ସମ୍ବଲପୁର (ବଡ଼ ଖବର ବ୍ୟୁରୋ): ହୀରାକୁଦ ଜଳଭଣ୍ଡାରରୁ ଖୋଲିଲା ଆଉ ୪ଟି ଗେଟ୍ । ଏବେ ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି । ଉପରମୁଣ୍ଡରୁ ଜଳ ଭଣ୍ଡାରକୁ ସେକେଣ୍ଡ ପ୍ରତି ୧ ଲକ୍ଷ ୫୦ ହଜାର ୭୯୯ କ୍ୟୁସେକ ଜଳ ପ୍ରବେଶ କରୁଛି ।ବର୍ତ୍ତମାନ ସୁଦ୍ଧା ହୀରାକୁଦର ଜଳ ସ୍ତର ୬୧୪.୦୪ ଫୁଟ ରହିଛି । ଗତ ୨୩ ତାରିଖ ରବିବାର ଦିନ ୫ଟି ଗେଟ୍ ଖୋଲିଥିବା ବେଳେ ଗତକାଲି ୩ଟି ଗେଟ୍ ଖୋଲା ଯାଇଥିଲା । ତେବେ ଆଜି ଆଉ ୪ଟି ଗେଟ ଖୋଲିଛି ।