Masthead

ବିଶ୍ୱକପକୁ ମିଚେଲଙ୍କ ଏ କି ସମ୍ମାନ?

ଅହମ୍ମଦାବାଦ (ବଡ଼ ଖବର ବ୍ୟୁରୋ): ଗୋଟିଏ ଟ୍ରଫି । ଫାଇନାଲରେ ଦୁଇ ଦଳ ମଧ୍ୟରେ ଲଢେଇ । ଜଣଙ୍କର ବିଜୟ ଆଉ ଜଣଙ୍କ ପରାଜୟ । ଏହି ଟାଇଟଲ ହାତେଇବା ପାଇଁ କେତେ ଯେ ପରିଶ୍ରମ ତାହା କେବଳ ସେ ଖେଳାଳି ହିଁ ଜାଣେ । ହେଲେ ଅଷ୍ଟ୍ରେଲିଆ ପ୍ଲେୟାର ମିଚେଲ ମାର୍ଶ ବିଶ୍ୱକପ ଟ୍ରଫି ଉପରେ ଗୋଡ଼ ରଖି କିଭଳି ଅସମ୍ମାନ କରୁଛନ୍ତି ତାହା ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଭାରତକୁ ଫାଇନାଲରେ ପରାସ୍ତ କରି ଅଷ୍ଟ୍ରେଲିଆ ୨୦୨୩ ବିଶ୍ୱକପ ଜିତିଛି ଏଥିରେ ସନେ୍ଦହ ନାହିଁ । ହେଲେ କଙ୍ଗାରୁ ଖେଳାଳି ଏହି ଟ୍ରଫିକୁ କେତେ ଭଲ ପାଆନ୍ତି, କେତେ ସମ୍ମାନ ଦିଅନ୍ତି, ତାହା ଜଳଜଳ ହୋଇ ଦେଖାଯାଉଛି । କୁହାଯାଉଛି ଏହି ଫଟୋଟି ଅଷ୍ଟ୍ରେଲିଆ ଡ୍ରେସିଂ ରୁମର । ଏଥିରେ କେତେ ସତ୍ୟତା ଅଛି ତାହା ସ୍ପଷ୍ଟ ହୋଇନାହିଁ । ହେଲେ ଏହି ଫଟୋଟି ଭାଇରାଲ ହେବା ପରେ ବିଭିନ୍ନ ମହଲରୁ ନିନ୍ଦା କରାଯାଉଛି ।

ଏହାର ସତ୍ୟତ୍ୟ ଆଇସିସି ପରଖିବା ଦରକାର । ଯଦି ସତ ତାହେଲେ ମିଚେଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମୂଳକ ପଦକ୍ଷେପ ନିଆଯିବାର ଆବଶ୍ୟକତା ଅଛି ବୋଲି ସୋସିଆଲ ମିଡ଼ିଆରେ ମତପ୍ରକାଶ ପାଇଛି । ଆଉ ଗୋଟିଏ ଫଟୋ ଆମେ ଆପଣଙ୍କୁ ଦେଖାଉଛି । ଯାହା ୧୯୮୩ ମସିହାର । ସେତେବେଳେ ଭାରତର ଅଧିନାୟକ ଥାଆନ୍ତି କପିଳଦେବ ।

 

ୱେଷ୍ଟଇଣ୍ଡିଜଙ୍କୁ ବିଶ୍ୱକପ ଫାଇନାଲରେ ପରାସ୍ତ କରି ଟ୍ରଫି ହାତେଇଥିଲେ । ଠିକ ସେତିକି ବେଳେ ଟ୍ରଫିର ମୂଲ୍ୟ କ’ଣ କପିଳଦେବ ଭଲ ଭାବରେ ବୁଝିପାରିଥିଲେ । ଟ୍ରଫିକୁ ମୁଣ୍ଡ ଉପରେ ରଖି ସମ୍ମାନ ଦେଇଥିଲେ । ସେ ଜାଣିଥିଲେ ଯେ ଏହି ଟ୍ରଫି କୋଟି କୋଟି ଭାରତୀୟଙ୍କ ଆତ୍ମା । ସେଇଥିପାଇଁ ତାଙ୍କୁ ସର୍ବାଗ୍ରେ ରଖିଥିଲେ । ସେ ସମୟର ଭାରତର ପ୍ରତିଟି ଖେଳାଳି ସମ୍ମାନ ଦେଇଥିଲେ । ଦେଲେ ଟ୍ରଫି ସହ ଅଷ୍ଟ୍ରେଲିଆ ବ୍ୟାଟର ମିଚେଲ ମାର୍ଶଙ୍କ ଏଭଳି ବ୍ୟବହାରକୁ ସବୁଠି ନିନ୍ଦା କରାଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ