧୯

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ନିଲାମ ହେବ ଓଡ଼ିଶାର ୧୯ ଖଣି । ସାରା ଦେଶରେ ଟୋଟାଲ ୩୯ଟି ଖଣି ନିଲାମ ହେବ । କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଚଳିତ ମାସ ୧୫ ତାରିଖ ଦିନ ଅଷ୍ଟମ ପର୍ଯ୍ୟାୟ ,ବାଣିଜ୍ୟିକ କୋଇଲା ଖଣି ନିଲାମର ଶୁଭାରମ୍ଭ ହେବ । କୋଇଲା ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଆନୁଷ୍ଠାନିକ ଭାବେ ଏହାର ଶୁଭାରମ୍ଭ କରିବେ । ଏଥିରେ ୫ ରାଜ୍ୟର ମୋଟ ୩୯ଟି ଖଣିକୁ ନିଲାମ କରାଯିବ । ଓଡ଼ିଶାର ୧୯ଟି ଖଣି ଏହା ମଧ୍ୟରେ ସାମିଲ ରହିଛି । ସିଏମଏସପି ଆଇନ ଅଧିନରେ ରାଜ୍ୟର ୮ ଏବଂ ଏମଏମଡିଆର ଆଇନରେ ୧୧ ଖଣି ନିଲାମ ଲାଗି ରଖାଯିବ ।

ସେହିଭଳି ବିହାରର ୩, ଝାଡଖଣ୍ଡର ୭, ମହାରାଷ୍ଟ୍ରର ୫ ଏବଂ ପଶ୍ଚିମବଙ୍ଗର ୯ ଖଣିକୁ ନିଲାମ କରାଯିବ । କୋଇଲା କ୍ଷେତ୍ରରେ ଭାରତକୁ ଆତ୍ମନିର୍ଭର କରିବା ସିଗରେ ସରକାରଙ୍କ ପକ୍ଷରୁ ପ୍ରକି୍ରୟାକୁ ତ୍ୱରାନ୍ୱିତ କରାଯାଇଛି । ୨୦୨୦ରେ ପ୍ରଥମ ଥର ଲାଗି ବାଣିଜ୍ୟିକ କୋଇଲା ଖଣି ନିଲାମ ଆରମ୍ଭ ହୋଇଥିଲା । ଅଦ୍ୟାବଧି ୯୧ କୋଇଲା ଖଣି ଏହା ଅଧିନରେ ନିଲାମ କରାଯାଇଛି । ଖଣି ନିଲାମ ସର୍ତ୍ତ, ସମୟ ସୀମା ସମ୍ପର୍କିତ ବିଭିନ୍ନ ସୂଚନା ଏମଏସଟିସିରୁ ଲାଭ କରିହେବ । ଆରଇସି ଲିମିଟେଡ ମଧ୍ୟ ସମାନ ଧରଣର ଏକ କାର୍ଯ୍ୟକ୍ରମ ହାତକୁ ନେଇଛି । ସଫଳ ବିଡରଙ୍କୁ ଅନୁମୋଦନ ଲାଗି ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥା କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା