Masthead

କୋଭିଡ ମୃତକଙ୍କ ପରିବାରକୁ ୫୦ ହଜାର କ୍ଷତିପୂରଣ

(ବଡ଼ ଖବର ବ୍ୟୁରୋ): କୋଭିଡ ମୃତକଙ୍କ ପରିବାରକୁ ୫୦ ହଜାର କ୍ଷତିପୂରଣ । ଏନେଇ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି । ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠିରୁ ଏହି କ୍ଷତିପୂରଣ ଦିଆଯିବ । ପୂର୍ବରୁ ଯେଉଁମାନେ କରୋନାରେ ପ୍ରାଣ ହରାଇଛନ୍ତି କେବଳ ସେମାନଙ୍କ ପରିବାର ସଦସ୍ୟଙ୍କୁ ନୁହେଁ, ଭବିଷ୍ୟତରେ ମଧ୍ୟ ଯେଉଁମାନେ କରୋନାରେ ପ୍ରାଣ ହରାଇବେ ସେମାନଙ୍କୁ ମଧ୍ୟ କ୍ଷତିପୂରଣ ଦିଆଯିବ ବୋଲି କେନ୍ଦ୍ରସରକାର ସ୍ପଷ୍ଟ କରିଛନ୍ତି । ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ବା ଜିଲ୍ଲା ପ୍ରଶାସନଙ୍କ ମାଧ୍ୟମରେ କ୍ଷତିପୂରଣ ମୃତକଙ୍କ ପରିବାର ପାଖରେ ପହଞ୍ଚିବ ।

କୋଭିଡ ରିଲିଫ ଓ ପ୍ରସ୍ତୁତି ଜନିତ କାର୍ଯ୍ୟରେ ସାମିଲ ଥିବା ବ୍ୟକ୍ତିଙ୍କର ଯଦି କରୋନାରେ ମୃତ୍ୟୁ ହୁଏ, ତାଙ୍କ ପରିବାରକୁ ମଧ୍ୟ ଏହି କ୍ଷତିପୂରଣ ମିଳିବ । ତେବେ ମୃତ୍ୟୁର କାରଣ କୋଭିଡ ଜନିତ ହୋଇଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଗାଇଡଲାଇନ ଅନୁସାରେ ଦେଖାଇବାକୁ ହେବ । ମୃତକଙ୍କ ପରିବାର ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ଏକ ସ୍ୱତନ୍ତ୍ର ଫର୍ମରେ ଉପଯୁକ୍ତ କାଗଜପତ୍ର ସହ କ୍ଷତିପୂରଣ ପାଇଁ ଦାବି କରିପାରିବେ । କାଗଜପତ୍ର ଦାଖଲର ୩୦ ଦିନ ମଧ୍ୟରେ କ୍ଷତିପୂରଣ ମିଳିବ ଓ ଆକାଉଣ୍ଟକୁ ସିଧାସଳଖ ଭାବେ ଏହି ଅର୍ଥକୁ ପଠାଯିବ ।

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା