Masthead

୪ ରାଜ୍ୟରେ କଂଗ୍ରେସ ବିଧାୟକ ଶୂନ୍ୟ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆଗକୁ ୨୦୨୪ ଲୋକସଭା ନିର୍ବାଚନ । ନିର୍ବାଚନ ପାଇଁ ଶାସକ ଦଳ ବିଜେପି ଆପଣାଉଛି ବିଭିନ୍ନ ରଣନୀତି । ଗୁଜୁରାଟରେ ବିଜୟ ପରେ ଏବେ ତ୍ରିପୁରା ଏବଂ ନାଗାଲାଣ୍ଡକୁ ମିଳିଛି ଜିତାପଟ । ସେପଟେ କଂଗ୍ରେସକୁ ଲାଗିଛି ଗୋଟିଏ ପରେ ଗୋଟିଏ ଝଟକା ।୩ ଉତ୍ତର ପୂର୍ବ ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନରେ ନାଗାଲାଣ୍ଡରେ ଗୋଟିଏ ବି ଆସନ ଜିତିପାରି ନାହିଁ କଂଗ୍ରେସ । ମେଘାଳୟରେ ୨୧ ରୁ ୫କୁ ଖସିଛି । ସେହିପରି ତ୍ରିପୁରରେ ୩ ଟି ଆସନ ହାତେଇଛି କଂଗ୍ରେସ । ସେପଟେ ଆନ୍ଧ୍ର , ନାଗାଲାଣ୍ଡ, ସିକିମ ଓ ଦିଲ୍ଲୀରେ କଂଗ୍ରେସର ଜଣେ ବି ବିଧାୟକ ନାହାନ୍ତି ।

ପଶ୍ଚିମବଙ୍ଗ ଉପନିର୍ବାଚନରେ ଗୋଟିଏ ସିଟ ହାତେଇଛି ଦଳ । ୨୦୧୪ ନିର୍ବାଚନ ଠାରୁ କଂଗ୍ରେସର ଭଲ ଫର୍ମ ନାହିଁ । ମୋଟ ୪,୦୩୩ ବିଧାୟକଙ୍କ ମଧ୍ୟରେ କଂଗ୍ରେସର ମାତ୍ର ୬୫୮ ଜଣ ବିଧାୟକ ଅଛନ୍ତି । ବିଗତ ୮ ବର୍ଷ ମଧ୍ୟରେ କଂଗ୍ରେସ ବିଧାୟକଙ୍କ ସଂଖ୍ୟା ୨୪ ପ୍ରତିଶତରୁ ୧୬ ପ୍ରତିଶତକୁ ଖସିଛି । ୪ ରାଜ୍ୟରେ କଂଗ୍ରେସର କୌଣସି ବିଧାୟକ ରହି ନଥିବାବେଳ ୯ ରାଜ୍ୟରେ ୧୦ରୁ କମ ବିଧାୟକ ରହିଛନ୍ତି । ସେପଟେ ୨୦୧୪ରେ ମୋଦି ସରକାର କ୍ଷମତାକୁ ଆସିବା ପୂର୍ବରୁ ବିଜେପି ବିଧାୟକଙ୍କ ସଂଖ୍ୟା ୯୪୭ ଥିଲା , ଯାହା ଏବେ ୧୪୨୧ରେ ପହଞ୍ଚିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପହଞ୍ଚିଲାନି ଆମ୍ବୁଲାନ୍ସ, ଟ୍ରାକ୍ଟରରେ ଜନ୍ମ ହେଲା ଶିଶୁ କନ୍ୟା 🔴 ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି, ହେବ ଭକ୍ତ-ଭଗବାନଙ୍କ ମିଳନ 🔴 ସମୁଦ୍ରରୁ ମିଳିଲା ୯ ମତ୍ସ୍ୟଜୀବୀଙ୍କ ମୃତଦେହ 🔴 ବ୍ୟାଙ୍କକରେ ଅଗ୍ନିକାଣ୍ଡ, ୨୭ମୃତ 🔴 ରାଜ୍ୟରେ ବଢ଼ିବ ବର୍ଷା ପରିମାଣ 🔴 ପୁଣି ଥରେ ବନ୍ଦ ହେଲା ‘ହର୍ମୁଜ’ 🔴 ୧୩ରୁ ବଢ଼ିବ ବର୍ଷା ପ୍ରକୋପ 🔴 ଫୁ କ୍ୱୋକ୍ ଦ୍ୱୀପରେ ବୁଡି ୧୫ ଭାରତୀୟ ମୃତ 🔴 ଚାଷ ଜମିରେ ଫସିଗଲା ଜନ୍ତା ଭାଲୁ 🔴 ବହିରେ ମାଳ ମାଳ ତ୍ରୁଟି,ତଦନ୍ତ କରିବ କ୍ରାଇମ ବ୍ରାଞ୍ଚ 🔴 ପହଞ୍ଚିଲାନି ଆମ୍ବୁଲାନ୍ସ, ଟ୍ରାକ୍ଟରରେ ଜନ୍ମ ହେଲା ଶିଶୁ କନ୍ୟା 🔴 ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି, ହେବ ଭକ୍ତ-ଭଗବାନଙ୍କ ମିଳନ 🔴 ସମୁଦ୍ରରୁ ମିଳିଲା ୯ ମତ୍ସ୍ୟଜୀବୀଙ୍କ ମୃତଦେହ 🔴 ବ୍ୟାଙ୍କକରେ ଅଗ୍ନିକାଣ୍ଡ, ୨୭ମୃତ 🔴 ରାଜ୍ୟରେ ବଢ଼ିବ ବର୍ଷା ପରିମାଣ 🔴 ପୁଣି ଥରେ ବନ୍ଦ ହେଲା ‘ହର୍ମୁଜ’ 🔴 ୧୩ରୁ ବଢ଼ିବ ବର୍ଷା ପ୍ରକୋପ 🔴 ଫୁ କ୍ୱୋକ୍ ଦ୍ୱୀପରେ ବୁଡି ୧୫ ଭାରତୀୟ ମୃତ 🔴 ଚାଷ ଜମିରେ ଫସିଗଲା ଜନ୍ତା ଭାଲୁ 🔴 ବହିରେ ମାଳ ମାଳ ତ୍ରୁଟି,ତଦନ୍ତ କରିବ କ୍ରାଇମ ବ୍ରାଞ୍ଚ