Masthead

ଦେଶର ୫ ସାଂସଦ ସବୁଠୁ ଗରିବ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ବର୍ତ୍ତମାନ ସଂସଦରେ ୧୦ ଜଣ ଏପରି ସାଂସଦ ଅଛିନ୍ତି ଯାହାଙ୍କର ମୋଟ ସଂପତ୍ତିର ପରିମାଣ ୧୦ ଲକ୍ଷରୁ କମ୍ । ଏହି ୧୦ ଜଣଙ୍କ ମଧ୍ୟରୁ ୫ଜଣ ଏପରି ସାଂସଦ ଅଛନ୍ତି ଯାହାଙ୍କର ସଂପତ୍ତି ୫ଲକ୍ଷରୁ କମ୍ । ତେଲେଙ୍ଗାଗାନାର ଅରାକୁର ୱାଇଏସଆର କଂଗ୍ରେସ ସାଂସଦ ଗୋଦେତ୍ତି ମାଧବୀ ୧୭ତମ ଲୋକସଭାର ସବୁଠୁ ଗରିବ ସାଂସଦ ।

ମାଧବୀଙ୍କ ପାଖରେ ୧ ଲକ୍ଷ ୪୧ ହଜାର ୧୭୯ ଟଙ୍କାର ସଂପତ୍ତି ଅଛି । ଏହିପରି ଓଡିଶାର ବିଜେଡି ସାଂସଦ ଚନ୍ଦ୍ରାଣି ମୁର୍ମୁଙ୍କ ପାଖରେ ୩ ଲକ୍ଷ ୪୦ ହଜାର ୫୮୦ ଟଙ୍କା ସଂପତ୍ତି ଅଛି । ଅଲୁଆର ବିଜେପି ସାଂସଦ ମହନ୍ତ ବାଲକ ନାଥଙ୍କ ପାଖରେ ୩ ଲକ୍ଷ ୫୨ ହଜାର ୨୨୯ ଟଙ୍କାର ସଂପତ୍ତି ଅଛି । ଭୋପାଳର ବିଜେପି ସାଂସଦ ପ୍ରଜ୍ଞା ଠାକୁରଙ୍କ ପାଖରେ ୪ଲକ୍ଷ ୪୪ ହଜାର ୨୨୪ ଟଙ୍କାର ସଂପତ୍ତି ଅଛି । ସିକିମ୍  କ୍ରାନ୍ତିକାରୀ ମୋର୍ଚ୍ଚା ସାଂସଦ ଇନ୍ଦ୍ର ହଂକ୍ ସୁବା କହିଛନ୍ତି ତାଙ୍କ ପାଖରେ ମୋଟ ୪ ଲକ୍ଷ ୭୮ ହଜାର ୮୧୭ ଟଙ୍କାର ସଂପତ୍ତି ଅଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା