Masthead

ଆଉ ନାହାନ୍ତି ରାମ ଭକ୍ତ ରାବଣ

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ଆଉ ନାହାନ୍ତି ଦୂରଦର୍ଶନର ବହୁ ଲୋକପ୍ରିୟ ପୌରାଣିକ ଧାରାବାହିକ ‘ରାମାୟଣ’ର ରାବଣ ଅଭିନେତା ଅରବିନ୍ଦ ତ୍ରିବେଦୀ। ମଙ୍ଗଳବାର ମଧ୍ୟରାତିରେ ମୁମ୍ବାଇର କାଣ୍ଡିଭାଲିସ୍ଥିତ ଘରେ ତାଙ୍କର ଦେହାନ୍ତ ହୋଇଛି। ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ଥିବା ଅରବିନ୍ଦଙ୍କର ୮୩ ବର୍ଷ ବୟସରେ ନିଧନ ହୋଇଛି।

 ରାମାନନ୍ଦ ସାଗରଙ୍କ ଦ୍ଵାରା ନିର୍ମିତ ରାମାୟଣରେ ଅରବିନ୍ଦ ରାବଣ ଭୂମିକାରେ ଅଭିନୟ କରିଥିଲେ। ବାସ୍ତବରେ ସେ ଜଣେ ଶିବ ଏବଂ ରାମ ଭକ୍ତ ଥିଲେ। ରାମାୟଣର ସୁଟିଂ ସେଟକୁ ଯିବା ପୂର୍ବରୁ ପ୍ରଭୁ ରାମଙ୍କୁ ପୂଜା କରି କ୍ଷମା ମାଗୁଥିଲେ ଅରବିନ୍ଦ। ଖାଲି ସେତିକି ନୁହେଁ ଉପାସ ରହି ସୁଟିଂ ସେଟକୁ ଯାଉଥିଲେ। ସୁଟିଂ ଶେଷ ହେବା ପରେ ସେ ଖାଉଥିଲେ। ତାଙ୍କର ନିଖୂଣ ଅଭିନୟ  ରାମାୟଣର ଲୋକପ୍ରିୟତା ଆଜି ବି ସେଇଭଳି ସମସ୍ତଙ୍କ ମନରେ ସତେଜ ଅଛି।

୮ ନଭେମ୍ବର ୧୯୩୮ ରେ ମଧ୍ୟପ୍ରଦେଶରେ ଜନ୍ମଗ୍ରହଣ କରିଥିଲେ ଅରବିନ୍ଦ। ପ୍ରଥମେ ଗୁଜୁରାଟୀ ଥିଏଟରରୁ କ୍ୟାରିୟର ଆରମ୍ଭ କରିଥିବା ଅରବିନ୍ଦ ଅନେକ ଧାରାବାହିକ ଓ ସିନେମା ରେ ଅଭିନୟ କରିଛନ୍ତି। ପରାୟା ଧନ, ଜଂଗଲ ମେ ମଙ୍ଗଳ, ଆଜ କି ତାଜା ଖବର, ତ୍ରିମୂର୍ତି ଭଳି ସିନେମାରେ କାମ କରିଛନ୍ତି । ତା ସହିତ ରାମାୟଣ, ବିକ୍ରମ ବେତାଳ, ବିଶ୍ଵମିତ୍ର ଭଳି ବହୁ ଚର୍ଚ୍ଚିତ ଧାରାବାହିକ ତାଙ୍କୁ ଅଭିନୟର ଶୀର୍ଷରେ ପହଞ୍ଚାଇ ପାରିଥିଲା।

ଗୁଜୁରାଟ ସରକାରଙ୍କ ଦ୍ୱାରା ପୁରସ୍କୃତ ହୋଇଥିବା ଗୁଜୁରାଟୀ ଚଳଚ୍ଚିତ୍ରରେ ଶ୍ରେଷ୍ଠ ଅଭିନୟ ପାଇଁ ତ୍ରିବେଦୀ ସାତୋଟି ପୁରସ୍କାର ପାଇଥିଲେ। ୨୦୦୨ ରୁ ୨୦୦୩ ପର୍ଯ୍ୟନ୍ତ ସେଣ୍ଟ୍ରାଲ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେସନର ମୁଖ୍ୟ ଭାବେ କାର୍ଯ୍ୟ କରିଥିଲେ। ଅଭିନୟ ବ୍ୟତୀତ ରାଜନୀତିରେ ମଧ୍ୟ ବହୁ ପାରଙ୍ଗମ ଅରବିନ୍ଦ।  ୧୯୯୧ ରୁ ୧୯୯୬ ପର୍ଯ୍ୟନ୍ତ ସାଂସଦ ମଧ୍ୟ ଥିଲେ। ୧୯୯୧ରେ ଭାରତୀୟ ଜନତା ପାର୍ଟିରୁ ଟିକେଟ ପାଇ ସାବରକାନ୍ତ ନିର୍ବାଚନମଣ୍ଡଳୀରୁ ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ।

ଅରବିନ୍ଦଙ୍କ ନିଧନ ଖବର ମନୋରଞ୍ଜନ ଜଗତରେ ଶୋକର ଛାୟା ଖେଳାଇ ଦେଇଛି। ଖାସକରି ରାମୟଣକୁ ଭଲପାଇଥିବା କୋଟି କୋଟି ଦର୍ଶକଙ୍କୁ ଦୁଃଖ ପହଞ୍ଚାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି