Masthead

ମତେ ରିଟାୟାର୍ଡ ହେବା ପାଇଁ କହିବାକୁ ସେ କିଏ: ଶରଦ ପାୱାର

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ମାୟାନଗରୀରେ ଚାଲିଛି ମହାଡ୍ରାମା । ଘଡିକେ ଛୁଟୁଛି ଘୋଡ଼ା । ଅଜିତ ପାୱାର ସିନେ୍ଦ ଗୋଷ୍ଠୀରେ ମିଶିବା ପରେ ଫିଲ୍ମ ଷ୍ଟାଇଲରେ ବଦଳୁଛି ରାଜନୀତି । ଚାଚା-ଭତିଜା ଭିତରେ ଲାଗିରହିଛି ତୁତୁ ମେମେ । କିଛି ଦିନ ତଳେ ପୁତୁରା ଅଜିତ ପାୱାର ଚାଚାଙ୍କୁ ରିଟାୟାର୍ଡ ନେବା ପାଇଁ କହିଥିଲେ । ଆଉ ଏବେ ଏକ ସାକ୍ଷାତକାରରେ ଶରଦ ପାୱାର ପୁତୁରା ଅଜିତଙ୍କୁ କରିଛନ୍ତି ଟାର୍ଗେଟ । କହିଛିନ୍ତି ୮୨ ବର୍ଷରେ ବି ମୁଁ କାମ କରିପାରିବି ।ଏବେ ମୁଁ ବୁଢା ହୋଇନାହିଁ । ସେ ପୂର୍ବତ୍ତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପାୟୀଙ୍କ ଡାଇଲଗକୁ ନେଇ କହିଛନ୍ତି ‘ନା ଟାୟାର୍ଡ ହୁଁ ନା ରିଟାୟାର୍ଡ ହୁଁ’ । ସେ ଅଜିତଙ୍କୁ ଟାର୍ଗେଟ କରି ଆହୁରି ମଧ୍ୟ କହିଛନ୍ତି  ମତେ ରିଟାୟାର୍ଡ ହେବା ପାଇଁ କହିବାକୁ ସେ କିଏ । ମୁଁ ଏବେ ବି କାମ କରି ପାରିବି । ମୁଁ କୌଣସି ମନ୍ତ୍ରୀ ପଦରେ ନାହିଁ। କେବଳ ପାର୍ଟି ପାଇଁ କାମ କରୁଛି ଓ କରିବି ବୋଲି ସେ ସ୍ପଷ୍ଟ ଭାବେ କହିଛନ୍ତି।

ତେଣୁ ଅବସର ନେବାକୁ ମୋତେ କହିବାକୁ ଅନ୍ୟମାନଙ୍କର କୌଣସି ଅଧିକାର ନାହିଁ ବୋଲି ସେ କହିଛନ୍ତି। ମୁଁ ଏବେ ବି ନିଜକୁ ଯୁବକ ଭାବୁଛି ଓ ଖୁବ୍‌ ସକ୍ରିୟ ଭାବେ କାମ ବି କରି ପାରିବି ବୋଲି ସେ କହିଛନ୍ତି ।ଗତ ୫ ତାରିଖରେ ଏନସିପିର ଦୁଇ ଗୋଷ୍ଠୀଙ୍କ ବୈଠକ ବସିଥିବା ବେଳେ ଶରଦ ପାୱାରଙ୍କ ବୈଠକକୁ ବେଆଇନ ବୋଲି କହିଥିଲେ ଅଜିତ ପାୱାର। ଏହାର ଉତ୍ତରରେ ସିନିୟର ପାୱାର କହିଛନ୍ତି, ଯବି ମୋ’ ବୈଠକ ବେଆଇନ, ତେବେ ମୁଁ ପ୍ରଫୁଲ୍ଲ ପଟେଲଙ୍କୁ ଦଳର କାର୍ଯ୍ୟକାରୀ ସଭାପତି ଭାବେ ନିର୍ବାଚିତ କରିଥିବାରୁ ତାହା ମଧ୍ୟ ବେଆଇନ ଘୋଷିତ ହେବା ଉଚିତ ।

ଶରଦ ପାୱାର କହିଛନ୍ତି  ୨୦୧୪, ୨୦୧୯ ନିର୍ବାଚନ ପରେ ସରକାରରେ ସାମିଲ ହେବାକୁ ବିଜେପି ସହ ଆଲୋଚନା କରିଥିଲି କିନ୍ତୁ ବିଚାରଧାରା ଭିନ୍ନ ହୋଇଥିବାରୁ ଏହି ପ୍ରକ୍ରିୟା ଆଗକୁ ବଢିନଥିଲା । ଗଣତନ୍ତ୍ରରେ କୌଣସି ଦଳ ସହ ଆଲୋଚନା କରିବାରେ କିଛି ଅସୁବିଧା ନାହିଁ । କିନ୍ତୁ ସବୁଠୁ ବଡ କଥା ହେଲା, ମୁଁ କେବେ ବି ବିଜେପି ସହ ମେଣ୍ଟ କରିନି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି