Masthead

କେବିସିରେ ସିକ୍ରେଟ କହିଲେ ଗାଙ୍ଗୁଲି ଓ ସେହବାଗ !

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ସାରା ଭାରତ ବର୍ଷରେ ପୂର୍ବତନ ବରିଷ୍ଠ ଖେଳାଳି ସୌରଭ ଗାଙ୍ଗୁଲି ଓ ବିରେନ୍ଦ୍ର ସେହୱାଗ ବେଶ ପରିଚିତ । ଉଭୟଙ୍କର ବିସ୍ଫୋରକ ବ୍ୟାଟିଂ ପାଇଁ ସାରା ବିଶ୍ୱ ଦୁହେଁ ଖେଳାଳିଙ୍କୁ ଏପର୍ଯ୍ୟନ୍ତ ବେଶ ଭଲ ଭାବରେ ମନେରଖିଛି । ତେବେ ଆରମ୍ଭରୁ କିପରି ବୋଲରଙ୍କୁ ବ୍ୟାଟ୍ସମ୍ୟାନ ଉପରେ ହାବି ହେବାକୁ ଦିଆଯାଏ ନାହିଁ ତାହା ସାରା ବିଶ୍ୱ ତାଙ୍କଠୁ ଶିଖିଛି । ଆରମ୍ଭରୁ ହିଁ ବିସ୍ଫୋରକ ବ୍ୟାଟିଂ କରି ଦଳକୁ ଏକ ଉଚ୍ଚ ସ୍କୋରରେ ପହଞ୍ଚାଇବା ପାଇଁ ଦୁହିଁଙ୍କର ଅବଦାନ ବହୁତ ଥିଲା ।

ଏହା ମଧ୍ୟରେ ଉଭୟ ଖେଳାଳିଙ୍କୁ ଅମିତାଭ ବଚ୍ଚନଙ୍କ ପୁପୁଲାର ସୋ’ ‘କୈନ ବନେକା କରୋଡ ପତି’ରେ ଦେଖିବାକୁ ମିଳିଥିଲା । ସେମାନେ ଏକ ଉତ୍ତମ କାରଣ ପାଇଁ କେବିସି-୧୩ରେ ଅଂଶଗ୍ରହଣ କରିଥିଲେ । ତେବେ ନିଜର ପୁରସ୍କାର ରାଶି ସୌରଭ ଗାଙ୍ଗୁଲି ଫାଉଣ୍ଡେସନ ଓ ବିରେନ୍ଦ୍ର ସେହୱାଗ ଫାଉଣ୍ଟେସନରେ ସମାନ ଭାବରେ ବଣ୍ଟନ କରାଯିବ ବୋଲି ଦୁହେଁ ସ୍ପଷ୍ଟ କରିଥିଲେ । ଅମିତାଭ ବଚ୍ଚନ ଉଭୟଙ୍କୁ ଅନେକ ପ୍ରଶ୍ନ ପରାରିଥିଲେ ଏବଂ ଉଭୟଙ୍କର ଅନେକ ସିକ୍ରିଟ ବିଷୟରେ ସମସ୍ତେ ଜାଣିବାକୁ ପାଇଥିଲେ । ଏହା ସହ ଚିତ୍ର-ଆଧାରିତ ପ୍ରଶ୍ନ-ଉତ୍ତର ରାଉଣ୍ଡ ସମୟରେ ଅନେକ ଫୋଟଗ୍ରାଫିକ ମୁହୂର୍ତ୍ତ ପରଦାରେ ପ୍ରଦର୍ଶିତ ହୋଇଥିଲା ।

ଖେଳକୁ ଆକର୍ଷଣୀୟ କରି ସେମାନେ ହାସ୍ୟାସ୍ପଦ ଏବଂ ଆକର୍ଷଣୀୟ କାହାଣୀ ମଧ୍ୟ କହିଥିଲେ । ଅପରପକ୍ଷରେ ଭାରତ ବନାମ ପାକିସ୍ତାନ ବିଶ୍ୱକପ ମ୍ୟାଚ ସମୟରେ ହଜାର ହଜାର ଲୋକଙ୍କର ଜାତୀୟ ସଙ୍ଗୀତ ଗାନ କରିବା ସେହୱାଗଙ୍କ ପାଇଁ ଅବିସ୍ୱସନୀୟ ମୂହୁର୍ତ୍ତ ଥିଲା ବୋଲି କହିଥିଲେ । ଏହା ଛଡ଼ା ବିରେନ୍ଦ୍ର ସେହୱାଗ ତାଙ୍କ ବିଷୟରେ ଟିକିଏ ରହସ୍ୟ ପ୍ରକାଶ କରିଛନ୍ତି । ତେବେ ସେ ପଡ଼ିଆରେ ବ୍ୟାଟିଂ କରୁଥିବା ସମୟରେ ହିନ୍ଦୀ ଗୀତ ଗାଉଥିଲେ । କାହିଁକି ନା କିଛି ବିଭ୍ରାନ୍ତିକର ଚିନ୍ତାଧାରାରୁ ନିଜକୁ ଖୁସି କରିବା ପାଇଁ ପଡ଼ିଆରେ ଏପରି କରୁଥିବାର ସେ କହିଥିଲେ । ସବୁଠାରୁ କୌତୁହଳପୂର୍ଣ୍ଣ ବିଷୟ ହେଉଛି ସେହୱାଗଙ୍କୁ କିଶୋର କୁମାରଙ୍କ ଗୀତ ଗାଇବା ପାଇଁ ବିଭିନ୍ନ ଦଳର ଖେଳାଳି ତାଙ୍କୁ ଅନୁରୋଧ କରୁଥିଲେ ଏବଂ ସେହୱାଗ ତାଙ୍କ ଅନୁରୋଧକୁ ରକ୍ଷା କରି ଗୀତ ଗାଉଥିଲେ ।

ଏପରିକି ପାକିସ୍ତାନର ବହୁ ଚର୍ଚ୍ଚିତ ଖେଳାଳି ମଧ୍ୟ ସେହୱାଗଙ୍କୁ କିଶୋର କୁମାରଙ୍କ ଗୀତ ଗାଇବା ପାଇଁ ଅନୁରୋଧ କରୁଥିଲେ । ଅନ୍ୟପଟେ ଦାଦାଙ୍କ ଅଧିନାୟକତ୍ୱକୁ ବିରେନ୍ଦ୍ର ସେହୱାଗ ମଧ୍ୟ ପ୍ରଶଂସା କରିଥିଲେ । ଏହା ସହ ଦାଦା ଦେଶର ସର୍ବୋତ୍ତମ ଅଧିନାୟକ ବୋଲି ସ୍ପଷ୍ଟ କରିଥିଲେ । ବାସ୍ତବରେ ଉଭୟ ଖେଳାଳି ଆମ ଦେଶର ଗର୍ବ ଆଉ ଗୌରବ । ନିଜର ବ୍ୟାଟିଂ ପାଇଁ ଭାରତକୁ ସାରା ବିଶ୍ୱରେ ନିଜର ପରିଚୟ ପ୍ରଦାନ କରିବାରେ ତାଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଏମିତି ବି ଆସେ ମୃତ୍ୟୁ 🔴 ଦିଲ୍ଲୀ ବିସ୍ଫୋରଣ, ମିଳିଲା ୯ ଏମ୍ଏମ୍‌ର ୩ଟି କ୍ୟାଟ୍ରିଜ୍ 🔴 ପୂର୍ବ ଶତ୍ରୁତା ହେଲା କାଳ, ପୋଲିସକୁ ପଥରରେ ଛେଚି ହତ୍ୟା 🔴 ଟଳିଲେ ୩ ନକ୍ସଲ 🔴 ବଢ଼ୁଛି ଶୀତ, ଥରୁଛି ଓଡ଼ିଶା 🔴 ବିସ୍ଫୋରଣରେ ଉଡ଼ିଗଲା ଥାନା, ୭ଜଣ ମୃତ 🔴 ଜୟଙ୍କ ବଡ଼ ବିଜୟ 🔴 ନବୀନଙ୍କ ‘ବେଇମାନ’ ଶବ୍ଦ ପଡ଼ିଲା ମହଙ୍ଗା 🔴 କିଏ ପିନ୍ଧିବ ନୂଆପଡ଼ା ତାଜ? 🔴 କାହାର ହେବ ନୂଆପଡ଼ା ବିଧାନସଭା? 🔴 ଏମିତି ବି ଆସେ ମୃତ୍ୟୁ 🔴 ଦିଲ୍ଲୀ ବିସ୍ଫୋରଣ, ମିଳିଲା ୯ ଏମ୍ଏମ୍‌ର ୩ଟି କ୍ୟାଟ୍ରିଜ୍ 🔴 ପୂର୍ବ ଶତ୍ରୁତା ହେଲା କାଳ, ପୋଲିସକୁ ପଥରରେ ଛେଚି ହତ୍ୟା 🔴 ଟଳିଲେ ୩ ନକ୍ସଲ 🔴 ବଢ଼ୁଛି ଶୀତ, ଥରୁଛି ଓଡ଼ିଶା 🔴 ବିସ୍ଫୋରଣରେ ଉଡ଼ିଗଲା ଥାନା, ୭ଜଣ ମୃତ 🔴 ଜୟଙ୍କ ବଡ଼ ବିଜୟ 🔴 ନବୀନଙ୍କ ‘ବେଇମାନ’ ଶବ୍ଦ ପଡ଼ିଲା ମହଙ୍ଗା 🔴 କିଏ ପିନ୍ଧିବ ନୂଆପଡ଼ା ତାଜ? 🔴 କାହାର ହେବ ନୂଆପଡ଼ା ବିଧାନସଭା?