ପୁଣି ଚର୍ଚ୍ଚାରେ ବାହାନଗା ରେଳ ଷ୍ଟେସନ, ଦୁର୍ଘଟଣାଗ୍ରସ୍ଥ ଟ୍ରେନ ବଗି କାଟିବାକୁ ଆସି ଶ୍ରମିକ ନିଖୋଜ

ସୋର(ବଡ଼ ଖବର ବ୍ୟୁରୋ): ବାହାନଗା ଷ୍ଟେସନରୁ ଶ୍ରମିକ ନିଖୋଜ । ଟ୍ରେନ ଦୁର୍ଘଟଣା ପରେ ବଗି ଗୁଡିକ କାଟିବା ପାଇଁ ଆସିଥିବା ଜଣେ ଶ୍ରମିକ ଘଟଣା ସ୍ଥଳରୁ ନିଖୋଜ ହୋଇଯାଇଥିବା ଅଭିଯୋଗ ଆସିଛି। ଗତ ଅକ୍ଟୋବର ୨୮ତାରିଖରେ ରେଳଡ଼ବା କାଟିବା ପାଇଁ ବିହାର ମୁଙ୍ଗେର ଜିଲ୍ଲା ରତନପୁର ଗାଁର ସଦନନ୍ଦ ଗୁପ୍ତାଙ୍କ ବଡ଼ ପୁଅ ଅଜୟ ଗୁପ୍ତା,ସାନପୁଅ ବିଟୋ ଗୁପ୍ତା ବାହାନଗା ଆସିଥିଲେ। ଗତ ୮ ତାରିଖରୁ ବଡ଼ ଭାଇ ଅଜୟ ସାନ ଭାଇ ବିଟୋକୁ ଆଉ ପାଇ ନଥିଲେ । ବିଟୋଙ୍କୁ ଖୋଜିବା ପାଇଁ ଵଡ଼ଭାଇ ଅଜୟ ଵାହାନଗା ଅଞ୍ଚଳର କ୍ଷୀରୋଦ କୁମାର ମଲ୍ଲିକଙ୍କ ସହାୟତାରେ ଯାଜପୁର,ଭଦ୍ରକ,ରାଣୀତାଲ, ମାର୍କୋଣା, ସୋର, ବାଲେଶ୍ଵର ଷ୍ଟେସନ ସହିତ ଵିଭିନ୍ନ ସ୍ଥାନ ଖୋଜାଖୋଜି କରିଥିଲେ ମଧ୍ୟ ଆଜି ପର୍ୟ୍ୟନ୍ତ ତାଙ୍କର ସନ୍ଧାନ ମିଳିପାରି ନାହିଁ । ଵଡ଼ଭାଇ ଅଜୟ ଏଵିଷୟରେ କମ୍ପାନୀ ଓ ରେଳ ବିଭାଗକୁ ଜଣାଇଛନ୍ତି । ନିଖୋଜ ଵିଟୁକୁ ନପାଇବା ଦୁଃଖରେ ଭାଙ୍ଗି ପଡିଛନ୍ତି ଵଡ଼ଭାଇ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!