Masthead

ରାଜ୍ୟ ସରକାରଙ୍କୁ ବିଜେପିର ୫ ପ୍ରଶ୍ନ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆସନ୍ତକାଲି ଭ୍ରଷ୍ଟାଚାର ଦିବସ ପାଳିବ ବିଜେପି । ପଞ୍ଚାୟତିରାଜ ଦିବସକୁ ଭ୍ରଷ୍ଟାଚାର ଦିବସ ରୂପେ ପାଳିନ କରିବାକୁ ଘୋଷଣା କରିଛି । ରାଜ୍ୟ ବିଜେପି ସାଧରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଓଡ଼ିଶା ସରକାର ଭ୍ରଷ୍ଟାଚାରର ବାରୁଦ ଗଦା ଉପରେ ଠିଆ ହୋଇଥିବା କହିଛନ୍ତି ପୃଥ୍ୱୀରାଜ ହରିଚନ୍ଦନ । ପଞ୍ଚାୟତିରାଜ ବ୍ୟବସ୍ଥାରେ ପ୍ରତ୍ୟେକ ବର୍ଷ ୫ ହଜାର କୋଟିର ଦୁର୍ନୀତି ହେଉଛି । ତାକୁ ବିରୋଧ କରି ଆସନ୍ତାକାଲି ପଞ୍ଚାୟତିରାଜ ଦିବସ କୁ ବିଜେପି ୩୧୪ ବ୍ଲକ ଆଗରେ ଭ୍ରଷ୍ଟାଚାର ଦିବସଭାବେ ପାଳନ କରିବ । ହାତରେ କଳା କପଡା ବାନ୍ଧି ବିରୋଧ ପ୍ରଦର୍ଶନ କରିବ ।

ରାଜ୍ୟରେ ପଞ୍ଚାୟତିରାଜ ବ୍ୟବସ୍ଥାର ଆତ୍ମା କାନ୍ଦୁଛି । ରାଜ୍ୟ ସରକାର ପଞ୍ଚାୟତିରାଜ ଦିବସ ପାଳନ ନାଁ ରେ ଡ୍ରାମା କରୁଛନ୍ତି । ଏପ୍ରିଲ ୨୪ ରେ ସମଗ୍ର ଦେଶ ପଞ୍ଚାୟତିରାଜ ଦିବସ ପାଳନ କରୁଛି। କିନ୍ତୁ ଓଡ଼ିଶା ଏକମାତ୍ର ରାଜ୍ୟ ଯିଏ କି ମାର୍ଚ୍ଚ ୫ ରେ ଏହାକୁ ପାଳନ କରୁଛି । ଭ୍ରଷ୍ଟାଚାରର କେନ୍ଦ୍ର ବିନ୍ଦୁ ଆଜି ଓଡ଼ିଶାର ପଞ୍ଚାୟତିରାଜ ବ୍ୟବସ୍ଥା ହୋଇଛି । ପଞ୍ଚାୟତିରାଜ ବ୍ୟବସ୍ଥା ରାଜନୈତିକ ଚକ୍ରବିହୁରେ ଛନ୍ଦି ହୋଇ ଯାଇଛି। ପଞ୍ଚାୟତରେ କ’ଣ ହେବ ତାହା ଶାସକ ଦଳର ବିଧାୟକ ମାନେ ନିଷ୍ପତ୍ତି ନେଉଛନ୍ତି । ପଞ୍ଚାୟତିରାଜ ବ୍ୟବସ୍ଥା ଭ୍ରଷ୍ଟାଚାରରେ ବୁଡି ଯାଇଛି । ରାଜ୍ୟ ସରକାରଙ୍କୁ ୫ଟି ପ୍ରଶ୍ନ ପଚାରିଛନ୍ତି । ପ୍ରଧାନମନ୍ତ୍ରୀ ଆବସ ଯୋଜନାରେ ଦୁର୍ନୀତି କିଏ କରୁଛି ।

ଆଜି ପର୍ଯ୍ୟନ୍ତ ନୂଆ ତାଲିକା କାହିଁକି ତିଆରି ହୋଇ ପାରୁନି ? ମନରେଗାରେ ଦୁର୍ନୀତି କାହିଁକି? ଫଲସ୍ ବିଲ କିଏ କରୁଛି? କାହା ପକେଟକୁ ସେ ଟଙ୍କା ଯାଉଛି? ପଞ୍ଚାୟତକୁ ଆସୁଥିବା କେନ୍ଦ୍ର ସରକାରଙ୍କ ସିଏଫସି(ସେଣ୍ଟ୍ରାଲ ଫାଇନସ କମିଶନ) ଟଙ୍କା କୁଆଡେ ଯାଉଛି ? ସିଏଫସି ଟଙ୍କା କୁ କାହିଁକି ରି ବ୍ରାଣ୍ଡିଂ କରୁଛନ୍ତି ସରକାର ? ସେ ଟଙ୍କା ଅନ୍ୟ କ୍ଷେତ୍ରରେ କାହିଁକି ବ୍ୟବହାର କରାଯାଉଛି ? ପଞ୍ଚାୟତିରାଜ ବ୍ୟବସ୍ଥାରେ ବ୍ୟାପକ ପିସି କାରବାର ହେଉଛି । ବିଧାୟକ ନେଉଛନ୍ତି ୫ ପ୍ରତିଶତ ଟଙ୍କା । ଜିଲ୍ଲାପାଳଙ୍କ ଠୁ ନେଇ ବିଡ଼ିଓ ଓ ତହସିଲଦାରଙ୍କ ପର୍ଯ୍ୟନ୍ତ ସମସ୍ତେ ଏଥିରେ ସାମିଲ । ପଲ୍ଲୀସଭା କୁ କାହିଁକି ବନ୍ଦ କରି ଦେଇଛନ୍ତି ସରକାର ?

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ